ETV Bharat / bharat

ବିହାର ବନ୍ୟା ସ୍ଥିତି, 33 ଏନଡିଆରଏଫ ଟିମ୍ ନିୟୋଜିତ

author img

By

Published : Aug 6, 2020, 1:10 PM IST

ବନ୍ୟାରେ ଉବୁଟୁବୁ ବିହାର । ଏଣୁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକୁ ଏନଡିଆରଏଫ ଏବଂ ଏସଡିଆରଏଫର 33ଟି ଟିମ୍ ନିୟୋଜିତ କରାଯାଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ବିଭାଗ ସୂଚନା ଦେଇଛନ୍ତି ।

Breaking News

ପାଟନା: ବନ୍ୟାରେ ଉବୁଟୁବୁ ବିହାର । ଏଣୁ ବନ୍ୟା ପ୍ରଭାବିତ ଜିଲ୍ଲାଗୁଡିକୁ ଏନଡିଆରଏଫ ଏବଂ ଏସଡିଆରଏଫର 33ଟି ଟିମ୍ ନିୟୋଜିତ କରାଯାଇଛି। ଏନେଇ ରାଜ୍ୟ ବିପର୍ଯ୍ୟୟ ବିଭାଗ ସୂଚନା ଦେଇଛନ୍ତି ।

ରାଜ୍ୟ ସରକାରଙ୍କ ପରିଚାଳନା ବିଭାଗ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଜଳର ବୃଦ୍ଧି ଯୋଗୁଁ ରାଜ୍ୟର 16 ଟି ଜିଲ୍ଲା ପ୍ରଭାବିତ ହୋଇଛି। ଏହାଦ୍ୱାରା ଏପର୍ଯ୍ୟନ୍ତ 19 ଜଣଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ 66,60,655 ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ମୋଟ 12,202 ଲୋକଙ୍କୁ ରିଲିଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି।

ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର 3 ପ୍ରଭାବିତ ଜିଲ୍ଲା ଖାଗରିଆ, ସାହର୍ଶା ଏବଂ ଦରଭଙ୍ଗାରେ ଡଙ୍ଗା ବୁଡ଼ିଯିବା ଘଟଣାରେ ମୃତକଙ୍କୁ ସମବେଦନା ଜଣାଇବା ସହ କ୍ଷତିପୂରଣ ପ୍ରଦାନ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ଗତ ବୁଧବାର ମୁଖ୍ୟମନ୍ତ୍ରୀ ବିମାନ ଦ୍ବାରା ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଦରଭଙ୍ଗା ବନ୍ୟା ସହାୟତା ଶିବିର ଏବଂ ଏକ କମ୍ୟୁନିଟି କିଚେନ ପରିଦର୍ଶନ କରିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.