ETV Bharat / bharat

ବିଧାୟକଙ୍କୁ 25 କୋଟି ଦେଇ କିଣିବାକୁ ଚେଷ୍ଟା କରୁଛି ବିଜେପି: ଅଶୋକ ଗେହଲଟ

କଂଗ୍ରେସ ବଧାୟକଙ୍କୁ 25 କୋଟି ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଛି ବିଜେପି । ଆମେ କୋରୋନା ବିରୋଧରେ ଲଢୁଛୁ ଆଉ ବିଜେପି ଆମ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ବୋଲି ଗେହଲଟ କହିଛନ୍ତି ।

ଅଶୋକ ଗେହଲଟ
ଅଶୋକ ଗେହଲଟ
author img

By

Published : Jul 11, 2020, 4:43 PM IST

ଜୟପୁର: ବିଜେପି ରାଜସ୍ଥାନରେ କଂଗ୍ରେସ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଦଳ ପକ୍ଷରୁ ଅଭିଯୋଗ ହୋଇଛି । ବିଜେପି କଂଗ୍ରେସ ଏବଂ ତାକୁ ସମର୍ଥନ କରୁଥିବା ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ରାଜ୍ୟରେ ଅଶୋକ ଗେହଲୋଟ୍ ସରକାରକୁ ହଟାଇବାକୁ ଉଦ୍ୟମ କରୁଥିବା ଦଳ ପକ୍ଷରୁ କୁହାଯାଇଛି । ଏନେଇ 24 ଜଣ କଂଗ୍ରେସ ବିଧାୟକ ବିବୃତ୍ତି ଜାରି କରି କହିଛନ୍ତି । ତେବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ବିଜେପି କଂଗ୍ରେସ ସରକାରକୁ ହଟାଇବାକୁ ଚେଷ୍ଟା କରୁଥିବା ଗେହଲଟ କହିଛନ୍ତି ।

ଅଶୋକ ଗେହଲଟ
ଅଶୋକ ଗେହଲଟ

ବିଜେପିକୁ ଏଥିପାଇଁ କଡା ନିନ୍ଦା କରି ଗେହଲଟ କହିଛନ୍ତି, ବିଜେପି କଂଗ୍ରେସ ବଧାୟକଙ୍କୁ 25 କୋଟି ଟଙ୍କା ଦେଇ କିଣିବାକୁ ଚେଷ୍ଟା କରୁଛି । ଆମେ କୋରୋନା ବିରୋଧରେ ଲଢୁଛୁ ଆଉ ବିଜେପି ଆମ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି । ବାଜପେୟୀଙ୍କ ସମୟରେ ତାହା ହୋଇ ନଥିଲା । କିନ୍ତୁ 2014 ମସିହାରେ ମୋଦି ସରକାର ଆସିବା ପରେ ଧର୍ମ ଆଧାରରେ ବିଭାଜନ କରୁଛି ଦଳ । 2014 ରେ କ୍ଷମତାକୁ ଆସିବା ପରଠାରୁ ଦଳ ଅହଂକାରୀ ହୋଇଯାଇଛି । ବିଜେପି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିବା ସହ ଫାସିବାଦକୁ ପ୍ରୋତ୍ସାହିତ କରୁଛି ବୋଲି ଗେହଲଟ କହିଛନ୍ତି ।

ଗେହଲଟ ଆହୁରି କହିଛନ୍ତି, ବିଜେପି ପ୍ରତ୍ୟେକ ରାଜ୍ୟରେ ନିଜର ଶକ୍ତି ବ୍ୟବହାର କରୁଛି ଏବଂ ବିଭିନ୍ନ ରାଜ୍ୟରେ ସରକାରକୁ ହଟାଇବାକୁ ଚେଷ୍ଟା କରୁଛି । ମହାରାଷ୍ଟ୍ରରେ ବିଜେପି ନେତା ଦେବେନ୍ଦ୍ର ଫଡାନାଭିସ୍ ଶପଥ ଗ୍ରହଣ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ବିଜେପି କର୍ଣ୍ଣାଟକ, ଗୋଆ ଏବଂ ମଣିପୁରରେ ମଧ୍ୟ ସରକାର ଅସ୍ଥିର କରିବାକୁ ଚେଷ୍ଟା କରିଥିଲା ବୋଲି ସେ କହିଛନ୍ତି ।

ରାଜସ୍ଥାନ ବିଜେପି ନେତାଙ୍କ ସମ୍ପର୍କରେ ସୂଚନା ଦେଇ ଗେହଲଟ କହିଛନ୍ତି, ଗୁଲାବ ସିଂ କାଟାରିଆ ଏବଂ ସତୀଶ ପୁନିଆଙ୍କ ପରି ନେତାମାନେ କଂଗ୍ରେସ ପାଇଁ ଯୋଗ୍ୟ ନୁହଁନ୍ତି । ସେମାନେ ସରକାରଙ୍କୁ ଅସ୍ଥିର କରିବା କାର୍ଯ୍ୟରେ ଲିପ୍ତ ଅଛନ୍ତି । ରାଜସ୍ଥାନରେ ଘୋଡା ବେପାର କେବେ ହୋଇ ନଥିଲା ଏବଂ ସମଗ୍ର ଦେଶ ଏହା ଜାଣିଛି ବୋଲି ସେ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟାର୍ଗେଟ କରି ଗେହଲଟ କହିଛନ୍ତି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅହଂକାର ପାଇଁ ଲୋକମାନେ ତାଙ୍କୁ ଉପଯୁକ୍ତ ଉତ୍ତର ଦେବେ । ସେମାନେ 'କଂଗ୍ରେସ ମୁକ୍ତ ଭାରତ' ବିଷୟରେ କହୁଥିଲେ । କିନ୍ତୁ ବର୍ତ୍ତମାନ ସେମାନେ କଂଗ୍ରେସକୁ ଭୟ କରୁଛନ୍ତି । ରାଜସ୍ଥାନରେ ସରକାର ସ୍ଥିର ଅଛି । ଏହାର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ଶେଷ ହେବ । ଆସନ୍ତା ନିର୍ବାଚନରେ ମଧ୍ୟ ​​ଜିତିବା ପାଇଁ ଆମେ ପ୍ରସ୍ତୁତି କରୁଥିବା ସେ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.