ETV Bharat / bharat

ଶହୀଦଙ୍କ ସ୍ମୃତିରେ 2 ଦିନ ପାଇଁ ଭର୍ଚୁଆଲ ରାଲି ରଦ୍ଦ କଲା ବିଜେପି

author img

By

Published : Jun 18, 2020, 12:45 PM IST

ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଉପୁଜିଥିବା ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି । ଶହୀଦ ଯବାନଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଆଗାମୀ 2 ଦିନ ପର୍ଯ୍ୟନ୍ତ ସମସ୍ତ ଭର୍ଚୁଆଲ ରାଲି ଏବଂ ରାଜନୈତିକ କାର୍ଯ୍ୟକ୍ରମ ସ୍ଥଗିତ କରିବାର ନିଷ୍ପତ୍ତି ନିଆଯାଇଛି ।

ବିଜେପି
ବିଜେପି

ନୂଆଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଉପୁଜିଥିବା ସଂଘର୍ଷରେ ଭାରତର 20 ଜଣ ଯବାନ ଶହୀଦ ହୋଇଛନ୍ତି । ଏହି ଘଟଣା ପୁରା ଦେଶକୁ ସ୍ତବ୍ଧ କରିଦେଇଛି । ଦେଶବାସୀ ଯବାନଙ୍କୁ ମନେ ପକାଇବା ସହ ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଇତି ମଧ୍ୟରେ ଶହୀଦ ଯବାନଙ୍କ ସ୍ମୃତିରେ ବିଜେପି ପକ୍ଷରୁ ଆଗାମୀ 2 ଦିନ ପର୍ଯ୍ୟନ୍ତ ସମସ୍ତ ଭର୍ଚୁଆଲ ରାଲି ଏବଂ ରାଜନୈତିକ କାର୍ଯ୍ୟକ୍ରମ ସ୍ଥଗିତ କରିବାର ନିଷ୍ପତ୍ତି ନିଆଯାଇଛି । ଏନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ବିଟ କରି ସୂଚନା ଦେଇଛନ୍ତି ।

ଜେ ପି ନଡ୍ଡା ଟ୍ବିଟ କରି କହିଛନ୍ତି, ଗଲୱାନ ଘାଟିରେ ମାତୃଭୂମିର ରକ୍ଷା କରି ବଳିଦାନ ଦେଇଥିବା ଶହୀଦଙ୍କୁ ମନେ ରଖାଯିବ । ଦେଶ ସର୍ବଦା ସେମାନଙ୍କ ନିକଟରେ ଋଣୀ ରହିବ । ମୁଁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛି । ସେମାନଙ୍କ ସ୍ମୃତିରେ ବିଜେପି ନିଜର ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ଏବଂ ଭର୍ଚୁଆଲ ରାଲିକୁ ଆଗାମୀ 2 ଦିନ ପର୍ଯ୍ୟନ୍ତ ସ୍ଥଗିତ କରିବାର ନିଷ୍ପତ୍ତି ନେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.