ETV Bharat / bharat

ବିସ୍କୁଟରେ ତିଆରି ଚା' କପର ମଜା, ଗରମ ଚା' ସହ ପୁରିବ ପେଟ - biscuit tea cup viral in social media

କେରଳର ତ୍ରିସୁର ସହରରେ ଏକ ବିସ୍କୁଟ ଚା'କପ ଦେଖିବାକୁ ମିଳିଛି। ଏହି କପରେ ଚା' ପିଇ ଚା' କପ ଖାଇବାର ମଜା ନେବାକୁ ଲୋକଙ୍କ ଭିଡ଼ ଜମିଛି। ଅଧିକ ପଢ଼ନ୍ତୁ...

biscuits tea cups admired by local people in kerala trisur town vedios goes viral in social media
ବିସ୍କୁଟରେ ତିଆରି ଚା' କପର ମଜା, ଗରମ ଚା' ପିଇବା ସହ ପୁରିବ ପେଟ
author img

By

Published : Dec 7, 2020, 10:06 PM IST

ଥିରୁଅନନ୍ତପୁରମ: ନିଜର କାର୍ଯ୍ୟବ୍ୟସ୍ତତା ଭିତରେ ଗୋଟେ ଚା' କପ ହେଇଗଲେ, ସବୁ ଥକାପଣକୁ କ୍ଷଣିକରେ ହାଲୁକା ହୋଇଯାଏ । ସକାଳୁ ସକାଳୁ ଚା' ସହ ବିସ୍କୁଟ ଖାଇବା ପ୍ରାୟ ସଭିଙ୍କ ଭାରି ପସନ୍ଦ । ତେବେ ଚା ପିଇବା ପରେ ଚା'କପକୁ କେବେ ଆପଣ ଖାଇଛନ୍ତି କି? କଥାଟା ଶୁଣିବାକୁ ଅଜବ ଲାଗୁଥିଲେ ବି ସତ । କେରଳର ତ୍ରିସୁର ସହରରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ଜଣେ ଚା ଦୋକାନୀ ବିସ୍କୁଟରେ ତିଆରି କପରେ ଲୋକଙ୍କୁ ଚା ପିଇବାକୁ ଦେଉଛନ୍ତି।

ବିସ୍କୁଟରେ ତିଆରି ଚା' କପର ମଜା, ଗରମ ଚା' ପିଇବା ସହ ପୁରିବ ପେଟ

କେରଳର ତ୍ରିସୁର ସହରରେ ଥିବା ସ୍ବରାଜ ରୋଡର ରାଧାକ୍ରିଷ୍ଣା ବେକେରୀରେ ଏହି ଚା' କପ ବିକ୍ରି ହେଉଛି । ଚା' ପିଇବା ପରେ ଚା' କପ ଖାଇବାର ମଜା ନେବା ପାଇଁ ଏହି ବେକେରୀରେ ପ୍ରତିଦିନ ଲୋକଙ୍କ ଭିଡ଼ ଜମୁଛି। ଏନେଇ ସୋସିଆଲ ମିଡିଆ ଓ ଇଣ୍ଟରନେଟରେ ଖବର ଭାଇରାଲ ହେବା ପରେ ରାଧାକ୍ରିଷ୍ଣା ବେକେରୀ ସମ୍ପର୍କରେ ଲୋକେ ଜାଣିବାକୁ ପାଇଥିଲେ ।

ଏହି ଚା' କପର ମୂଲ୍ୟ 20 ଟଙ୍କା ରଖାଯାଇଛି । ପ୍ରତିଦିନ ସକାଳୁ ଏଠାରେ ଦୁଇ କପ ଚା ପିଇବା ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଖାଲି ସେତିକି ନୁହେଁ ବିଭିନ୍ନ ଫ୍ଲେଭରର ବିସ୍କୁଟ ଚା' କପ ଏଠାରେ ମିଳୁଛି। ଏଥିରେ ଚୋକଲେଟ, ଭାନିଲା ଓ ଷ୍ଟ୍ରବେରୀ ଭଳି ଅନେକ ଫ୍ଲେଭରର ଚା'କପ ମିଳୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.