ETV Bharat / bharat

ବିହାର ନିର୍ବାଚନ: ଆଜି ପୁଣି ଗର୍ଜିବେ ମୋଦି-ରାହୁଲ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ପୁଣି ମୈଦାନକୁ ଓହ୍ଲାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବି ଆଜି କରିବେ ପ୍ରଚାର । ଅଧିକ ପଢନ୍ତୁ...

ବିହାର ନିର୍ବାଚନ
ବିହାର ନିର୍ବାଚନ
author img

By

Published : Oct 28, 2020, 7:45 AM IST

ପାଟନା: ଆଜି(ବୁଧବାର) ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଛି । 16 ଜିଲ୍ଲାର 71ଟି ଆସନ ପାଇଁ ନିଜ ମତ ସାବ୍ୟସ୍ତ କରିବେ 2,14,6096 ଜଣ ଭୋଟର । ସେପଟେ ଏହାରି ଭିତରେ ଆଜି ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିହାରରେ ପ୍ରଚାର କରିବେ ।

ପ୍ରଧାନମନ୍ତ୍ରୀ 3ଟି ଜନସଭାରେ ନିର୍ବାଚନୀ ପ୍ରଚାର କରିବାକୁ ଥିବାବେଳେ ରାହୁଲ 2ଟି ସଭାରେ ପ୍ରଚାର କରିବେ । ତେବେ ଆଜି ପ୍ରଚାର କରିବାର କାର୍ଯ୍ୟକ୍ରମ ନେଇ ଖୋଦ ମୋଦି ନିଜେ ଟ୍ବିଟ କରି ସୂଚନା ଦେଇଛନ୍ତି । ସେ ଦରଭଙ୍ଗା, ମୁଜାଫରପୁର ଓ ପାଟନାରେ ରାଲି କରିବେ ବୋଲି ଜଣାଇଛନ୍ତି । ଏହାସହ ଆପଣ ସମସ୍ତେ ଏହି ରାଲି ସହିତ ନିଶ୍ଚୟ ଯୋଡି ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି ।

ଅନ୍ୟପଟେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ମଧ୍ୟ ନିର୍ବାଚନ ପ୍ରଚାରକୁ ଓହ୍ଲାଇବେ । ସେ ଦରଭଙ୍ଗା ଓ ପଶ୍ଚିମ ଚମ୍ପାରଣର ବାଲ୍ମିକୀନଗରରେ ପ୍ରଚାର କରିବେ ।

ସୂଚନାଥାଉକି, ଏହା ପୂର୍ବରୁ ଅକ୍ଟୋବର 23 ତାରିଖରେ ମଧ୍ୟ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧୀ ବିହାରରେ ପ୍ରଚାର କରିସାରିଛନ୍ତି । ତେବେ ବିହାରରେ 3 ଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଛି । ସେହିପରି ନଭେମ୍ବର 3ରେ ଦ୍ବିତୀୟ ପର୍ଯ୍ୟାୟ ଓ ନଭେମ୍ବର 7 ତାରିଖରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ନଭେମ୍ବର 10ରେ ଭୋଟ ଗଣତି ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.