ETV Bharat / bharat

ଶାହଙ୍କ ପରେ ରାମ ମାଧବ: ‘ଆଗାମୀ 50 ବର୍ଷ ଯାଏଁ ଶାସନ କରିବ ବିଜେପି’ - record

1950ରୁ 1977 ମସିହା ପର୍ଯ୍ୟନ୍ତ ଦେଶରେ ଲମ୍ବା ସମୟ ଯାଏଁ ଶାସନ କ୍ଷମତାରେ ରହି ରେକର୍ଡ କରିଥିଲା କଂଗ୍ରେସ । କିନ୍ତୁ କଂଗ୍ରେସର ଏହି ରେକର୍ଡ ବିଜେପି ଭାଙ୍ଗିବ ଏବଂ  2047 ପର୍ଯ୍ୟନ୍ତ ଦଳ ଶାସନ କ୍ଷମତାରେ ରହିବ ବୋଲି ରାମ ମାଧବ କହିଛନ୍ତି ।

ଫାଇଲ ଫଟୋ
author img

By

Published : Jun 8, 2019, 5:04 PM IST

ନୂଆଦିଲ୍ଲୀ: ଯଦି ବିଜେପି 2019 ମହାଲଢେଇରେ ବିଜୟୀ ହୁଏ, ଦେଶରେ ଆଗାମୀ 50 ବର୍ଷ ପର୍ଯ୍ୟନ୍ତ ବିଜେପି ଶାସନ କରିବ । ଲୋକସଭା ନିର୍ବାଚନ ପୂର୍ବରୁ ଏହା କହିଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଗୃହମନ୍ତ୍ରୀ ଅମିତ ଶାହ । ବିଜେପିକୁ ଆଗାମି 50 ବର୍ଷ ପର୍ଯ୍ୟନ୍ତ କୌଣସି ଦଳ ହରାଇ ପାରିବ ନାହିଁ ବୋଲି ମଧ୍ୟ ସେ ଦାବି କରିଥିଲେ । ତେବେ ଶାହାଙ୍କ ଏହି କଥାକୁ ଏବେ ଦୋହରାଇଛନ୍ତି ବିଜେପି ମହାସଚିବ ରାମ ମାଧବ । ଦଳ 2047 ପର୍ଯ୍ୟନ୍ତ ଶାସନ କ୍ଷମତାରେ ରହିବ ବୋଲି ସେ ଦାବି କରିଛନ୍ତି ।

ଦେଶରେ ଲମ୍ବା ସମୟ ପର୍ଯ୍ୟନ୍ତ (1950 ରୁ 1977) ଶାସନ କ୍ଷମତାରେ ରହି ରେକର୍ଡ କରିଥିଲା କଂଗ୍ରେସ । କିନ୍ତୁ କଂଗ୍ରେସର ଏହି ରେକର୍ଡ ବିଜେପି ଭାଙ୍ଗିବ ଏବଂ 2047 ପର୍ଯ୍ୟନ୍ତ ଦଳ ଶାସନ କ୍ଷମତାରେ ରହିବ ବୋଲି ରାମ ମାଧବ କହିଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବିଜେପି ସରକାର ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶରେ ଶାସନ କରିବ । 2047 ପର୍ଯ୍ୟନ୍ତ ଦଳ ଶାସନ କରିବ ବୋଲି ସେ ବିଶ୍ବାସ ପ୍ରକଟ କରିଛନ୍ତି ।

ରାମ ମାଧବ ଅଗରତାଲାରେ ଦଳର ଏକ ବିଜୟ ରାଲିକୁ ସମ୍ବୋଧିତ କରି ଏଭଳି କହିଛନ୍ତି । ଗତ 5 ବର୍ଷରେ ବିଜେପି ସାମ୍ପ୍ରଦାୟିକ ଅଶାନ୍ତି, ଦୁର୍ନୀତି ନିବାରଣ ଏବଂ ଶକ୍ତିଶାଳୀ ଭାରତ ନିର୍ମାଣରେ ସଫଳ ହୋଇଥିବାରୁ ଦଳକୁ ପ୍ରଚଣ୍ଡ ବିଜୟ ମିଳିଛି । ଆଗାମୀ ଦିନରେ ମଧ୍ୟ ଏଭଳି ହେବ ବୋଲି ସେ କହିଛନ୍ତି ।

ଭୁବନେଶ୍ୱର:ବାସ ଆଉ ଗୋଟିଏ ଦିନର ବ୍ୟବଧାନ ପରେ ଆରମ୍ଭ ହେବାକୁ ଯାଉଛି ହକି ସିରିଜ ଫାଇନାଲ ମୁକାବିଲା।ଏଥିପାଇଁ ଭୁବନେଶ୍ୱର ରେ ପହଞ୍ଚି ସାରିଥିବା ଟିମ ମାନେ ଜୋରଦାର ଅଭ୍ୟାସ ରେ ମନୋନିବେଶ କରିଥିବା ଦେଖିବାକୁ ମିଳିଛି।ମ୍ୟାଚ ପୂର୍ବରୁ ସମତେ ନିଜ ନିଜର ଦୋଷ ଦୁର୍ବଳତାକୁ ସୁଧାରିବା ସହିତ ପରିବେଶ ସହିତ ଖାପ ଖୁଆଇ ବିପକ୍ଷ ଦଳକୁ ପରାଜିତ କରିବା ପାଇଁ ରଣନୀତି ପ୍ରସ୍ତୁତି ରେ ବ୍ୟସ୍ତ ଥିବାବେଳେ ପ୍ରତିପକ୍ଷ ଟିମ ଗୁଡିକ ଭାରତ ସହିତ ଫାଇନାଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। 

ପ୍ରତିଯୋଗିତା ପୂର୍ବରୁ ଆଜି ସମସ୍ତ ଟିମ ର ସଦସ୍ୟମାନେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଛନ୍ତି।ସମ୍ପୂର୍ଣ୍ଣ ପ୍ରତିଯୋଗିତାରେ ଭାରତ ଉଚ୍ଚ ମାନ୍ୟତା ପ୍ରାପ୍ତ ଦଳ ହୋଇଥିବା ବେଳେ ଘରୋଇ ପରିବେଶରେ ଖେଳ ହେଉଥିବାରୁ ଭାରତ ଫାଇନାଲ ରେ ପ୍ରବେଶ କରିବାକୁ ଦାବିଦାର ବୋଲି ସେମାନେ କହିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଦଳ ଗୁଡିକ ସେମାନଙ୍କ ପ୍ରସ୍ତୁତି ନେଇ ସନ୍ତୁଷ୍ଟ ଥିବା ବେଳେ ଟୋକିଓ ଅଲମ୍ପିକ ପାଇଁ ପରବର୍ତ୍ତୀ ପର୍ଯ୍ୟାୟକୁ ଉଠିବାକୁ ସମ୍ପୂର୍ଣ୍ଣ ଫୋକ୍ସ ରହିଥିବା କହିଛନ୍ତି।ଏହି ଅବସରରେ ଭାରତୀୟ ଦଳର ଅଧିନାୟକ ମାନପ୍ରିତ ସିଂ କହିଛନ୍ତି କି ଦଳ ଯେଉଁ ଭୁଲ ଏସିଆନ ଚମ୍ପିୟାନଶିପ ରେ କରିଛି ତାହାର ପୁନରାବୃତ୍ତି ନକରିବାକୁ ଦଳ ନୂଆ କୋଚ ଗ୍ରାହମ ରିଡ଼ଙ୍କ ନେତୃତ୍ୱରେ ପ୍ରସ୍ତୁତି ଚଳାଇଛି।ତେବେ ସମସ୍ତ ଟିମ ବିଜୟୀ ହେବାକୁ ଲକ୍ଷ୍ୟ ରଖିଥିବା ବେଳେ ଦଳ ତାର ରଣନୀତି ଅନୁଯାୟୀ ଖେଳିବ ବୋଲି ସେ କହିଛନ୍ତି।ଏହା ଅଲମ୍ପିକ ପର୍ଯ୍ୟାୟ ପାଇଁ କ୍ବାଲିଫାଇ ମ୍ୟାଚ ହୋଇଥିବାରୁ ଏହି ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ ଦେବା ସହିତ ବିଜୟୀ ହେବୁ ବୋଲି ମନପ୍ରିତ କହିଛନ୍ତି।
Laxmikanta Das
Bhubaneswar
Visual already sent by mojo and WhatsApp
Package
Bytes all team coach ...

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.