ETV Bharat / bharat

କଂଗ୍ରେସକୁ ରାଜନୀତି ଛାଡିବାକୁ ଜେ.ପି ନଡ୍ଡାଙ୍କ ପରାମର୍ଶ - ନାଗରିକତା ସଂଶୋଧନ ବିଲ୍‌

ନାଗରିକତା ସଂଶୋଧନ ବିଲ୍‌କୁ ନେଇ ରାଜ୍ୟସଭାରେ ଜାରି ରହିଛି ତର୍କ ବିତର୍କ । ବିଲ୍‌କୁ ସମର୍ଥନ କରିଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା । ଶୁଣନ୍ତୁ ସେ କ'ଣ କହିଛନ୍ତି...

jp nadda
ଫଟୋ ସୌଜନ୍ୟ: ରାଜ୍ୟସଭା ଟିଭି
author img

By

Published : Dec 11, 2019, 3:05 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌କୁ ନେଇ ରାଜ୍ୟସଭାରେ ଜାରି ରହିଛି ତର୍କ ବିତର୍କ । ଏହି ବିଲ ଉପରେ ଆଜି ୬ ଘଣ୍ଟା ଧରି ଆଲୋଚନା ହେବ। ଏଥିପାଇଁ ଆଜି ରାଜ୍ୟସଭାରେ ପ୍ରଶ୍ନକାଳ ଏବଂ ମଧ୍ୟାହ୍ନ ଭୋଜନ ବିରତି ବାତିଲ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ । ସେପଟେ ବିଲ୍‌କୁ ସମର୍ଥନ କରିଛନ୍ତି ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏହା ସହିତ କଂଗ୍ରେସ ଉପରେ ବର୍ଷିଛନ୍ତି ସେ ।

ଭିଡିଓ ସୌଜନ୍ୟ: ରାଜ୍ୟସଭା ଟିଭି

ବିଲ୍‌ ସପକ୍ଷରେ ନଡ୍ଡା କହିଛନ୍ତି, ଏହି ବିଲ୍‌କୁ ନେଇ କୌଣସି ନାଗରିକଙ୍କୁ ଡରିବାର ଆବଶ୍ୟକତା ନାହିଁ । ଏହି ବିଲ୍‌ର ଲକ୍ଷ୍ୟ କେବଳ ଅନ୍ୟ ଦେଶରେ ପ୍ରତାରିତ ସଂଖ୍ୟାଲଘୁଙ୍କୁ ସମାନତାର ହକ ଦେବା । ସ୍ବାଧୀନତା ପରେ ପାକିସ୍ତାନରେ ଲଗାତାର ସଂଖ୍ୟାଲଘୁଙ୍କ ଅନୁପାତ କମୁଥିବା ବେଳେ ଭାରତରେ ବଢିଚାଲିଛି । ବେଳେବେଳେ କିଛି ଲୋକ ବୁଝିବାକୁ ଚାହାନ୍ତି ନାହିଁ । ବିରୋଧୀ ଦଳ ମଧ୍ୟ ଏଭଳି କରୁଛି ବୋଲି ନଡ୍ଡା କହିଛନ୍ତି ।

ଏହା ସହିତ କଂଗ୍ରେସକୁ ରାଜନୀତି ଛାଡି ଦେଶହିତ ସମ୍ବନ୍ଧରେ ଚିନ୍ତା କରିବା ଆବଶ୍ୟକ ବୋଲି ବିଜେପି ନେତା ନଡ୍ଡା କହିଛନ୍ତି ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.