ETV Bharat / bharat

ଭାରତ-ଚୀନ ବିବାଦକୁ ନେଇ ସରକାରଙ୍କୁ ପରାମର୍ଶ ଦେଲେ ସୁବ୍ରମଣ୍ୟମ ସ୍ବାମୀ - indo china dispute

ଭାରତ-ଚୀନ ସୀମା ବିବାଦକୁ ନେଇ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ।

ସୁଭ୍ରମଣ୍ୟମ ସ୍ବାମୀ
ସୁଭ୍ରମଣ୍ୟମ ସ୍ବାମୀ
author img

By

Published : Jun 24, 2020, 3:59 PM IST

ଡେରାଡୁନ : ଭାରତ-ଚୀନ ସୀମା ବିବାଦକୁ ନେଇ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟମ ସ୍ବାମୀ । ଏହି ମାମଲାରେ ସରକାରଙ୍କୁ ଗମ୍ଭୀରତା ଦେଖାଇବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଭାରତ-ଚୀନ ମଧ୍ୟରେ ଜାରି ବିବାଦକୁ ନେଇ ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟ କରି କହିଛନ୍ତି, କେନ୍ଦ୍ର ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେବା ଉଚିତ । ସରକାରଙ୍କୁ ଚୀନକୁ ଲାଗିରହିଥିବା ସୀମା ବାରାହୋତି ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ । ଯେଉଁଠାରେ ନେପାଳ ଏବଂ ଚୀନ ହାତ ମିଳାଇଛନ୍ତି ବୋଲି ସୁବ୍ରମଣ୍ୟମ କହିଛନ୍ତି ।

ଏହା ବ୍ୟତୀତ ସେ ଟ୍ବିଟ ଜରିଆରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ଉତ୍ତରାଖଣ୍ଡର ସୀମା ବାରାହୋତି ମଧ୍ୟ ଚୀନ ସୀମାକୁ ଲାଗିଛି । କିନ୍ତୁ ଉତ୍ତରାଖଣ୍ଡ ସରକାର ଏଥିପ୍ରତି ଧ୍ୟାନ ନଦେଇ ମନ୍ଦିର ଅଧିଗ୍ରହଣରେ ଅତ୍ୟାଧିକ ଆଗ୍ରହ ଦେଖାଉଛନ୍ତି ବୋଲି ସେ କହିଛନ୍ତି । ଏହା ବ୍ୟତୀତ ସେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କୁ ବାରାହୋତି ଯାତ୍ରା କରିବାକୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଭାରତ ଏବଂ ଚୀନ ମଧ୍ୟରେ ଦୀର୍ଘ ଦିନରୁ ସୀମା ବିବାଦ ଲାଗି ରହିଛି । ଡୋକଲାମକୁ ନେଇ ମଧ୍ୟ ଉଭୟ ଦେଶ ମଧ୍ୟରେ ବିବାଦ ହୋଇଛି । ତେବେ ଇତି ମଧ୍ୟରେ ଚୀନ ଏବଂ ଭାରତୀୟ ସୈନିକଙ୍କ ମଧ୍ୟରେ ଜୁନ 15 ତାରିଖରେ ପୂର୍ବଲଦାଖ ଗଲୱାନ ଘାଟିରେ ସଂଘର୍ଷ ହୋଇଥିଲେ । ଏଥିରେ 20 ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ । ଏହାପରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଛି ।

ତେବେ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ ଜନସ୍ବାର୍ଥ ମାମଲା ଦାଖଲ କରି ଉତ୍ତରାଖଣ୍ଡ ସରକାରଙ୍କ ଦ୍ବାରା ଚାରିଧାମ ମନ୍ଦିରର ପ୍ରବନ୍ଧନକୁ ନେଇ ନିଆଯାଇଥିବା ଦେବସ୍ଥାନମ ବୋର୍ଡ ଅଧିନିୟମକୁ ଅସମ୍ବିଧାନିକ ବୋଲି କହିଛନ୍ତି । ଦେବସ୍ଥାନମ ବୋର୍ଡ ଅଧିନିୟମରେ ସରକାରଙ୍କ ଦ୍ବାରା ଚାରି ଧାମ ଏବଂ ଅନ୍ୟ 51 ମନ୍ଦିରର ପ୍ରବନ୍ଧନ ନେବା ସମ୍ବିଧାନର ଅନୁଚ୍ଛେଦ 25 ଏବଂ 26ର ଉଲଙ୍ଘନ ବୋଲି ଏହି ଯାଚିକାରେ କୁହାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.