ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ନଭେମ୍ବର 1ରେ ଛପରାରେ ରାଲି କରିବେ ମୋଦି - ବିହାର ନିର୍ବାଚନ 2020

ବିହାର ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର 1ରେ ତାରିଖରେ ଛପରାରେ ରାଲି କରିବେ ପ୍ରଧାନମନ୍ତ୍ରୀ । ଏନେଇ ସୂଚନା ଦେଲେ ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ।

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ
author img

By

Published : Oct 15, 2020, 7:17 AM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ପ୍ରାର୍ଥିପତ୍ର ଦାଖଲ କରି ପ୍ରଚାରରେ ଲାଗିପଡିଛନ୍ତି ପ୍ରାର୍ଥୀ । ନିଜ ନିଜ କର୍ମୀଙ୍କୁ ଧରି ଜନତାଙ୍କ ନିକଟତର ହେଉଛନ୍ତି ନେତା ।

ଏହାରି ଭିତରେ ସମସ୍ତ ଦଳର ଶୀର୍ଷ ନେତୃବୃନ୍ଦ ପ୍ରଚାର କରିବାକୁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛପରାରେ ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ ନଭେମ୍ବର 1ତାରିଖରେ ରାଲି କରିବେ ବୋଲି ଜଣାପଡିଛି । ଏନେଇ ଛପରା ସାଂସଦ ରାଜୀବ ପ୍ରତାପ ରୁଡ୍ଡୀ ସୂଚନା ଦେଇଛନ୍ତି ।

ବୁଧବାର ଛପରାରେ ଏନଡିଏ ପ୍ରାର୍ଥୀ ପ୍ରାର୍ଥିପତ୍ର ଦାଖଲ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ନେଇ ସେ କହିଛନ୍ତି । ଏହାସହ ବିହାରରେ ଏନଡିଏ ସରକାର ଗଠନ କରୁଥିବା ନେଇ ମଧ୍ୟ ସେ ଆଶାବ୍ୟକ୍ତ କରିଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକାଶ ପାଇଁ ସମର୍ପିତ ଅଛନ୍ତି । ତାଙ୍କର ଧ୍ୟାନ ବିହାର ଉପରେ ରହିଛି ବୋଲି କହିଛନ୍ତି ରାଜୀବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.