ନୂଆଦିଲ୍ଲୀ: ସିଏଏ ଆଇନ ଆସିବା ପରେ ପ୍ରତିବାଦକାରୀଙ୍କ ଆକ୍ରୋଶ କେନ୍ଦ୍ରସରକାରଙ୍କ ପ୍ରତି ଦିନକୁ ଦିନ ବଢିବାରେ ଲାଗିଛି । ଦେଶରେ ଅନେକ ସ୍ଥାନରେ ଅଶାନ୍ତି ବାତାବରଣ ବି ଦେଖାଦେଇଛି । ଅନ୍ୟପଟେ ଏହାକୁ ରାଜନୈତିକ ବୟାନବାଜି ବି ଜାରି ରହିଛି । ଏହି କ୍ରମରେ କଂଗ୍ରେସର ବରିଷ୍ଠ ନେତା କହିଛନ୍ତି ଯେ, ବିଜେପି ନିଜର ନାଗରିକ ସଂଶାଧନ ଆଇନକୁ ନେଇ ଘୋର ଅଡୁଆରେ ।
କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ସନ୍ଦିପ ଦୀକ୍ଷିତ କେନ୍ଦ୍ର ସରକାରଙ୍କୁ ଏନେଇ ଟାର୍ଗେଟ କରିବା ସହ ଜୋରଦାର ବର୍ଷିଛନ୍ତି । ତାଙ୍କ କହିବା କଥା, "ଦେଶରେ ସିଏଏ ପରଠାରୁ ଅଶାନ୍ତି ଦେଖାଦେଇଛି । ଯାହାକୁ ନେଇ ବିଜେପି ଏବେ ଘୋର ଅଡୁଆରେ ପଡିଯାଇଛି । ପ୍ରଥମେ ଆସାମରେ ଏନଆରସି ଲାଗୁ ପରେ ଯେମିତି ଲକ୍ଷେ ଲକ୍ଷେ ଲୋକ ଏହି ତାଲିକାରୁ ବାଦ ପଡିଗଲେ ସେତେବେଳେ ଅନ୍ୟ କୌଣସି ବାଟ ନପାଇ କେନ୍ଦ୍ର ଏହି ସିଏଏ ଲାଗୁ କରିବାକୁ ଆଇନ ପ୍ରଣୟନ କରିଛି । ଯାହା ଦେଶକୁ ଧର୍ମୀୟ କ୍ଷେତ୍ରରେ ବିଭାଜନ କରିବ ବୋଲି ସେ ଅଭିଯୋଗ କରିଛନ୍ତି "।