ETV Bharat / bharat

ବିହାର ବିଧାନସଭାରେ ବିଜେପି ରଖିବ ବାଚସ୍ପତି ପଦ !

author img

By

Published : Nov 16, 2020, 12:19 PM IST

ବିହାର ବିଧାନସଭାରେ ବାଚସ୍ପତି ପଦ ବିଜେପିକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଅଧିକ ପଢନ୍ତୁ...

ବିହାର ବିଧାନସଭା
ବିହାର ବିଧାନସଭା

ପାଟନା: ବିହାରରେ ମୁଖ୍ୟମନ୍ତ୍ରୀ ଭାବେ ଏନଡିଏ ନେତା ନୀତିଶ କୁମାର ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତେବେ ଜେଡିୟୁକୁ ମୁଖ୍ୟମନ୍ତ୍ରୀ ପଦ ମିଳିଥିବାରୁ ବିଜେପି ବାଚସ୍ପତି ପଦ ନିଜ ପାଖରେ ରଖିବ ବୋଲି କୁହାଯାଉଛି ।

ସୂତ୍ର ଅନୁସାରେ, ବିଜେପି ହିଁ ବାଚସ୍ପତି ପଦ ରଖିପାରେ । ଏହାସହ ଦଳରୁ ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ବ ଦେଇପାରେ । ଆଜି ରାଜଭବନରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ଭାବେ ବିଜେପିର ତାରକିଶୋର ପ୍ରସାଦ ଓ ରେଣୁ ଦେବୀ ମଧ୍ୟ ଶପଥ ନେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।

ରବିବାର ଏନଡିଏ ବୈଠକରେ ନୀତିଶ କୁମାରଙ୍କୁ ଏନଡିଏର ନେତା ଭାବେ ନିର୍ବାଚିତ କରାଯାଇଥିଲା । ପରେ ସେ ରାଜ୍ୟପାଳଙ୍କୁ ଭେଟି ସରକାର ଗଢିବାକୁ ଦାବି ଜଣାଇଥିଲେ ।

ସୂଚନାଥାଉକି, ବିହାର ବିଧାନସଭାର 243 ଆସନ ମଧ୍ୟରୁ ଏନଡିଏକୁ 125 ଆସନ ମିଳିଛି । ଯେଉଁଥିରେ ବିଜେପି 74 ଟି ବିଧାନସଭା ଆସନରୁ ବିଜୟୀ ହୋଇଥିବାବେଳେ ଜେଡିୟୁ 43ଟି ଆସନରୁ ବିଜୟୀ ହୋଇଛି । ସେହିଭଳି ଏନଡିଏର ଅନ୍ୟ ଦୁଇ ସହଯୋଗୀ ବାକି ଥିବା 8ଟି ଆସନରୁ ବିଜୟୀ ହୋଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.