ETV Bharat / bharat

ପରସ୍ପରକୁ କୋରୋନା ଭାଇରସ କହିଲେ ବିଜେପି-କଂଗ୍ରେସ - congress call bjp coronavirus

କୋରୋନା ଭାଇରସର ନାମକୁ ବ୍ୟବହାର କରି ପରସ୍ପରକୁ କଟାକ୍ଷ କରିଛନ୍ତି ବିରୋଧୀ ଏବଂ ଶାସକ ଦଳର ନେତା । ବିଜେପି ଏବଂ କଂଗ୍ରେସର ଦୁଇଜଣ ବରିଷ୍ଠ ନେତା ପରସ୍ପରର ଦଳକୁ କୋରୋନା ଭାଇରସ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

coronavirus
ବିଜେପି-କଂଗ୍ରେସ
author img

By

Published : Mar 4, 2020, 7:07 PM IST

ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ରାଜନୀତି । କୋରୋନା ଭାଇରସର ନାମକୁ ବ୍ୟବହାର କରି ପରସ୍ପରକୁ କଟାକ୍ଷ କରିଛନ୍ତି ବିରୋଧୀ ଏବଂ ଶାସକ ଦଳର ନେତା । ବିଜେପି ଏବଂ କଂଗ୍ରେସର ଦୁଇଜଣ ବରିଷ୍ଠ ନେତା ପରସ୍ପରର ଦଳକୁ କୋରୋନା ଭାଇରସ ବୋଲି ସମ୍ବୋଧନ କରିଛନ୍ତି ।

ବିଶ୍ବ ସମେତ ଦେଶରେ ଏବେ କୋରୋନା ଭାଇରସର ଆତଙ୍କ ଦେଖାଦେଇଛି । ଏହି ଭାଇରସରେ ସଂକ୍ରମିତ ହୋଇଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ରାଜନୀତି କରିବାକୁ ପଛାଇ ନାହାନ୍ତି ରାଜନେତାମାନେ । କଂଗ୍ରେସର ବରିଷ୍ଠ ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, 'ବିଜେପିର ପ୍ରୟାସକୁ ଅପରେସନ୍‌ ଲୋଟସ୍‌ କହିବା ପରିବର୍ତ୍ତେ ତାକୁ କୋରୋନା ଭାଇରସ କୁହାଯିବା ଉଚିତ । କାରଣ ବିଜେପି କୋରୋନା ଭାଇରସଠାରୁ ମଧ୍ୟ ଅଧିକ ଭୟଙ୍କର ।'

ସେପଟେ କଂଗ୍ରେସର ଏହି ମନ୍ତବ୍ୟର ପାଲଟା ଜବାବ ଦେଇ ବରଷ୍ଠ ବିଜେପି ନେତା ସୁଧୀର ମୁଙ୍ଗନ୍ତିୱାର କହିଛନ୍ତି, 'କଂଗ୍ରେସ ନିଜେ କୋରୋନା ଭାଇରସ ଭଳି । ଅଶୋକ ଚୌହାନ ଜଣେ ବରିଷ୍ଠ ନେତା, ସେ ଏଭଳି କହିବା ଉତିଚ ନଥିଲା । କିନ୍ତୁ କଂଗ୍ରେସର ପ୍ରଥମ ଅକ୍ଷର 'ସି' ରୁ ଆରମ୍ଭ ହେଉଛି । ଯାହାର ଅର୍ଥ କୋରୋନା ଭାଇରସ । ବିଜେପିର ଅକ୍ଷର 'ବି' ରୁ ଆରମ୍ଭ ହେଉଛି । ତେଣୁ କୋରୋନା ଭାଇରସ ସହ ଏହାର କୌଣସି ସମ୍ପର୍କ ନାହିଁ । '

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖାଦେଇଛି । ରାଜ୍ୟରୁ 8 ଜଣ ବିଧାୟକ ଗାଏବ ହେବା ଖବର ପ୍ରଚାର ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି ।

ବିଜେପି କଂଗ୍ରେସ ବିଧାୟକଙ୍କୁ କିଣି ଘୋଡା ବେପାର କରୁଥିବା ଅଭିଯୋଗ ହୋଇଛି । ପୁଣିଥରେ ଜାତୀୟ ରାଜନୀତିରେ ବିଜେପି ପକ୍ଷରୁ ଅପରେଶନ୍‌ ଲୋଟସ୍‌ ଆରମ୍ଭ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.