ETV Bharat / bharat

ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜରୁରୀକାଳୀନ ଚିକିତ୍ସା ପାଇଁ ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତି

author img

By

Published : Jan 6, 2021, 6:28 PM IST

ସଡକ ଦୁର୍ଘଟଣାରେ ଆହତଙ୍କୁ ଡାକ୍ତର ଠିକ ସମୟରେ ଜରୁରୀକାଳୀନ ଚିକିତ୍ସା ନ ଯୋଗାଇଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ଆଦେଶ ଜାରି କଲେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ...

Big decision of rajasthan government over road accident
ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ଜରୁରୀକାଳୀନ ଚିକିତ୍ସା ପାଇଁ ରାଜସ୍ଥାନ ସରକାରଙ୍କ ବଡ ନିଷ୍ପତ୍ତି

ଜୟପୁର: ସଡକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବଜେଟ ଘୋଷଣା 2020-2021 ଅନୁଯାୟୀ ଦୁର୍ଘଟଣାରେ ଆହତଙ୍କୁ ଠିକ ସମୟରେ ଚିକିତ୍ସା ପ୍ରଦାନ ପାଇଁ ନିକଟସ୍ଥ ଡାକ୍ତରଖାନାରେ ତୁରନ୍ତ ବାଧ୍ୟତାମୂଳକ ଚିକିତ୍ସା ସୁବିଧା ଉପଲବ୍ଧ କରିବାକୁ ଆଦେଶ ଜାରି କରାଯାଇଛି ।

ସାଧାରଣତଃ ସଡକ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ପାଖ ଡାକ୍ତରଖାନାକୁ ନେଇଥାନ୍ତି । ମାତ୍ର ଡାକ୍ତରଖାନାରେ ପ୍ରଥମେ ପଞ୍ଜିକରଣ ଓ ଟଙ୍କା ଜମା କରିବାକୁ ପଡିଥାଏ । ଯାହାଦ୍ବାରା ଆହତଙ୍କୁ ଠିକ ସମୟରେ ଜରୁରୀକାଳୀନ ଚିକିତ୍ସା ମିଳି ନଥାଏ ଏବଂ ତାଙ୍କ ଜୀବନ ବିପଦସଙ୍କୁଳ ହୋଇପଡେ ।

ଏନେଇ ଚିକିତ୍ସା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଯୁଗ୍ମ ନିର୍ଦ୍ଦେଶକ, ସିଏମଏଚଓ ଏବଂ ପିଏମଓଙ୍କୁ ନିର୍ଦ୍ଦେଶାନାମା ଜାରି ହୋଇଛି । ଯେଉଁଥିରେ ସ୍ପଷ୍ଟ ହୋଇଛି, ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଯଦି ଡାକ୍ତର ଜରୁରୀକାଳୀନ ଚିକିତ୍ସା ନ ଯୋଗାନ୍ତି ତେବେ ଭାରତୀୟ ଚିକିତ୍ସା ପରିଷଦ ନିୟମାବଳୀ 2002ର ଅଧ୍ୟାୟ-8 ଅନୁଯାୟୀ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାରଙ୍କ ଏହି ସମ୍ବେଦନଶୀଳ ନିଷ୍ପତ୍ତି ଦ୍ବାରା ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରୁଥିବା ଲୋକମାନଙ୍କୁ ପ୍ରୋତ୍ସାହନ ମିଳିବ । ଏହାବ୍ୟତୀତ ଡାକ୍ତରଖାନାରେ ଆହତଙ୍କୁ ଭର୍ତ୍ତି କରିବାବେଳେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.