ETV Bharat / bharat

ବିହାର ବିଧାନସଭା ନିର୍ବାଚନ: ରାତିପାହିଲେ ମତଦାନ, ପ୍ରସ୍ତୁତ ନେତା-ମତଦାତା

author img

By

Published : Oct 27, 2020, 4:45 PM IST

ବିହାର ବିଧାନସଭା ନିର୍ବାଚନ ପାଇଁ ଜମୁଛି ପ୍ରଚାର । ବୁଧବାର ହେବାକୁ ଯାଉଛି ପ୍ରଥମ ପର୍ଯ୍ୟାୟ ମତଦାନ । 71ଟି ଆସନ ପାଇଁ ମତଦେବେ ମତଦାତା । ଅଧିକ ପଢନ୍ତୁ...

ବିହାର ବିଧାନସଭା ନିର୍ବାଚନ
ବିହାର ବିଧାନସଭା ନିର୍ବାଚନ

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ରଣାଙ୍ଗନକୁ ଓହ୍ଲାଇସାରିଛନ୍ତି ରଣନୀତିକାର । କୋରୋନା କାଳରେ ବଳ କଷୁଛନ୍ତି ନେତା । ପାଟନା ସିଂହାସନ ଦଖଲ ପାଇଁ ଚାଲିଛି ପ୍ରସ୍ତୁତି । ବିଶେଷ କରି ଏନଡିଏ ଓ ମହାମେଣ୍ଟ ମଧ୍ୟରେ ହେଉଛି କଡାଟକ୍କର ।

ବିହାର ବିଧାନସଭା ନିର୍ବାଚନ: ଜମୁଛି ପ୍ରଚାର

ତୁହାକୁ ତୁହା ବୈଠକ, ସାଧାରଣ ସଭା ଓ ସୋସିଆଲ ମିଡିଆ ଜରିଆରେ ଜନତାଙ୍କ ନିକଟତର ହେଉଛନ୍ତି ନେତା । ଏନଡିଏ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ପ୍ରମୁଖ ମୈଦାନକୁ ଓହ୍ଲାଇସାରିଛନ୍ତି । ସେହିପରି ମହାମେଣ୍ଟ ପାଇଁ ଆରଜେଡି ନେତା ତେଜସ୍ବୀ ଯାଦବ ମୋର୍ଚ୍ଚା ସମ୍ଭାଳୁ ଥିବାବେଳେ ରାହୁଲ ଗାନ୍ଧୀ ବି ତାଙ୍କ ସାଥ୍‌ ଦେଇଛନ୍ତି ।

ନଇ ସୋଚ୍‌, ନୟା ବିହାର, ଯୁବା ସରକାର, ଅବକୀ ବାର, ନାରା ଦେଇ ଆରଜେଡି, ସରକାର ଗଠିବାକୁ ଅଣ୍ଟା ଭିଡିଛି । ସେପଟେ ଏନଡିଏ ନୀତିଶ କୁମାରଙ୍କ ସୁଶାସନର ହିସାବ ଦେଇ ଭୋଟ ମାଗୁଛି । ସେପଟେ ଏନଡିଏରୁ ବାହାରି ଯାଇ ଚିରାଗ ପାଶୱାନଙ୍କ ଏଲଜେପି ମଧ୍ୟ ଯୁବା କାର୍ଡ ଖେଳୁଛି । ସେହିପରି ଅନେକ ଛୋଟବଡ ଦଳ ମଧ୍ୟ ଜିତିବା ପାଇଁ ନିଜ ନିଜ ଉଦ୍ୟମରେ ଲାଗିଛନ୍ତି ।

ଏପରି ସ୍ଥିତିରେ ଆସନ୍ତାକାଲି ହେବ ପ୍ରଥମ ପର୍ଯ୍ୟାୟ ମତଦାନ । 71ଟି ଆସନ ପାଇଁ ମତଦେବେ ମତଦାତା । ଯେଉଁଥିରେ 8 ଜଣ ମନ୍ତ୍ରୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ଭୋଟର । ତେବେ ଏହି ଆସନଗୁଡିକରେ ପ୍ରାୟତଃ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିବ । ଏନଡିଏ ଓ ମହାମେଣ୍ଟ ସହିତ ଏଲଜେପି ମଧ୍ୟ କରିବ ଜୋରଦାର ମୁକାବିଲା ।

କୋରୋନା କାଳରେ ପ୍ରଥମ ଥର ବିଧାନସଭା ଆସନ ପାଇଁ ଭୋଟ ଦେବେ ଜନତା । ଯାହାକୁ ନେଇ ନିର୍ବାଚନ ଆୟୋଗ ମଧ୍ୟ ପ୍ରସ୍ତୁତ ରହିଛି । କଡା ସୁରକ୍ଷା ବ୍ୟବସ୍ଥା ଭିତରେ କୋରୋନା କଟକଣାକୁ ଲକ୍ଷ୍ୟ କରି ମତଦାନର ବ୍ୟବସ୍ଥା କରିଛି ଆୟୋଗ । ନିର୍ବାଚନ ହେବାକୁ ଥିବା ଅଧିକାଂଶ ସିଟ୍‌ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଥିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସକାଳ 7ଟାରୁ ଭୋଟ ଗ୍ରହଣ ହେବାକୁ ବ୍ୟବସ୍ଥା ହୋଇଛି । ତେବେ କୋରୋନା କାଳରେ ଏହି ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ନିର୍ବାଚନ ଆୟୋଗ ପାଇଁ ପରୀକ୍ଷା ପାଲଟିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.