ରାଞ୍ଚି: ଝାଡଖଣ୍ଡରେ ଗୁଣ୍ଡାରାଜ । ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି । କେନ୍ଦୁଆ ବିଜେପି ମଣ୍ଡଳ ଅଧ୍ୟକ୍ଷ ଶତିସ ସିଂହଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଫଳରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ବୁଧବାର ଘଟିଛି ଏହି ହତ୍ୟାକାଣ୍ଡ ।
ପୁରା ଘଟଣା ଏମିତି, ବୁଧବାର ବ୍ୟାଙ୍କ ମୋଡ ଥାନା ଅଞ୍ଚଳରେ ହଠାତ୍ ବାଇକରେ ଦୁଇ ଅପରାଧି ଆସିଥିଲେ । କେହି କିଛି ବୁଝିବା ଆଗରୁ ସତିଶଙ୍କୁ ଉପର ଗୁଳି ଚଳାଇଥିଲେ । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ ଧନବାଦ ବିଧାୟକ । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧି । ଏପଟେ ସିସିଟିଭି ଆଧାରରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ