ETV Bharat / bharat

ମହାମାରୀରେ ଭୋପାଳ ମାର୍କେଟରେ ମୋଦି ଫେସ୍ ମାସ୍କର ଡିମାଣ୍ଡ - ଭୋପାଳରେ ବଢୁଛି ମୋଦି ମାସ୍କର ଡିମାଣ୍ଡ

କୋଭିଡ୍ 19 ସଙ୍କଟ ମଧ୍ୟରେ ଭୋପାଳରେ ବଢୁଛି ମୋଦି ମାସ୍କର ଚାହିଦା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ମୁଦ୍ରିତ ମାସ୍କଗୁଡ଼ିକର ଏବେ ମଧ୍ୟ୍ୟପ୍ରଦେଶରେ ଡିମାଣ୍ଡ ରହିଛି।

ମହାମାରୀ ମଧ୍ୟରେ ଭୋପାଳରେ ବଢୁଛି ମୋଦି ଫେସ୍ ମାସ୍କର ଡିମାଣ୍ଡ

author img

By

Published : Jun 16, 2020, 2:37 PM IST

ଭୋପାଳ: କୋଭିଡ୍ 19 ସଙ୍କଟ ମଧ୍ୟରେ ଭୋପାଳରେ ବଢୁଛି ମୋଦି ମାସ୍କର ଚାହିଦା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁହଁରେ ମୁଦ୍ରିତ ମାସ୍କଗୁଡ଼ିକର ଏବେ ମଧ୍ୟ୍ୟପ୍ରଦେଶରେ ଡିମାଣ୍ଡ ରହିଛି। ସହରର ଜଣେ ବ୍ୟବସାୟୀ ପ୍ରଧାନମନ୍ତ୍ରୀଙ୍କ ମୁହଁର ଅବିକଳ ନକଲ କରି ଏଥିରେ କପଡା ତିଆରି ମାସ୍କ ବିକ୍ରି କରୁଛନ୍ତି । ଏବଂ ଏଥିରେ ଅନ୍ୟ ରାଜନୈତିକ ନେତାମାନେ ମୁହଁ ଚିତ୍ରିତ ହୋଇଛି। ଏହି ଫେସ୍ ମାସ୍କଗୁଡ଼ିକରେ ବ୍ୟକ୍ତିର ମୁହଁର ଅଧାଅଂଶକୁ ଆବୃତ୍ତ କରୁଛି।

" ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 500-1,000 ମୋଦୀ ମାସ୍କ ବିକ୍ରି କରିସାରିଛି ଏବଂ ଏହାର ଚାହିଦା ଅଧିକ ଅଟେ। ମୋଦି ଜି ଙ୍କ ମୁହଁର ମାସ୍କ ଉପରେ ମୁଁ ଭଲ ପ୍ରତିକ୍ରିୟା ପାଇଛି। ଆମ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଫେସକୁ ନେଇ ମୁଦ୍ରିତ ମାସ୍କଗୁଡ଼ିକ ମଧ୍ୟ ଲୋକପ୍ରିୟ ଅଟେ।

ରାହୁଲ ଗାନ୍ଧୀ ଏବଂ କମଲ ନାଥ ଜୀ ଙ୍କର ପ୍ରତିଛବିର ମାସ୍କ ମଧ୍ୟ ବିକ୍ରି କରାଯାଉଛି" ବୋଲି ଭୋପାଳର କପଡା ବ୍ୟବସାୟୀ କୁନାଲ ପ୍ୟାରୀ କହିଛନ୍ତି। ଗୋଟିଏ ମାସ୍କର ମୂଲ୍ୟ 80 ରୁ 100 ଟଙ୍କା ଅଟେ।

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ଏହି ମାସ୍କଗୁଡିକ ବିକ୍ରୟ କରିବାକୁ ଖୁବ୍ ଆନନ୍ଦ ଲାଗୁଛି। କାରଣ ମୁଁ ଜନସାଧାରଣଙ୍କ ଠାରୁ ଭଲ ପ୍ରତିକ୍ରିୟା ଗ୍ରହଣ କରିପାରୁଛି। ପ୍ରଥମରେ ପ୍ରଧାନମନ୍ତୀଙ୍କ ମାସ୍କର ଡିମାଣ୍ଡ ରହିଥିବା ବେଳେ ଦ୍ୱିତୀୟରେ ଆମ ମୁଖ୍ୟମନ୍ତ୍ରୀଙ୍କ ମାସ୍କର ଚାହିଦା ରହିଛି।" ଦେଶର ଅନେକ ଲୋକ ଅଭିନବ ଚିନ୍ତାଧାରା ସହିତ ଆସୁଛନ୍ତି । କେତେକ ବ୍ୟବସାୟୀ ବଲିଉଡ ତାରକା ଏବଂ କାର୍ଟୁନ୍ ଚରିତ୍ର ସହିତ ମାସ୍କ ବିକ୍ରି କରୁଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.