ETV Bharat / bharat

ବୈଜୟନ୍ତଙ୍କୁ ବିଜେପି ଦେଲା ନୂଆ ଦାୟିତ୍ବ - bhubaneswar

ଗତ କିଛି ଦିନ ତଳେ ବିଜେପିରେ ଯୋଗ ଦେଇଥିବା ବିଜେଡିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହିକ୍ରମରେ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି।

ଫଟୋ ସୌଜନ୍ୟ: ଟ୍ୱିଟର@ANI
author img

By

Published : Mar 8, 2019, 5:25 PM IST

ନୂଆଦିଲ୍ଲୀ: ବିଜେପିରେ ଯୋଗ ଦେଉ ଦେଉ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଗୁରୁ ଦାୟିତ୍ବ ପ୍ରଦାନ କରିଛି ଦଳ । ଏହିକ୍ରମରେ ତାଙ୍କୁ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ମୁଖପାତ୍ର ଭାବେ ନିଯୁକ୍ତ କରାଯାଇଛି । ଗତ ବୁଧବାର ସେ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଥିଲେ ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ବୈଜୟନ୍ତଙ୍କୁ ପାଇ ବିଜେପି ଶିବିରରେ ଉତ୍ସାହ ଖେଳିଯାଇଛି । ତାଙ୍କ ଦ୍ବାର ଆରମ୍ଭ ହୋଇଥିବା "ହେଇଯାଉ" କୁ ରାଜ୍ୟବ୍ୟାପି ବ୍ୟାପକ ସମର୍ଥନ ମିଳିଥିଲା ।

Slug : 
OD_KPT_DG_Santakar_7-3-19
କୋରାପୁଟ ରେ ପୋଲିସ ଡିଜି. ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଦିନିକିଆ କୋରାପୁଟ ଗସ୍ତ ରେ ଆସିଥିବା ସମୟରେ କୋରାପୁଟ ଆରକ୍ଷୀ ଅଧିକ୍ଷକଙ୍କ ସଭାଗୃହରେ  ଦୁଇଜଣ ମହିଳା ମାଓବାଦୀ ମାଢି ସୁକାନ୍ତି ଓ କୌଶଲ୍ୟା ଖିଲ ଶ୍ରୀ ଶର୍ମାଙ୍କ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ଏହି ଅବସରରେ ପୋଲିସ ପାଖରେ ସମର୍ପଣ କରି ସାଧାରଣ ଜୀବନ ଅତିବାହିତ କରୁଥିବା ପୂର୍ବତନ ମାଓବାଦୀ ଙ୍କ ସହ ବାର୍ତାଳାପ କରି କୋରାପୁଟ ଅଂଚଳର ବିକାଶ କ୍ଷେତ୍ରରେ କିପରି ସେମାନେ ନିଜକୁ ସାମିଲ କରାଇପାରିବେ ସେ ସଂକ୍ରାନ୍ତରେ ଉଦବୋଧନ ଦେଇଥିଲେ । କୋରାପୁଟ ଓ ମାଲକାନଗିରି ର ଅପହଞ୍ଚ ଇଲାକାରେ ଚାଲିଥିବା ଗଞ୍ଜେଇ ଚାଷ କୁ ବନ୍ଦ କରିବା ସହିତ ସୁରକ୍ଷିତ ବାତାବରଣ ରେ ବିକାଶର ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ଜନସାଧାରଣଙ୍କ ସହଯୋଗ ଆବଶ୍ୟକ ବୋଲି   ଶ୍ରୀ ଶର୍ମା ମତପ୍ରକାଶ କରିଥିଲେ ।
ଆଜିର ଗସ୍ତ କାଳରେ ସେ ସାତଟି ଜିଲ୍ଲାର ବରିଷ୍ଠ ପୋଲିସ ଅଫିସରଙ୍କ ସହ ନିର୍ବାଚନ ସମୟରେ ଆବଶ୍ୟକ ହେଉଥିବା ସୁରକ୍ଷା ବ୍ୟବସ୍ଥା ଓ ସାଧାରଣ ସୁରକ୍ଷା , ମାଓ ଦମନ ,ଲୋକପ୍ରତିନିଧୀ ଙ୍କ ସହ ଆଲୋଚନା,ସମର୍ପଣ କରିଥିବା ମାଓବାଦୀଙ୍କ ଥଇଥାନ  ବ୍ୟବସ୍ଥା ସମ୍ପର୍କରେ  ଆଲୋଚନା କରି୍ବା ପରେ ଜିଲ୍ଲା ପୋଲିସ ଚିକିତ୍ସାଳୟରେ  ଆୟୋଜିତ  ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ ।
......
Byte : Rajendra Prasad Sharma , DG , Odisha Police
.........
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.