ETV Bharat / bharat

ଲକଡାଉନରେ ଦାରୁଣ ଅବସ୍ଥା, ମଙ୍ଗଳସୂତ୍ର ବନ୍ଧକ ରଖି ଆଣିଲେ ଖାଇବା

author img

By

Published : Jun 10, 2020, 1:13 AM IST

ମଧ୍ୟପ୍ରଦେଶର ଭୋପାଳରେ ଜଣେ ମହିଳା ନିଜ ପିଲାଛୁଆଙ୍କୁ ଖାଇବାକୁ ଦେବା ପାଇଁ ନିଜର ମଙ୍ଗଳସୂତ୍ର ବନ୍ଧକ ପକାଇଛନ୍ତି । ଅଧିକ ପଢନ୍ତୁ...

ଲକଡାଉନରେ ଦାରୁଣ ଅବସ୍ଥା, ମଙ୍ଗଳସୂତ୍ର ବନ୍ଧକ ରଖି ଆଣିଲେ ଖାଇବା
ଲକଡାଉନରେ ଦାରୁଣ ଅବସ୍ଥା, ମଙ୍ଗଳସୂତ୍ର ବନ୍ଧକ ରଖି ଆଣିଲେ ଖାଇବା

ଭୋପାଳ: କୋରୋନା ଯୋଗୁଁ ଜାରି ଲକଡାଉନ ଅନେକ ଲୋକଙ୍କ ଆର୍ଥିକ ଅବସ୍ଥା ଦୋହଲାଇଦେଇଛି । ବହୁତ ଲୋକଙ୍କ ରୋଜଗାର ଏହାଦ୍ବାରା ପ୍ରଭାବିତ ହୋଇଛି । ଅନେକ ଲୋକ ଖାଇବାକୁ ନପାଇ ଭୋକ ଉପାସରେ ରହୁଛନ୍ତି । ସେହିପରି ଏକ ଘଟଣା ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି ।

ଏଠାରେ ଜଣେ ମହିଳା ନିଜ ପିଲାଛୁଆଙ୍କୁ ଖାଇବାକୁ ଦେବା ପାଇଁ ନିଜର ମଙ୍ଗଳସୂତ୍ର ବନ୍ଧକ ପକାଇଛନ୍ତି । ଭୋପାଳ ବିଧାନସଭା ସେକ୍ରେଟେରୀଏଟର କିଛି ମିଟର ଦୂରରେ ଥିବା ଏକ ବସ୍ତିରେ କୌଶଲ୍ୟା ପାଟିଲ ନାମକ ଜଣେ ମହିଳା ରହନ୍ତି । ତାଙ୍କ ସ୍ବାମୀ ଜଣେ ଦିବ୍ୟାଙ୍ଗ । କୌଶଲ୍ୟା ନିଜେ ମନ୍ଦିର ବାହାରେ ପ୍ରସାଦ ବିକି ପରିବାର ଚଳାନ୍ତି । ତାଙ୍କ ପୁଅ ଏକ ପେଟ୍ରୋଲ ପମ୍ପରେ କାମ କରେ । ହେଲେ ସେହି ଅର୍ଥରେ ସେମାନେ ଚଳିବା କଷ୍ଟକର ହୋଇପଡିଥିଲା ।

ଲକଡାଉନରେ ପିଲାଛୁଆଙ୍କୁ ସବୁଦିନ ଖାଇବାକୁ ଦେବା କୌଶଲ୍ୟାଙ୍କ ପକ୍ଷେ ସମ୍ଭବ ହୋଇପାରିନଥିଲା । କୋଭିଡ 19 ଯୋଗୁଁ ମନ୍ଦିର ବନ୍ଦ ହୋଇଯିବା ଫଳରେ କୌଶଲ୍ୟାଙ୍କ ଆୟରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଫଳରେ ବାଧ୍ୟ ହୋଇ ସେ ନିଜ ପିଲାଙ୍କ ପାଇଁ ମଙ୍ଗଲସୂତ୍ର ବନ୍ଧା ପକାଇଥିଲେ । ସେ କହିଛନ୍ତି ଯଦି ନଖାଇ ନପିଇ ପିଲାଙ୍କର କିଛି ହୋଇଯିବ ତେବେ ସେ ମଙ୍ଗଲସୂତ୍ରର ଲାଭ କଣ । 5000 ଟଙ୍କାରେ ବିକି ସେ ପିଲାଙ୍କ ପାଇଁ ଖାଇବା ଆଣିଥିବା କହିଛନ୍ତି ।

ତେବେ ଲକଡାଉନରେ ଏଭଳି ଘଟଣା ନୂଆ ନୁହେଁ । ଆଗରୁ ମଧ୍ୟ ଏପରି ଅନେକ ଘଟଣା ସାମାନକୁ ଆସିଛି । ଯେଉଁଠାରେ ଖାଇବାକୁ ନପାଇ ଅବା ଆର୍ଥିକ ସମସ୍ୟା ଯୋଗୁଁ ଲୋକ ନିଜ ଘରର ସାମଗ୍ରୀ ଅବା ଅସବାବପତ୍ର ବନ୍ଧା ରଖି ଅର୍ଥ ଆଣିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.