ETV Bharat / bharat

ବିହାର-କର୍ଣ୍ଣାଟକରେ ବିଧାନ ପରିଷଦ ନିର୍ବାଚନ, ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

author img

By

Published : Oct 4, 2020, 3:31 PM IST

ଭାରତୀୟ ଜନତା ପାର୍ଟି ବିହାର ଏବଂ କର୍ଣ୍ଣାଟକରେ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାକୁ ବିଜେପିର ଜାତୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରଭାରୀ ତଥା ରାଷ୍ଟ୍ରିୟ ମହାସଚିବ ଅରୁଣ ସିଂ ପ୍ରକାଶ କରିଛନ୍ତି।

ଭାରତୀୟ ଜନତା ପାର୍ଟି
ଭାରତୀୟ ଜନତା ପାର୍ଟି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ବିହାର ଏବଂ କର୍ଣ୍ଣାଟକରେ ବିଧାନ ପରିଷଦ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଏହି ତାଲିକାକୁ ବିଜେପିର ଜାତୀୟ କାର୍ଯ୍ୟାଳୟର ମୁଖ୍ୟ ପ୍ରଭାରୀ ତଥା ରାଷ୍ଟ୍ରିୟ ମହାସଚିବ ଅରୁଣ ସିଂ ପ୍ରକାଶ କରିଛନ୍ତି। ବିହାରର କୋସି ସ୍ନାତକ ବିଧାନ ପରିଷଦରୁ ଏନକେ ଯାଦବ, ପାଟନା ଶିକ୍ଷକ ବିଧାନ ପରିଷଦରୁ ନଭଲ୍ କିଶୋର ଯାଦବ, ଦାରଭଙ୍ଗା ଶିକ୍ଷକ ବିଧାନ ପରିଷଦରୁ ସୁରେଶ ରାୟ, ତିରୁହତ ଶିକ୍ଷକ ବିଧାନ ପରିଷଦର ନରେନ୍ଦ୍ର ସିଂ, ସାରନ ଶିକ୍ଷକ ବିଧାନ ପରିଷଦର ଚନ୍ଦ୍ର ସିଂ ପ୍ରାର୍ଥୀ ହୋଇଛନ୍ତି ।

ଏଥିସହ କର୍ଣ୍ଣାଟକର ପଶ୍ଚିମରୁ ଚିଦାନନ୍ଦ ଏମ ଗୌଡା, ଏସ.ଭି ସଙ୍କାନୁରୁ, ଉତ୍ତର ପୂର୍ବରୁ ସସିଲ ଜି ନାମୋସି, ବେଙ୍ଗାଲୁରୁ ବିଧାନ ପରିଷଦ ନିର୍ବାଚନମଣ୍ଡଳୀରୁ ପୁଟ୍ଟଣା। ପ୍ରକାଶଥାଉକି, ବିହାର ବିଧାନ ପରିଷଦ ନିର୍ବାଚନ ପାଇଁ 22 ଅକ୍ଟୋବରରେ ଭୋଟ୍ ଗ୍ରହଣ ହେବ। ରାଜ୍ୟର 4 ଶିକ୍ଷକ ନିର୍ବାଚନମଣ୍ଡଳୀ ଆସନ ଏବଂ 4 ସ୍ନାତକ ନିର୍ବାଚନମଣ୍ଡଳୀ ଆସନ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଶୁକ୍ରବାର କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି।

ଏହି ଆସନଗୁଡିକର ନିର୍ବାଚନ ସମ୍ପର୍କରେ 28 ସେପ୍ଟେମ୍ବରରେ ବିଜ୍ଞପ୍ତି ଜାରି କରାଯାଇଥିଲା। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ହେଉଛି 5 ଅକ୍ଟୋବର । ନାମାଙ୍କନପତ୍ରର ଯାଞ୍ଚ ପାଇଁ ଅକ୍ଟୋବର 6 ତାରିଖ ଏବଂ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଅକ୍ଟୋବର 8 । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଏହି ଆସନଗୁଡିକ ପାଇଁ ମତଦାନ 22 ଅକ୍ଟୋବରରେ ସକାଳ 8 ଟାରୁ 5 ଟା ପର୍ଯ୍ୟନ୍ତ ହେବ। ନଭେମ୍ବର 12 ରେ ଭୋଟ୍ ଗଣିବା ପରେ ଫଳାଫଳ ପ୍ରକାଶ ପାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.