ETV Bharat / bharat

ମହାରାଷ୍ଟ୍ରକୁ ରାଷ୍ଟ୍ରପତି ଶାସନର ସଙ୍କେତ ଦେଲେ ବିଜେପି ନେତା - ବିଜେପି ନେତା ସୁଧୀର ମୁନଙ୍ଗଟିୱାରଙ୍କ ବୟାନ

ମହାରାଷ୍ଟ୍ରରେ ନଭେମ୍ବର 7 ସୁଦ୍ଧା ସରକାର ଗଠନ ନହେଲେ ରାଷ୍ଟ୍ରପତି ଶାସନ ଲାଗୁ ହୋଇପାରେ । ଶୁକ୍ରବାର ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ତଥା ବିଜେପି ନେତା ସୁଧୀର ମୁନଙ୍ଗଟିୱାର ବଡ ବୟାନ ଦେଇଛନ୍ତି ।

ଫାଇଲ ଫଟୋ
author img

By

Published : Nov 1, 2019, 8:48 PM IST

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର କିଏ ଗଠନ କରିବ ତାହା ଏବେ ଅନିଶ୍ଚିତତା ଭିତରେ । ବିଜେପି-ଶିବସେନା ମେଣ୍ଟ ଭିତରେ କଳହର ଚାରା ଏବେ କ୍ରମଶଃ ଗଛ ହେବାରେ ଲାଗୁଛି । ତୀବ୍ର ଅସନ୍ତୋଷ ଓ ବୁଝାମଣା ଠାରୁ ବହୁଦୂରରେ ଦୁଇ ଦଳ। ନିର୍ବାଚନ ଫଳାଫଳ ବାହାରିବାର 8 ଦିନରୁ ଅଧିକ ହୋଇଗଲାଣି । ହେଲେ ଏବେ ସୁଦ୍ଧା କିଏ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବ ତାହା ଏବେ ସସପେନ୍ସ ଭିତରେ । ଏହା ଭିତରେ ଶୁକ୍ରବାର ମହାରାଷ୍ଟ୍ରର ଅର୍ଥମନ୍ତ୍ରୀ ତଥା ବିଜେପି ନେତା ସୁଧୀର ମୁନଙ୍ଗଟିୱାର ବଡ ବୟାନ ଦେଇଛନ୍ତି । ରାଜ୍ୟରେ ନଭେମ୍ବର 7 ସୁଧା ସରକାର ଗଠନ ସ୍ଥିର ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହାସହ ସରକାର ଗଠନ ନହେବା ପଛରେ ସେ ଶିବସେନାକୁ ଦାୟୀ କରିଛନ୍ତି । ଶିବସେନା ଅଢେଇ ବର୍ଷ ମୁଖ୍ୟମନ୍ତ୍ରୀ ପଦରେ ରହିବାର ଜିଦ୍‌ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଗଠନ ନହେବାର ମୁଖ୍ୟ କାରଣ ବୋଲି କହିଛନ୍ତି । ଏହାସହ ଦୀପାବଳି ପାଇଁ ଶିବସେନା ଓ ବିଜେପ ମଧ୍ୟରେ ଆଲୋଚନା ଡେରି ହୋଇଥିବା କଥା ସୁଧୀର କହିଛନ୍ତି । ସୂଚନା ଯୋଗ୍ୟ ଯେ, ନଭେମ୍ବର 8 ତାରିଖରେ ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ପୂରଣ ହେଉଛି।

ରାଜ୍ୟବାସୀ କେବଳ ଗୋଟିଏ ପାର୍ଟକୁ ଭୋଟ ଦେଇ ନାହାଁନ୍ତି । ଏହି ବିଶାଳ ଜନାଦେଶ ମେଣ୍ଟ ପାଇଁ ରହିଥିଲା ବୋଲି ସେ କହିଛନ୍ତି । ବିଜେପି -ଶିବସେନା ମେଣ୍ଟ ଫେବିକଲ୍ ଓ ଅମ୍ବୁଜା ସିମେଣ୍ଟ ଠାରୁ ଆହୁରି ମଜଭୁତ ବୋଲି କହିବା ସହ ଖୁବ ଶୀଘ୍ର ରାଜ୍ୟରେ ନୂତନ ସରକାର ଗଠନ ହେବ । ନିର୍ଦ୍ଧାରିତ ସମୟ ଭିତରେ ନୂତନ ସରକାର ଗଠନ ହେବ ନହେଲେ ରାଷ୍ଟ୍ରପତିଙ୍କୁ ହସ୍ତକ୍ଷେପ କରିବାରୁ ପଡିବ । ନିର୍ଦ୍ଧାରିତ ସମୟ ଭିତରେ ସରକାର ଗଠନ ନହେଲେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବାର ସମ୍ଭାବନା ରହିଛି ।

Intro:Body:

RAKESH

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.