ETV Bharat / bharat

ଲକ୍ ଡାଉନରେ ବି ଖୋଲା ରହିବ ରାଜସ୍ଥାନ ହାଇକୋର୍ଟ

author img

By

Published : Apr 14, 2020, 2:52 PM IST

ଲକ ଡାଉନ କଟକଣା ସତ୍ତ୍ବେ ରାଜସ୍ଥାନ ହାଇକୋର୍ଟରେ ଜାରି ରହିବ ଶୁଣାଣି । ପୂର୍ବରୁ ସପ୍ତାହରେ 2 ଦିନ 1 ଘଣ୍ଟା 30 ମିନିଟ୍ ଧରି ମାମଲାର ଶୁଣାଣି କରାଯାଉଥିବାବେଳେ ଏବେ ପ୍ରତିଦିନ ହେବ ମାମଲାର ଶୁଣାଣି । ଅଧିକ ପଢନ୍ତୁ...

rajasthan-high-court
ରାଜସ୍ଥାନ ହାଇକୋର୍ଟ

ଜୟପୁର: ରାଜସ୍ଥାନ ହାଇକୋର୍ଟରେ ଲକ୍ ଡାଉନ୍ ହେତୁ ସପ୍ତାହରେ 2 ଦିନ 1 ଘଣ୍ଟା 30 ମିନିଟ୍ ଧରି ମାମଲାର ଶୁଣାଣି ହେଉଥିଲା । ମାତ୍ର ଏବେ ପ୍ରତିଦିନ ଶୁଣାଣି କରାଯିବ । ଏଥିସହ ଶୁଣାଣି ସମୟକୁ ମଧ୍ୟ 2 ଘଣ୍ଟାକୁ ବୃଦ୍ଧି କରାଯାଇଛି।

ରାଜସ୍ଥାନ ହାଇକୋର୍ଟ ବାର ଆସୋସିଏସନର ସେକ୍ରେଟେରୀ ଜେନେରାଲ ଅଂଶୁମାନ ସକ୍ସେନା କହିଛନ୍ତି ଯେ, ସୋମବାର ହାଇକୋର୍ଟର ପ୍ରଧାନ ବିଚାରପତି ଇନ୍ଦ୍ରଜିତ ମହାନ୍ତିଙ୍କ ନେତୃତ୍ବରେ ବିଚାରପତି ତଥା ଆଇନଜୀବୀଙ୍କ ପ୍ରତିନିଧୀଙ୍କ ଭିସି ମାଧ୍ୟମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବର୍ତ୍ତମାନର ଆଇନଜୀବୀଙ୍କ ପାଇଁ କିଛି ପରାମର୍ଶ ମଧ୍ୟ ଦିଆଯାଇଛି। ଆସନ୍ତା 2 ସପ୍ତାହ ପରି କୋର୍ଟ କେବଳ ଜରୁରୀ ମାମଲାର ଶୁଣାଣି କରିବେ। ଏଥିପାଇଁ ଓକିଲମାନେ ଅନଲାଇନ୍ କଲିଂ ମାଧ୍ୟମରେ ସେମାନଙ୍କ ମାମଲା ଉପସ୍ଥାପନ କରିବାକୁ ସମର୍ଥ ହେବେ।

ଏହା ବ୍ୟତୀତ ସକାଳ 11 ଟାରୁ ଦିନ 12ଟା30ମିନିଟ ପର୍ଯ୍ୟନ୍ତ ଚାଲିଥିବା ଶୁଣାଣି 2 ଘଣ୍ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ହାଇକୋର୍ଟ ବର୍ତ୍ତମାନ ସକାଳ 11 ଟାରୁ ଦିନ 1 ଟା ପର୍ଯ୍ୟନ୍ତ ଶୁଣାଣି କରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.