ETV Bharat / bharat

ବର୍ଷେ ଭିତରେ କମିଛି ନିତିଶଙ୍କ ସମ୍ପତ୍ତି - ନିତିଶ କୁମାରଙ୍କ ସମ୍ପତ୍ତି

ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ବାର୍ଷିକ ସମ୍ପତ୍ତିର ଘୋଷଣା । ଗତ 1 ବର୍ଷ ମଧ୍ୟରେ ନିତିଶ କୁମାର ଗରିବ ହୋଇଯାଇଛନ୍ତି । ଅଧିକ ପଢନ୍ତୁ...

Bihar CM nitish kumar
ଗତ 1 ବର୍ଷର ଭିତରେ ଗରିବ ହୋଇଗଲେ ନିତିଶ
author img

By

Published : Jan 2, 2020, 5:47 PM IST

ପାଟନା: ନୂଆବର୍ଷରେ ପ୍ରଥମ ଦିନରେ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ସମେତ ତାଙ୍କ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ ନିଜ ବାର୍ଷିକ ସମ୍ପତ୍ତିର ଘୋଷଣା କରିଦେଇଛନ୍ତି । ଏଥରର ବାର୍ଷିକ ଘୋଷଣାରେ ରୋଚକ କଥା ହେଉଛି ଯେ ଗତ ବର୍ଷ ତୁଳନାରେ ନିତିଶ କୁମାର ଗରିବ ହୋଇଯାଇଛନ୍ତି । ଅନ୍ୟପକ୍ଷେ ସୁଶୀଲ ମୋଦି ସବୁ ବର୍ଷ ଭଳି ଏ ବର୍ଷ ମଧ୍ୟ ନିତିଶଙ୍କଠୁ ଅଧିକ ଧନୀ ରହିଛନ୍ତି ।

ଗତବର୍ଷ ଠାରୁ କମିଛି ନିତିଶଙ୍କ ସମ୍ପତ୍ତି

ମୁଖ୍ୟମନ୍ତ୍ରୀ ନିତିଶ କୁମାର ନିଜ ସମ୍ପତ୍ତିର ତଥ୍ୟ ଦେଇଛନ୍ତି । ତାଙ୍କ ପାଖରେ ଗତ ବର୍ଷ 42 ହଜାର 500 ଟଙ୍କା ନଗଦ ରାଶି ଥିବା ବେଳେ ଏ ବର୍ଷ ଏହା କମିଯାଇ 38 ହଜାର 039 ଟଙ୍କା ହୋଇଯାଇଛି । ଏହାସହ ବ୍ୟାଙ୍କରେ ଗତବର୍ଷ ନିତିଶଙ୍କ 42 ହଜାର ଟଙ୍କା ଥିଲା । ଏ ବର୍ଷ ଏହା 40 ହଜାର ଟଙ୍କାରେ ପହଞ୍ଚିଛି । ଏହା ବ୍ୟତିତ ନିତିଶଙ୍କ ପାଖରେ ଦିଲ୍ଲୀରେ ଏକ ଫ୍ଲାଟ ରହିଛି । ତେବେ ସବୁକୁ ମଶାଇ ନିତିଶଙ୍କ ପାଖରେ 16 ଲକ୍ଷ 28ହଜାର ଟଙ୍କାର ଚଳ ଓ 40 ଲକ୍ଷ ଟଙ୍କାର ଅଚଳ ସମ୍ପତ୍ତି ରହିଛି ।

ସୁଶୀଲ ମୋଦିଙ୍କ ପାଖରେ 1 କୋଟିରୁ ଅଧିକ ସମ୍ପତ୍ତି

ନିତିଶ କୁମାରଙ୍କ ଠାରୁ ସୁଶୀଲ ମୋଦିଙ୍କ ସମ୍ପତ୍ତି ଉପରେ ଯଦି ନଜର ପକାଇବେ ତେବେ ସେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଢେର ଅଧିକ ଧନୀ । ମୋଦିଙ୍କ ପାଖରେ ମୋଟ 1 କୋଟି 26 ଲକ୍ଷ ଟଙ୍କାର ଚଳ ଓ ଅଚଳ ସମ୍ପତ୍ତି ରହିଛି । ଏହାସହ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗରରେ ମୋଦିଙ୍କ ଏକ ଘର ରହିଛି ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.