ନୂଆଦିଲ୍ଲୀ: ଟ୍ରିପଲ ତଲାକ ବିଲ୍କୁ ବିଜେଡିର ସମର୍ଥନ । ଲୋକସଭାରେ ଟ୍ରିପଲ୍ ତଲାକ ବିଲକୁ ସମର୍ଥନ କରିଛି ବିଜୁ ଜନତା ଦଳ(ବିଜେଡି) । ବିଜେଡି ସାଂସଦ ଅନୁଭବ ମହାନ୍ତି ଟ୍ରିପଲ ତଲାକ ଉପରେ ଚାଲୁଥିବା ଆଲୋଚନାରେ ଭାଗ ନେଇ ଏହି ବିଲ୍କୁ ସମର୍ଥନ କରିବା ସହ ବିଲ୍ରେ କିଛି ସଂଶୋଧନ କରିବା ପାଇଁ କହିଛନ୍ତି ।
ମହିଳା ମାନଙ୍କ ସୁବିଧା ପାଇଁ ଆସୁଥିବା ସମସ୍ତ ବିଲକୁ ଆମେ ସମର୍ଥନ ଦେବୁ । କାରଣ ମହିଳାଙ୍କ ହିତରେ ଆମ ଦଳ ସବୁବେଳେ କାର୍ଯ୍ୟ କରିଥାଏ ବୋଲି ଏହି ଆଲୋଚନାରେ ଭାଗନେଇ ଅନୁଭବ କହିଛନ୍ତି । ଏହା ସହ ବିଜେଡି ପୂର୍ବରୁ ମଧ୍ୟ ମହିଳାଙ୍କ ପାଇଁ ଅନେକ କାମ କରିଥିବା ଦର୍ଶାଇବା ସହ ଲୋକସଭାକୁ 33 ପ୍ରତିଶତ ମହିଳାଙ୍କୁ ପଠାଇବ ବୋଲି କହିବା ସହ ଟିକେଟ ମଧ୍ୟ ଦେଇଥିବା ସେ ଉଲ୍ଲେଖ କରିଛନ୍ତି । ସୌଭାଗ୍ୟବଶତଃ ଓଡିଶାରୁ 33 ପ୍ରତିଶତ ମହିଳା ଲୋକସଭାକୁ ନିର୍ବାଚିତ ହୋଇ ଆସିଥିବା ସେ ଏହି ପରିପ୍ରେକ୍ଷୀରେ ଦର୍ଶାଇଛନ୍ତି ।