ETV Bharat / bharat

ବିହାର ମତଗଣନା: ଟ୍ରେଣ୍ଡରେ ସର୍ବବୃହତ ପାର୍ଟି ହୋଇ ଛିଡା ହେଲା BJP - ବିହାର ମତଗଣନା

ଟ୍ରେଣ୍ଡ୍‌ ଅନୁଯାୟୀ ବିଜେପି ବିହାରରେ ସର୍ବବୃହତ ଦଳ ଭାବରେ ଉଭା ହେବା ପରି ନଜର ଆସୁଛି । ଦିନ 2ଟା ସୁଦ୍ଧା ଟ୍ରେଣ୍ଡ୍‌କୁ ଯଦି ଲକ୍ଷ୍ୟ କରିବା ତାହେଲେ ଏନଡିଏ ବହୁମତର ମ୍ୟାଜିକ ମାର୍କ ପାର କରିସାରିଛି । ଅଧିକ ପଢନ୍ତୁ...

ବିହାର ମତଗଣନା: ଟ୍ରେଣ୍ଡ୍‌ରେ ସର୍ବବୃହତ ପାର୍ଟି ହୋଇ ଛିଡା ହେଲା BJP

author img

By

Published : Nov 10, 2020, 3:12 PM IST

ନୂଆଦିଲ୍ଲୀ: ବିହାରରେ 5 ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଛି ମତଗଣନା । ତେବେ ଏହି 5 ଘଣ୍ଟା ମଧ୍ୟରେ ଉଭୟ ଏନଡିଏ ଓ ମହାମେଣ୍ଟ ମଧ୍ୟରେ ବଡ ଟକ୍କର ଦେଖିବାକୁ ମିଳିଛି । ପ୍ରାଥମିକ ପର୍ଯ୍ୟାୟରେ ମହାମେଣ୍ଟ ଆଗୁଆ ଚାଲିଥିବା ବେଳେ ଏନଡିଏ ବାଜି ପଲଟାଇ ଟ୍ରେଣ୍ଡ୍‌ରେ ବହୁମତ ହାସଲ କରିସାରିଛି ।

ବିହାର ମତଗଣନା: ଟ୍ରେଣ୍ଡ୍‌ରେ ସର୍ବବୃହତ ପାର୍ଟି ହୋଇ ଛିଡା ହେଲା BJP

ଦିନ 2ଟା ସୁଦ୍ଧା ଟ୍ରେଣ୍ଡ୍‌କୁ ଯଦି ଲକ୍ଷ୍ୟ କରିବା ତାହେଲେ ଏନଡିଏ ବହୁମତର ମ୍ୟାଜିକ ମାର୍କ ପାର କରିସାରିଛି । ଏନଡିଏ ଖାତାରେ 127 ଆସନ ଯିବାନେଇ ନଜର ଆସୁଥିବା ବେଳେ 106ଟି ଆସନରେ ଲିଡ କରୁଛି ମହାମେଣ୍ଟ । ସେହିପରି ଚିରାଗ ପାସୱାନଙ୍କ ଦଳ ଏଲଜିପି ମଧ୍ୟ ଗୋଟିଏ ଆସନରେ ଆଗରେ ଅଛି ।

ଟ୍ରେଣ୍ଡ୍‌ ଅନୁଯାୟୀ ବିଜେପି ବିହାରରେ ସର୍ବ ବୃହତ ଦଳ ଭାବରେ ଉଭା ହେବା ପରି ନଜର ଆସୁଛି ବିଜେପି । ଏନଡିଏର ସହଯୋଗୀ ଦଳ ହିସାବରେ ସିଟ୍‌ ଉପରେ ଯଦି ନଜର ପକାଇବା ତାହେଲେ, ବିଜେପି 74, ଜେଡିୟୁ 48, ଭିଆଇପି 5, ଏଚଏଏମ 1 ସିଟରେ ଆଗରେ ଚାଲିଛନ୍ତି । ସେହିପରି ଜିତନରାମ ମାଝିଙ୍କ ଦଳ ଗୋଟିଏ ଆସନରେ ଲିଡ କରୁଛି ।

ଅନ୍ୟପକ୍ଷେ ମହାମେଣ୍ଟରେ ଆରଜେଡି 66, କଂଗ୍ରେସ 21 ଓ ବାମଦଳ 19ଟି ଆସନରେ ଆଗରେ ଅଛି । ତେବେ ବିହାରରେ ବିଜେପି ସର୍ବ ବୃହତ ଦଳ ଭାବରେ ଉଭା ହେବା ପରେ ନିତିଶ କୁମାରଙ୍କ ମୁଖ୍ୟମନ୍ତ୍ରୀ ଆସନକୁ ନେଇ ପ୍ରଶ୍ନ ଛିଡା କରିଛନ୍ତି ବିରୋଧି । ବିଜେପିରୁ କମ ଭୋଟ ଆସିବା ଓ ଗତ ନିର୍ବାଚନରେ ନିଜର ପ୍ରଦର୍ଶନରୁ ତଳକୁ ଖସିବା ପରେ ନିତିଶ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଆସନ ଛାଡିବେ କି ନାହିଁ ତାହା ଦେଖିବାକୁ ବାକି ରହିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.