ପାଟନା: ସପ୍ତମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନୀତିଶ କୁମାର । ଶପଥ ନେବାର 24 ଘଣ୍ଟା ମଧ୍ୟରେ ଜନତା ଦଳ ସୁପ୍ରିମୋ ନୀତିଶ କୁମାର ମଙ୍ଗଳବାର କ୍ୟାବିନେଟ ବୈଠକ ଡାକିଛନ୍ତି । ଏହି ବୈଠକ ସକାଳ 11:30ରୁ ଆରମ୍ଭ ହେବ ବୋଲି ଜଣାପଡିଥିବା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ଲାଗିପାରେ ମୋହର ।
ସୂଚନା ଅନୁସାରେ, ନିତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ରାଜଭବନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବିହାର ରାଜ୍ୟପାଳ ଫଗୁ ଚୌହାନ । ନୀତିଶଙ୍କ ସମେତ ଗତକାଲି 15 ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି । ଏହାସହ ଦୁଇ ବିଜେପି ନେତା ତାରକିଶୋର ପ୍ରଶାଦ ଓ ରେଣୁ ଦେବୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହି ସମାରୋହରେ ସାମିଲ ଥିଲେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।
ଜେଡିୟୁ ନେତା ବିଜୟ କୁମାର ଚୌଧୁରୀ, ବିଜୟନ୍ଦ୍ର ପ୍ରସାଦ ଯାଦବ, ଅଶୋକ ଚୌଧୁରୀ ଏବଂ ମେୱା ଲାଲ ଚୌଧୁରୀ ମଧ୍ୟ ବିଜେପିର କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ନୀତିଶଙ୍କ କ୍ୟାବିନେଟ ମନ୍ତ୍ରୀ ଭାବରେ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା (ହାମ) ମୁଖ୍ୟ ଜିତନ ରାମ ମଞ୍ଜୀ ଏବଂ ବିକାଶଶେଲ ଇନସାନ ପାର୍ଟିର ମୁକେଶ ସାହନିଙ୍କ ପୁଅ ସାନ୍ତୋଶ କୁମାର ସୁମନ ମଧ୍ୟ ଶପଥ ଗ୍ରହଣ କରିଛନ୍ତି ।
ସୂଚନାଯୋଗ୍ୟ, 14 ଜଣ ମନ୍ତ୍ରୀଙ୍କ ମଧ୍ୟରୁ 10 ଜଣ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଛନ୍ତି । ବିହାର ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର 23 ରୁ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ଏକ 5 ଦିନିଆ ଅଧିବେଶନ ହେବ | ନଭେମ୍ବର 27 ପର୍ଯ୍ୟନ୍ତ ଚାଲିବାକୁ ଥିବା ବିହାର 'ବିଧାନସଭା' ମଧ୍ୟ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ନୀତିଶ ତାଙ୍କର ପ୍ରଥମ ଅଧିବେଶନରେ ଯୋଗଦେବେ ।