ETV Bharat / bharat

ଭୋପାଳ ରେଲୱେ ଷ୍ଟେସନରେ ଭୁଶୁଡିଲା ଓଭରବ୍ରିଜ, ଗୁରୁତରଙ୍କୁ ସହାୟତା ଘୋଷଣା

ଭୋପାଳ ରେଲୱେ ଷ୍ଟେସନରେ ଓଭର ବ୍ରିଜ ଭୁଶୁଡି ପଡିବାରୁ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଦୁର୍ଘଟଣାରେ ଗୁରୁତର ଓ ଆହତ ମାନଙ୍କୁ ମଧ୍ୟପ୍ରଦେଶ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କ ମାଗଣାରେ ଚିକିତ୍ସା କରାଯିବ ବୋଲି ସୂଚନା ମିଳିଛି ।

bhopal railway station incident, state government announced compensation
ଭୋପାଳ ରେଲୱେ ଷ୍ଟେସନରେ ଭୁଷୁଡିଲା ଓଭରବ୍ରିଜ, ଗୁରୁତର ଓ ଆହତଙ୍କ ପାଇଁ ସହାୟତା ଘୋଷଣା
author img

By

Published : Feb 13, 2020, 11:56 PM IST

ଭୋପାଳ: ଭୋପାଳ ରେଲୱେ ଷ୍ଟେସନରେ ଓଭର ବ୍ରିଜ ଭୁଶୁଡି ପଡିବାରୁ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ଗୁରୁତର ଆହତମାନଙ୍କୁ ମଧ୍ୟପ୍ରଦେଶ ସରକାର 50 ହଜାର ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି । ସେହିପରି ଆହତମାନଙ୍କୁ 10 ହଜାର ଟଙ୍କାର ପ୍ରଦାନ କରାଯିବ ।

ଗୁରୁବାର ସକାଳେ ଯାତ୍ରୀ ଚଳପ୍ରଚଳ ହେଉଥିବା ବେଳେ ହଠାତ 2 ନମ୍ବର ପ୍ଲାଟଫର୍ମର ଫୁଟ ଓଭରବ୍ରିଜ ଭୁଶୁଡି ପଡିଥିଲା । ସେହି ବାଟ ଦେଇ ଯାଉଥିବା ପ୍ରାୟ 12 ଜଣ ଲୋକ ସେଠାରେ ଚାପି ହୋଇଯାଇଥିଲେ । ଏହାପରେ ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ରାଜ୍ୟ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ପିସି ଶର୍ମା ଘଟଣା ସ୍ଥଳରେ ପହଞ୍ଚିବା ସହ ଲୋକମାନଙ୍କୁ ବୁଝାସୁଝା କରିଥିଲେ । ମୁଖ୍ୟମନ୍ତ୍ରୀ କମଳ ନାଥ ଏ ସଂପର୍କରେ କେନ୍ଦ୍ର ରେଳବାଇ ମନ୍ତ୍ରୀଙ୍କୁ ଅବଗତ କରାଇବା ସହ ରାଜ୍ୟରେ ଥିବା ବିଭିନ୍ନ ରେଳୱେ ଓଭର ବ୍ରିଜ ଗୁଡିକୁ ଯାଞ୍ଚ କରାଇବାକୁ ଅନୁରୋଧ କରିଥିଲେ । ସେହିପରି ମନ୍ତ୍ରୀ ପିସି ଶର୍ମା ଘଟଣାର ଅନୁଧ୍ୟାନ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.