ETV Bharat / bharat

ଲୁହରେ ଭିଜିଲା ଲୋଧିରୋଡ, ପଞ୍ଚଭୂତରେ ବିଲୀନ ସୁଷମା - ସୁଷମାଙ୍କ ପରଲୋକ

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ। ଲୋଧି ରୋଡସ୍ଥିତ ଶ୍ମଶାନରେ ସମ୍ପର୍ଣ୍ଣ ହେଲା ଅନ୍ତିମ ସଂସ୍କାର ।

ଫଟୋ ସୌଜନ୍ୟ: ANI
author img

By

Published : Aug 7, 2019, 4:05 PM IST

Updated : Aug 7, 2019, 4:44 PM IST

ନୂଆଦିଲ୍ଲୀ: ପରଲୋକରେ ସୁଷମା ସ୍ବରାଜ । ଆରମ୍ଭ ହୋଇଯାଇଛି ଶେଷଯାତ୍ରା । ଶେଷକୃତ୍ୟ ସମୟରେ ଲୁହରେ ଭିଜିଛି ଲୋଧି ରୋଡସ୍ଥିତ ଶ୍ମଶାନ । ସୁଷମାଙ୍କ ବିୟୋଗରେ ଅବାକ ପତି ସ୍ବରାଜ କୌଶଲ ଓ ଝିଅ ବାଂଶୁରୀ ସ୍ବରାଜ ।

ଭିଡିଓ ସୌଜନ୍ୟ: ANI

ଶେଷ ଦର୍ଶନ କରିବାକୁ ପହଞ୍ଚିଥିବା ବିଜେପିର ବରିଷ୍ଠ ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରେଳମନ୍ତ୍ରୀ ପିୟୁଷ ଗୋଏଲ, ରବିଶଙ୍କର ପ୍ରସାଦ ଓ ଜେପି ନଡ୍ଡା ସୁଷମାଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଛନ୍ତି ।

ଗତ ରାତିରେ(ମଙ୍ଗଳବାର) ହୃଦ୍‌ଘାତରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁବେଳଙ୍କୁ ତାଙ୍କୁ 67 ବର୍ଷ ହୋଇଥିଲା। ସୁଷମାଙ୍କ ଆକସ୍ମିକ ମୃତ୍ୟୁ ସାରା ଦେଶକୁ କରିଛି ସ୍ତବ୍ଧ । ଯାହାକୁ ନେଇ ସାରା ଭାରତ ବର୍ଷରେ ଖେଳି ଯାଇଛି ଶୋକର ଛାୟା ।

ଏଠାରେ ସୂଚନାଯୋଗ୍ୟ, ଶାରୀରିକ ଅସୁସ୍ଥତା ଯୋଗୁଁ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତାରୁ ଓହରି ଯାଇଥିଲେ ସୁଷମା । ଗତକାଲି (ମଙ୍ଗଳବାର) ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ରାତି 9ଟା 35 ମିନିଟରେ ଦିଲ୍ଳୀ ଏମ୍ସରେ ଭର୍ତ୍ତୀ କରାଯାଇଥିଲା। ସେଠାରୁ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

Intro:Body:

BLANK FOR LINK 

Conclusion:
Last Updated : Aug 7, 2019, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.