ETV Bharat / bharat

କର୍ଣ୍ଣାଟକ ନାଟକ: ଲମ୍ବା ସ୍କ୍ରିପ୍ଟକୁ ନେଇ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

କର୍ଣ୍ଣାଟକ ନାଟକର ଶେଷ ଆଡକୁ ଉଜାଗର ଦୃଶ୍ୟ । ପ୍ଲୋର ଟେଷ୍ଟରେ ବିଳମ୍ବ ନେଇ ରାତିସାରା ଧାରଣାରେ ବସିଲେ ବିଜେପି ବିଧାୟକ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Jul 19, 2019, 8:46 AM IST

ବେଙ୍ଗାଲୁରୁ: କେତେବେଳେ ସରିବ କର୍ଣ୍ଣାଟକ ନାଟକ ? ଗୁରୁବାର ସରିବାର ଥିଲା । ରାଜ୍ୟପାଳ ଏନେଇ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ହେଲେ କଂଗ୍ରେସ-ଜେଡିଏସ ବିଧାୟକଙ୍କ ହଟ୍ଟଗୋଳ ପାଇଁ ଗୃହକୁ ଦିନକ ପାଇଁ ମୁଲତବୀ କରିଥିଲେ ବାଚସ୍ପତି । ଦିନକ ପାଇଁ ଘୁଞ୍ଚିଗଲା କୁମାରସ୍ବାମୀ ସରକାରର ଫ୍ଲୋର ଟେଷ୍ଟ । ବିଳମ୍ବକୁ ବିରୋଧ କରି ରାତିସାରା ବିଧାନସୌଧରେ ଧାରଣାରେ ବସିଲା ବିଜେପି । ବର୍ଷିଛନ୍ତି ଦଳର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟର ।

ଭିଡିଓ ସୌଜନ୍ୟ: ଏଏନଆଇ

ଜଗଦୀଶ କହିଛନ୍ତି, ଏବେ କୁମାରସ୍ବାମୀ ସରକାର(କଂଗ୍ରେସ-ଜେଡିଏସ ମେଣ୍ଟ) ପାଖରେ ବହୁମତ ନାହିଁ । ଯଦି ଅଛି ତେବେ ବିଳମ୍ବ କହିଁକି ? ବହୁମତ ପ୍ରମାଣ ଦେବାରେ ଜାଣିଶୁଣି ବିଳମ୍ବ କରାଯାଉଛି । ଗୃହରେ ଆସ୍ଥା ଭୋଟ ସମ୍ପର୍କରେ ଆଲୋଚନା ନକରି କଥା ବାଆଁରଉଛି କଂଗ୍ରେସ । ଏପରିକି ସମ୍ବିଧାନ ଏବଂ ସାମ୍ବିଧାନିକ କ୍ଷମତାର ଅଧିକାରୀଙ୍କୁ ଦଳ ଅବମାନନା କରୁଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ପ୍ରଶ୍ନ ଉଠାଉଛି । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଗୁରୁତ୍ବ ଦିଆଯାଉନାହିଁ ବୋଲି କହିଛନ୍ତି ଜଗଦୀଶ ।

ଏପଟେ ଆଜି ଦିନ 1.30 ସୁଦ୍ଧା ଫ୍ଲୋର ଟେଷ୍ଟ ଦେବେ କୁମାରସ୍ବାମୀ ସରକାର । ଏହି ଅବଧି ଭିତରେ ଯେମିତି ହେଲେ ବହୁମତ ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ଣ୍ଣାଟକ ରାଜ୍ୟପାଳ । କ’ଣ ହେବ କର୍ଣ୍ଣାଟକ ନାଟକର କ୍ଲାଇମେକ୍ସ, ଏହା ଉପରେ ରହିଛି ସଭିଙ୍କ ନଜର ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.