ETV Bharat / bharat

ମୋଦିଙ୍କୁ ଭରଷା ଦେଲେ ନୀତିଶ, କହିଲେ କାମ ସରିବ 'ଅନ୍ ଟାଇମ' - PM Modi

ବିହାରରେ 541 କୋଟି ଟଙ୍କାର 7ଟି ସହରାଞ୍ଚଳ ଭିତ୍ତିଭୂମି ଯୋଜନାର ମୂଳଦୁଆ ପକାଇବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀତିଶ। ଏପଟେ ରାଜ୍ୟ ସରକାର ସମସ୍ତ ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି।

ମୋଦିଙ୍କୁ ଭରଷା ଦେଲେ ନୀତିଷ, କହିଲେ କାମ ସରିବ ''ଅନ୍ ଟାଇମ''

author img

By

Published : Sep 16, 2020, 8:44 AM IST

ପାଟନା: ବିହାରରେ ବିଭିନ୍ନ ମେଗା ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ। ରାଜ୍ୟରେ 541 କୋଟି ଟଙ୍କାର ସାତୋଟି ସହରାଞ୍ଚଳ ଭିତ୍ତିଭୂମି ଯୋଜନାର ମୂଳଦୁଆ ପକାଇବା ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ନୀତିଶ। ଏପଟେ ରାଜ୍ୟ ସରକାର ସମସ୍ତ ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବେ ବୋଲି ବିହାର ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି।

ଏହା ବ୍ୟତୀତ ଅଟଳ ମିଶନ ଫର ରିଜୁଭେନେସନ୍ ଆଣ୍ଡ ଅରବାନ୍ ଟ୍ରାନ୍ସଫର୍ମେସନ୍ (AMRUT) ଏବଂ ରାଜ୍ୟର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅଧୀନରେ କାର୍ଯ୍ୟକାରୀ ହେଉଥିବା ଅନ୍ୟ କେନ୍ଦ୍ର ସରକାରଙ୍କ ଯୋଜନାକୁ ମଧ୍ୟ ତ୍ୱରାନ୍ୱିତ କରିବ ବୋଲି କୁମାର କହିଛନ୍ତି।

ପ୍ରଧାନମନ୍ତ୍ରୀ ଦୁଇଟି ସ୍ୱେରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ (ଏସଟିପି) ଉଦ୍ଘାଟନ କରିଛନ୍ତି - ଗୋଟିଏ ପାଟଣାର ବିୟୁର୍ ଏବଂ କରମାଲିଚକ୍ । ଯାହା ଗଙ୍ଗା ନଦୀରେ ପ୍ରଦୂଷିତ ଜଳ ପ୍ରବେଶ ପୂର୍ବରୁ ପରିଷ୍କାର କରି ଛାଡିବ। ଯାହା ନଦୀଜଳକୁ ପ୍ରଦୂଷିତ ନହେବାରେ ସାହାଯ୍ୟ କରିବ।

ମୋଦି ଚାପ୍ରା ଏବଂ ସିୱାନ ସହର ପାଇଁ ଜଳ ଯୋଗାଣ ଯୋଜନାର ଉଦଘାଟନ କରିଛନ୍ତି ଯେଉଁଠାରେ ଅମୃତ ମିଶନ ଅଧୀନରେ ଜଳ ଯୋଗାଣରୁ 81,000 58,000 ଲୋକ ଉପକୃତ ହେବେ। ଏହା ବ୍ୟତୀତ ଦୁଇଟି ଜଳ ଯୋଗାଣ ଯୋଜନା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି। ସେହିପରି ନମାମି ଗଙ୍ଗେ ଅଧୀନରେ ନିର୍ମିତ ମୁଜାଫରପୁର ନଦୀବନ୍ଧ ବିକାଶ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ମଧ୍ୟ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି।

ହର ଘର ନଲ କା ଜଲ, ଏହି ଯୋଜନା ଅଧୀନରେ ବିହାରର ସମସ୍ତ ପରିବାରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସେପ୍ଟେମ୍ବର 10 ରେ ପ୍ରଧାନମନ୍ତ୍ରୀ ଏହି ଯୋଜନା ବିଷୟରେ ଉଲ୍ଲେଖ କରିବା ସହ 294 କୋଟି ବ୍ୟୟବରାଦ କରିଥିଲେ। ବର୍ତ୍ତମାନ 80% କାର୍ଯ୍ୟ ସମାପ୍ତ ହୋଇଛି। ଏବଂ ଅବଶିଷ୍ଟ କାର୍ଯ୍ୟ ଏହି ଅକ୍ଟୋବର ଶେଷ ସୁଦ୍ଧା ଶେଷ ହେବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.