ETV Bharat / bharat

ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା ଦାବି, କେନ୍ଦ୍ରକୁ ଚିଠି ଲେଖିଲେ ମମତା

author img

By

Published : Jan 4, 2021, 8:13 PM IST

ନେତାଜୀ ସୁଭାଷ ବୋଷଙ୍କ ସହ ଜଡିତ ରହସ୍ୟକୁ ସାର୍ବଜନୀନ କରିବା ଓ ଜାନୁୟାରୀ 23 ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଦିବସକୁ ଜାତୀୟ ଛୁଟି ଘୋଷଣା କରିବା ପାଇଁ ଦାବି କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅଧିକ ପଢନ୍ତୁ...

birth anniversary of Netaji Subhas Chandra Bose
ନେତାଜୀଙ୍କ ଜୟନ୍ତୀ ଦିବସକୁ ଜାତୀୟ ଛୁଟି ଘୋଷଣା ଦାବି କରି କେନ୍ଦ୍ରକୁ ଚିଠି ଲେଖିଲେ ମମତା

କୋଲକାତା: ଜାନୁୟାରୀ 23 ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା ପାଇଁ ଦାବି କଲେ ମମତା । ନେତାଜୀ ସୁଭାଷ ବୋଷଙ୍କ ଜଡିତ ମୃତ୍ୟୁ ରହସ୍ୟକୁ ସାର୍ବଜନୀନ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଚ୍ୟାଲେଞ୍ଜ କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହା ସହ ଆସନ୍ତା ଜାନୁୟାରୀ 23 ତାରିଖ ଦିନ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଘୋଷଣା କରିବା ପାଇଁ ଦାବି କରି ମମତା କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ।

ପଶ୍ଚିମବଙ୍ଗ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଦଳଗୁଡିକ ବିଭିନ୍ନ ମୁଦ୍ଦା ଉଠାଉଛନ୍ତି । ବର୍ତ୍ତମାନ ସ୍ବାଧୀନତା ସଂଗ୍ରାମୀ ତଥା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ ଉଠିଛି ଆଲୋଚନା ପର୍ଯ୍ୟାଲୋଚନା । ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଦେଶ ସ୍ବାଧୀନତା ହେବା ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପାଇଁ ଆମେ କୌଣସି କାର୍ଯ୍ୟ କରିନାହିୁଁ । ଆସନ୍ତା ଜାନୁୟାରୀ 23 ତାରିଖକୁ କେନ୍ଦ୍ର ସରକାର ନେତାଜୀଙ୍କ ଜୟନ୍ତୀକୁ ସାରା ଦେଶରେ ଜାତୀୟ ଛୁଟି ଘୋଷଣା କରିବା ପାଇଁ ଦାବି କରିଛନ୍ତି । ଇତିହାସ ଫର୍ଦ୍ଦରେ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇରହିଥିବା ନେତାଜୀଙ୍କ ରହସ୍ୟମୟ ଫାଇଲ ଗୁଡିକୁ ସାର୍ବଜନୀନ କରିବା ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦାବି କରିଛନ୍ତି । ଯାହା ଏପର୍ଯ୍ୟନ୍ତ କରାଯାଇ ନାହିଁ ବୋଲି ମମତା ବାନାର୍ଜୀ କହିଛନ୍ତି । ଏନେଇ ସେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ସୂଚନା ଥାଉକି ଆସନ୍ତା ଏପ୍ରିଲ ମେ ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନଜରରେ ରଖି ଉଭୟ ଟିଏମସି ଓ ବିଜେପି ମଧ୍ୟରେ ରାଜନୈତିକ ଲଢେଇ ଆରମ୍ଭ ହୋଇଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.