ETV Bharat / bharat

କୋରୋନା ରୋକିବା ପାଇଁ ବିଲ ଗେଟ୍ସଙ୍କ ଚିନ୍ତା - ବିଲ ଗେଟ୍ସଙ୍କୁ କୋରୋନା ଚିନ୍ତା

କୋରୋନା ମୁକାବିଲା ପାଇଁ ଚିନ୍ତାରେ ପଡିଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ସାରା ବିଶ୍ବକୁ କୋରୋନା ଗ୍ରାସ କରିଥିବା ବେଳେ ଏହାର ସମାଧାନ କିପରି କରାଯାଇପାରିବ ସେନେଇ ନିଜ ଭାବନା ପ୍ରକାଶ କରିଛନ୍ତି ଗେଟ୍ସ । ଅଧିକ ପଢ଼ନ୍ତୁ...

bill gates worries about corona, bill gates gives tips on corona fight, coronavirus news, କୋରୋନା ପାଇଁ ବିଲ ଗେଟ୍ସଙ୍କ ଟିପ୍ସ, ବିଲ ଗେଟ୍ସ, ବିଲ ଗେଟ୍ସଙ୍କୁ କୋରୋନା ଚିନ୍ତା, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ରୋକିବା ପାଇଁ ବିଲ ଗେଟ୍ସଙ୍କ ଚିନ୍ତା
author img

By

Published : Apr 25, 2020, 12:51 AM IST

ହାଇଦ୍ରାବାଦ: କୋରୋନା ମୁକାବିଲା ପାଇଁ ଚିନ୍ତାରେ ପଡିଛନ୍ତି ମାଇକ୍ରୋସଫ୍ଟ କୋ-ଫାଉଣ୍ଡର ବିଲ ଗେଟ୍ସ । ସାରା ବିଶ୍ବକୁ କୋରୋନା ଗ୍ରାସ କରିଥିବା ବେଳେ ଏହାର ସମାଧାନ କିପରି କରାଯାଇପାରିବ ସେନେଇ ନିଜ ଭାବନା ପ୍ରକାଶ କରିଛନ୍ତି ଗେଟ୍ସ । ଏନେଇ ନିଜ ପର୍ସନାଲ ବ୍ଲଗରେ ସେ ଲେଖିଛନ୍ତି ସମାଧାନର କିଛି ବାଟ । ଏହି ବ୍ଲଗରେ ସେ କୋରୋନାକୁ ବିଶ୍ବ ଯୁଦ୍ଧର ଆଖ୍ୟା ଦେଇଛନ୍ତି ଏବଂ କହିଛନ୍ତି କି ଏହି ଯୁଦ୍ଧରେ ତଫାତ ଏତିକି କି ଏଥିରେ ସମଗ୍ର ବିଶ୍ବବାସୀ ଗୋଟିଏ ପଟେ ରହିଛନ୍ତି ।

ସେ ଏହାର ସମାଧାନ ପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧର ଉଦାହରଣ ଦେଇ କହିଛନ୍ତି କି ସେହି ସମୟରେ ରାଡାର, ଟର୍ପେଡୋସ ଓ କୋଡ ବ୍ରେକିଂ ଭଳି ଗ୍ଲୋବାଲ ଇନୋଭେସନ ପାଇଁ ଯୁଦ୍ଧ ସମାପ୍ତ ହୋଇଥିଲା । ବର୍ତ୍ତମାନ ସମୟରେ ମଧ୍ୟ ଏହିପରି କିଛି ଗ୍ଲୋବାଲ ଇନୋଭେସନର ଆବଶ୍ୟକତା ରହିଛି । ତେବେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଗେଟ୍ସ ଏହାକୁ 5ଟି ବିଭାଗରେ ବିଭକ୍ତ କରିଛନ୍ତି । ସେ ହେଉଛି ଚିକିତ୍ସା, ଟୀକାକରଣ, ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ପଲିସି ।

ଗେଟ୍ସ କହିଛନ୍ତି ଏସମସ୍ତ ବିଭାଗ ଉପରେ ଯଦି ବ୍ୟକ୍ତିଗତ ଭାବେ କିଛି ଗ୍ଲୋବାଲ ଇନୋଭେସନ ଯୋଡାଯାଏ ତାହେଲେ ହୁଏତ ବୁଡୁଥିବା ଅର୍ଥନୀତିକୁ ବଞ୍ଚାଯାଇପାରେ । ଏଥିସହ ବିଶ୍ବ ପୁଣି ରେସକୁ ଫେରିପାରିବ । ବର୍ତ୍ତମାନ ପରିସ୍ଥିତି ବେରୋଜଗାରକୁ ବାଟ ଦେଖାଉଛି । ଯାହାକୁ ରୋକିବାକୁ ହେବ । ଅନ୍ୟପଟେ ଚିକିତ୍ସା ସମ୍ବନ୍ଧରେ ସେ କହିଛନ୍ତି କି ଲୋକଙ୍କୁ କିଛିଟା ନିୟମ ଯେପରିକି ସାମାଜିକ ଦୂରତାକୁ ମାନିବାକୁ ହେବ । ଏଥିସହ ଆକ୍ରାନ୍ତଙ୍କୁ 95 ପ୍ରତିଶତ ସୁସ୍ଥ ଅନୁଭବ ନହେବ ପର୍ଯ୍ୟନ୍ତ ଚିକିତ୍ସା ଗ୍ରହଣ କରିବାକୁ ହେବ ।

ସେପଟେ ଟିକା ଉପରେ ଆଶା ବାନ୍ଧି ବସିଥିବା ଲୋକଙ୍କ ପାଇଁ ମଧ୍ୟ ଏବେ ଚିନ୍ତା କରିବାର ସମୟ ଆସିଛି । ଲୋକଙ୍କୁ ଏଥିପାଇଁ ସାମାନ୍ୟ ଧୈର୍ଯ୍ୟର ସହ ସହଯୋଗ କରିବାକୁ ହେବ । ଏଥିପାଇଁ ବିଶ୍ବର ଶ୍ରେଷ୍ଠ ଟିକା ପ୍ରସ୍ତୁତ କରୁଥିବା ଗୋଟିଏ କିମ୍ବା ଦୁଇଟି କମ୍ପାନୀଙ୍କୁ ଖୋଜି ଦାୟିତ୍ବ ଦେବାକୁ ହେବ । ଯାହା ଦ୍ବାରା ପ୍ରକ୍ରିୟା ଆହୁରି ସରଳ ଓ ସମୟ ସାପେକ୍ଷ ହୋଇପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.