ETV Bharat / bharat

ସୁଷମାଙ୍କ ସ୍ମୃତିରେ ହଜାରେ ଦୀପ ଜାଳିଲେ ଭୂଟାନ ରାଜା - ସୁଷମା ସ୍ବରାଜ

ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ମୃତିରେ ହଜାରେ ଦୀପ ପ୍ରଜ୍ଜ୍ଵଳିତ କରିଛନ୍ତି ଭୂଟାନର ରାଜା ଜିଗମେ ନାମଗ୍ୟାଲ ଓ୍ଵାଙ୍ଗଚୁକ୍ ।

ଫାଇଲ ଫଟୋ
author img

By

Published : Aug 11, 2019, 2:09 AM IST

ଥିମ୍ପୁ: ପୂର୍ବତନ ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି ଭୂଟାନର ରାଜା ଜିଗମେ ନାମଗ୍ୟାଲ ଓ୍ଵାଙ୍ଗଚୁକ୍ । ସେ ତାଙ୍କ ସ୍ମୃତିରେ ହଜାରେ ଦୀପ ପ୍ରଜ୍ଜ୍ଵଳିତ କରି ସୁଷମାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିଛନ୍ତି।

ମଙ୍ଗଳବାର ରାତି ପ୍ରାୟ ୧୧ଟାରେ ସୁଷମା ସ୍ବରାଜଙ୍କର ହୃଦଘାତରେ ଦେହାନ୍ତ ଘଟିଥିଲା । ଏହାପରେ ଭୁଟାନ ରାଜାଙ୍କ ଆଦେଶକ୍ରମେ ବୁଧବାର ସିମଟୋଖା ଦଜୋଙ୍ଗରେ ସୁଷମାଙ୍କ ଆତ୍ମାର ଶାନ୍ତି ପାଇଁ ବିଶେଷ ପ୍ରାର୍ଥନାର ଆୟୋଜନ କରାଯାଇଥିଲା । ତେବେ ଓ୍ଵାଙ୍ଗଚୁକ୍ ସୁଷମାଙ୍କ ବିୟୋଗରେ ତାଙ୍କ ପରିବାର ଏବଂ ଭାରତକୁ ଶୋକ ସନ୍ଦେଶ ମଧ୍ୟ ପଠାଇଥିଲେ । ଏହି ଶୋକ ସନ୍ଦେଶରେ ସେ କହିଥିଲେ, ସୁଷମା ସ୍ବରାଜଙ୍କ ନିଧନ କେବଳ ଭାରତୀୟ ଜନତା ଦଳ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଦେଶ ପାଇଁ ବଡ କ୍ଷତି ।

ସୁଷମା ଭାରତ ଏବଂ ଭୁଟାନର ସମ୍ବନ୍ଧକୁ ମଜବୁତ କରିବା ପାଇଁ ଖୁବ୍‌ ପ୍ରୟାସ କରିଖିଲେ । 2014-19 ମଧ୍ୟରେ ବିଦେଶମନ୍ତ୍ରୀ ଥିବା ସମୟରେ ସ୍ବରାଜ ଭୁଟାନ ସହ ମିଶି କାର୍ଯ୍ୟ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.