ETV Bharat / bharat

ଗଲଓ୍ବାନ ଘଟଣାରେ ପିଏମଙ୍କୁ ରାହୁଲଙ୍କ ଟାର୍ଗେଟ, ଜବାବ ଦେଲେ ସମ୍ବିତ

ଗଲଓ୍ବାନ ଘାଟିରେ ଯବାନ ଶହୀଦ ଘଟଣାକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଏହି ସମୟରେ ପ୍ରଧାନମନ୍ତ୍ରୀଙ୍କୁ କେଉଁଠି ଲୁଚିଥିବା କହିଥିବା ରାହୁଲଙ୍କୁ ବିଜେପିର ପ୍ରତିଉତ୍ତର। ଅଧିକ ପଢନ୍ତୁ...

author img

By

Published : Jun 18, 2020, 3:58 PM IST

ଗଲଓ୍ବାନା ଘଟଣା ପିଏମଙ୍କୁ ରାହୁଲଙ୍କ ଟାର୍ଗେଟ, ପାଲଟା ଜବାବ ଦେଲେ ସମ୍ବିତ

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗଲଓ୍ବାନ ଅଞ୍ଚଳରେ ଭାରତ-ଚୀନ ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ରାଜନୀତି ତୀବ୍ର ହୋଇଛି । ରାହୁଲ ଗାନ୍ଧୀଙ୍କୁ ପାଲଟା ଜବାବରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, " ଯଦି ଆପଣ ଶିକ୍ଷିତ ନୁହଁନ୍ତି, କିଛି ଜାଣି ନାହାଁନ୍ତି, ତେବେ ସୂଚନା ନିଅନ୍ତୁ। ଘରେ ବସି ଆପଣ ଲକଡାଉନରେ କିଛି ବହି ପଢବା ଜରୁରୀ ଥିଲା। ଭାରତ ଏବଂ ଚୀନ ମଧ୍ୟରେ ଚୁକ୍ତିନାମା କ’ଣ ହୋଇଛି? " ଯଦି ଆପଣଙ୍କର ଏହି ସୂଚନା ନାହିଁ, ତେବେ ଆପଣ ମୋତେ କ୍ଷମା କରନ୍ତୁ, ଆପଣ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର ସବୁଠାରୁ ଦାୟିତ୍ୱହୀନ ରାଜନେତା। ଆପଣଙ୍କୁ ଏହି ସମସ୍ତ ତଥ୍ୟ ବିଷୟରେ ଜାଣିବା ଉଚିତ" ।

ଗୋଟିଏ ଦିନ ପୂର୍ବରୁ ସାଂସଦ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଚାରିଥିଲେ ଯେ, ଆପଣ କେଉଁଠାରେ ଲୁଚିଛନ୍ତି ? ଏହି ବିବୃତ୍ତିରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ପାତ୍ର ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ଲୁଚିଥିବା ଏବଂ ଭୟଭୀତ ବୋଲି କହିଥିବା ରାହୁଲଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ସମ୍ବିତ ପାତ୍ର କହିଛନ୍ତି, "ପ୍ରଧାନମନ୍ତ୍ରୀ ଜଣେ ବ୍ୟକ୍ତି ନୁହଁନ୍ତି। ପ୍ରଧାନମନ୍ତ୍ରୀ କୌଣସି ଦଳର ପ୍ରଧାନମନ୍ତ୍ରୀ ନୁହଁନ୍ତି। ନରେନ୍ଦ୍ର ମୋଦି ବିଜେପିର ପ୍ରଧାନମନ୍ତ୍ରୀ ନୁହଁନ୍ତି। ସେ ଆମ ସମସ୍ତଙ୍କର, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ମଧ୍ୟ ପ୍ରଧାନମନ୍ତ୍ରୀ ଅଟନ୍ତି। ଗଣତନ୍ତ୍ର ହିସାବରେ ସେ ଆମ ସମସ୍ତଙ୍କର ପ୍ରତିନିଧି ଅଟନ୍ତି ।

ଯାହାଙ୍କୁ ଲୁଚିଛ ବୋଲି କେଉଁଠି କୁହାଯାଉଛି ଏହି ଆକ୍ରମଣ କେବଳ ଜଣେ ବ୍ୟକ୍ତିଙ୍କ ଉପରେ ହଉନି ଏହା ସମଗ୍ର ହିନ୍ଦୁସ୍ତାନ ଉପରେ ହେଉଛି"। 20 ଜଣ ଯବାନଙ୍କ ଶହୀଦ ହେବାକୁ ଭୟଭୀତ, ଲୁକ୍କାୟିତ ବୋଲି କହିବା ଦେଶ ପ୍ରତି ଦାୟିତ୍ବହୀନତା ଅଟେ ।

ସୂଚନାମୁତାବକ, ରାହୁଲ ଗାନ୍ଧୀ ଏକ ଭିଡିଓ ରିଲିଜ କରି କହିଥିଲେ ଯେ, 'ଚୀନ୍ ଭାରତର ଜମି ଦଖଲ କରିଛି। ପ୍ରଧାନମନ୍ତ୍ରୀ, ଆପଣ କେଉଁଠାରେ ଲୁଚିଛନ୍ତି, ଆପଣ ବାହାରକୁ ଆସନ୍ତୁ । ସମଗ୍ର ଦେଶ ଆପଣଙ୍କ ପଛରେ ଠିଆ ହୋଇଛି । ବାହାରକୁ ଆସନ୍ତୁ ଆଉ ଭୟ ନକରି ଦେଶବାସୀଙ୍କୁ ସତ କୁହନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.