ETV Bharat / bharat

ଲକଡାଉନରେ ବିଜେପି ନେତାଙ୍କ ଘରୁ ବାହାରିଲା 2 ବସ୍ତା ବେଆଇନ ମଦ

ଉତ୍ତରପ୍ରଦେଶର ଜୌନପୁରରେ ଜଣେ ବିଜେପି ନେତା ବେଆଇନ ଭାବେ ମଦ ବିକ୍ରି କରୁଥିବା ପୋଲିସକୁ ଖବର ମିଳିବା ପରେ ପୋଲିସ ମଦ ବିକ୍ରି ହେଉଥିବା ସ୍ଥାନକୁ ଯାଇ ଚଢାଉ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଜେପି ନେତାଙ୍କ ଘରୁ ବାହାରିଲା 2 ବସ୍ତା ବେଆଇନ ମଦ

author img

By

Published : Apr 14, 2020, 7:44 AM IST

ଜୟପୁର: କୋରୋନା ଯୋଗୁଁ ସାରାଦେଶରେ ଲକଡାଉନ ଜାରି ରହିଛି । ଏପରି ସ୍ଥଳରେ ଗରିବ, ଅସହାୟ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସମାଜରେ ଏପରି କିଛି ଲୋକେ ଅଛନ୍ତି ଯେଉଁମାନେ ସ୍ବଇଚ୍ଛାରେ ଏହି ଅସହାୟ ଲୋକଙ୍କୁ ଖାଦ୍ୟ ବାଣ୍ଟି ସେବା କରୁଛନ୍ତି । ଅପରପକ୍ଷେ ସେହି ସମାଜରେ ଏପରି କିଛି ଲୋକେ ଅଛନ୍ତି ସେମାନେ ଅସାମାଜିକ କାର୍ଯ୍ୟରେ ଲିପ୍ତ ଅଛନ୍ତି । ଉତ୍ତରପ୍ରଦେଶର ଜୌନପୁରରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏଠାରେ ସାଧାରଣ ଜନତା ନୁହେଁ ବରଂ ଜଣେ ବିଜେପି ନେତା ବେଆଇନ ଭାବେ ମଦ ବିକ୍ରି କରୁଥିବା ପୋଲିସକୁ ଖବର ମିଳିବା ପରେ ପୋଲିସ ମଦ ବିକ୍ରି ହେଉଥିବା ସ୍ଥାନକୁ ଯାଇ ଚଢାଉ କରିଥିଲା ।

ଉକ୍ତ ଥାନା ଅଞ୍ଚଳର ପଞ୍ଜାବୀ କଲୋନୀରେ ବିଜେପି ନେତା ଏପରି ବେଆଇନ କାମ କରୁଥିବା ପୋଲିସକୁ ଅଭିଯୋଗ ଆସିଥିଲା । ପରେ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ସନ୍ଧ୍ୟାରେ ବିଜେପି ନେତାଙ୍କ ଘରେ ମଦ ବିକ୍ରି କରୁଥିବା ପୋଲିସ ହାତରେ ଧରାପଡିଥିଲା । ଘରୁ 2 ବ୍ୟାଗ ବେଆଇନ ମଦ ଜବତ କରାଯାଇଥିଲା । ସେପଟେ ଅଭିଯୋଗକାରୀଙ୍କୁ ଉକ୍ତ ବିଜେପି ନେତା ଧମକ ଦେଉଥିବା ମଧ୍ୟ ଜଣାପଡିଛି । ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ଲକଡାଉନ ସମୟରେ ପଞ୍ଜାବୀ ବଜାରରେ ଥିବା ମହଲ୍ଲାବାସୀ ଏହି ବେଆଇନ ମଦ ବ୍ୟବସାୟ କରୁଥିଲେ । ଏଥିରେ ସାମିଲ ଥିଲେ ବିଜେପି ନେତା ମନୀଷ ସେଠୀୟା । କୋରୋନା ଭାଇରସ ଦ୍ବାରା ଦେଶରେ ଲକଡାଇନ ପରିସ୍ଥିତିରେ ଏସବୁ କାମ ବନ୍ଦ କରିବାକୁ ମହଲ୍ଲାବାସୀ ବିଜେପି ନେତାଙ୍କୁ କରିଥିଲେ । ପଡୋଶୀ ଲୋକେ ପଡୋଶୀ ବାସିନ୍ଦା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହାଶୁଣି ଅବକାରୀ ବିଭାଗ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବିଜେପି ନେତାଙ୍କ ଘରେ ଚଢାଉ କରିଥିଲା ଏବଂ ଦୁଇ ବସ୍ତା ବେଆଇନ ମଦ ଜବତ କରିଥିଲା ।

ଏସପି ସିଟି ସଞ୍ଜୟ କୁମାର କହିଛନ୍ତି ଯେ ମନୀଷ ନାମକ ଜଣେ ବିଜେପି ନେତାଙ୍କ ଘରୁ ବେଆଇନ ମଦ ଜବତ କରାଯାଇଛି । ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ଏଥିସହିତ ଅଧିକ ତଦନ୍ତ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.