ETV Bharat / bharat

ଆମେରିକାର ବଡ଼ ଖୁଲାସା, ଗଲୱାନ ସଙ୍ଘର୍ଷରେ ନିପାତ ହୋଇଥିଲେ 60 ଚୀନ୍ ଯବାନ

author img

By

Published : Sep 13, 2020, 6:39 PM IST

ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଙ୍ଘର୍ଷରେ ଆମେରିକା ଖବରକାଗଜ କରିଛି ଏକ ବଡ଼ ଖୁଲାସା । ରିପୋର୍ଟ ଅନୁଯାୟୀ, ଗାଲୱାନ୍ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ପ୍ରାୟ 60 ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଅଧିକ ପଢନ୍ତୁ...

ଆମେରିକାର ବଡ଼ ଖୁଲାସା, ଗଲୱାନ ସଙ୍ଘର୍ଷରେ ନିପାତ ହୋଇଥିଲେ 60 ଚୀନ୍ ସେନା

ନୂଆଦିଲ୍ଲୀ: ଲଦାଖ ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଙ୍ଘର୍ଷରେ ଆମେରିକା ଖବରକାଗଜ କରିଛି ଏକ ବଡ଼ ଖୁଲାସା । ରିପୋର୍ଟ ଅନୁଯାୟୀ, ଗଲୱାନ୍ ଭ୍ୟାଲିରେ ହୋଇଥିବା ସଂଘର୍ଷରେ ପ୍ରାୟ 60 ଜଣ ଚୀନ୍ ସୈନିକ ନିହତ ହୋଇଥିଲେ । ଗାଲୱାନରେ ଏହି ସଙ୍ଘର୍ଷ ପରେ ଚୀନ୍ ଭୟଭୀତ ହୋଇପଡିଛି। ସୂଚନାନୁସାରେ, ଚାଇନା ବ୍ଲାକ୍ ଟପ୍ ଏବଂ ହେଲମେଟ୍ ଟପ୍ ଚାରିପାଖରେ ନିଜର କାର୍ଯ୍ୟକଳାପ ବୃଦ୍ଧି କରୁଛି। ଫିଙ୍ଗର -4 ଅଞ୍ଚଳରେ ଉପସ୍ଥିତ ଚୀନ୍ ସୈନ୍ୟ ଉପରେ ନିରନ୍ତର ନଜର ରଖିବା ପାଇଁ ଭାରତୀୟ ସେନା ପାର୍ବତ୍ୟ ଶିଖର ତଥା ସାମରିକ ବେସକୁ ଅତିରିକ୍ତ ସେନା ପଠାଇଛି।

ପାଙ୍ଗୋଙ୍ଗ ହ୍ରଦର ଉତ୍ତର କୂଳରେ ଫିଙ୍ଗର -4 ରୁ ଫିଙ୍ଗର -8 ପର୍ଯ୍ୟନ୍ତ ଅଞ୍ଚଳରେ ଚୀନ୍ ସୈନ୍ୟ ଉପସ୍ଥିତ ଅଛନ୍ତି, କିନ୍ତୁ ଅନେକ ଉଚ୍ଚ ଶିଖର ଉପରେ ଭାରତୀୟ ସେନାର ନିୟନ୍ତ୍ରଣ ପରେ ଚୀନ୍‌ର ଚିନ୍ତା ବଢିବାରେ ଲାଗିଛି। ଫିଙ୍ଗର କ୍ଷେତ୍ରକୁ ନେଇ ଚୀନ ଜିଦ୍ ଧରି ବସିଛି । ଫିଙ୍ଗର -4 ରୁ ଚୀନ୍ ସେନା ପଛକୁ ଫେରିବାକୁ ପ୍ରସ୍ତୁତ ନୁହେଁ । ଚୀନ୍ ସେନା ଦାବି କରିଛି ଯେ, 1999 ମସିହାରେ ଫିଙ୍ଗର 8 ରୁ ଫିଙ୍ଗର 5 ପର୍ଯ୍ୟନ୍ତ ଏକ ରାସ୍ତା ସେ ନିର୍ମାଣ କରିଥିଲା। ତେଣୁ ସେହି ଅନୁସାରେ ଦେଖିବାକୁ ଗଲେ ଏହି କ୍ଷେତ୍ର ତାଙ୍କର ଅଟେ ବୋଲି ସେ ଦାବି କରିଛି ।

ଭାରତ ଅଭିଯୋଗ କରିଛି ଯେ, ଏଲଏସିର ଶାନ୍ତି (ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍) ସମ୍ବନ୍ଧରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତିନାମାକୁ ଚୀନ୍ ଉଲ୍ଲଂଘନ କରିଛି। କାରଣ ବର୍ତ୍ତମାନର ଉତ୍ତେଜନା ପୂର୍ବରୁ ଚୀନ୍ ସେନା ଫିଙ୍ଗର 8 ଅର୍ଥାତ୍ ସିରଜାପ ଏବଂ ଖୁରାନକ ଦୁର୍ଗ ପଛରେ ଲୁଚି ରହିଥିଲା । ଫିଙ୍ଗର -5 ପର୍ଯ୍ୟନ୍ତ କ୍ୟାମ୍ପ କରି ଚୀନ୍ ଏଲଏସିର ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛି। କାରଣ ଦୁଇ ଦେଶ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିନାମା ଅନୁଯାୟୀ, ଉଭୟ ଦେଶ ବିନା ଅନୁମତିରେ ଏଲଏସି ଉପରେ କୌଣସି ପ୍ରକାର 'ସୀମା-ଦୁର୍ଗ' କରିପାରିବେ ନାହିଁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.