ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ରାୟ ବିରୋଧରେ ରାଲି କରିଛନ୍ତି ଭୀମ୍ ଆର୍ମୀ ସଦସ୍ୟ । ସାର୍ବଜନୀନ ସେବାରେ ପଦୋନ୍ନତି ଦେବା କ୍ଷେତ୍ରରେ ଆରକ୍ଷଣକୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟ ସରକାର ଏହା ମାନିବାକୁ ବାଧ୍ୟ ନୁହେଁ ବୋଲି ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ସୂଚନା ଦେଇଛନ୍ତି ।
ମଣ୍ଡି ହାଉସରୁ ଏହି ପ୍ରତିବାଦ ରାଲି ଆରମ୍ଭ ହୋଇଥିଲା । ଏଥିରେ ଚନ୍ଦ୍ରଶେଖର ଆଜାଦ ମଧ୍ୟ ଯୋଗ ଦେଇଥିଲେ । ଏହି ରାଲି ସଂସଦ ଯାଏଁ ଯିବ ବୋଲି ଆନ୍ଦୋଳନକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ଯଦି କେନ୍ଦ୍ର ସରକାର ଏହାକୁ ରଦ୍ଦ ନକରନ୍ତି ତେବେ ଫେବୃଆରୀ 23ରେ ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି ଭୀମ୍ ମୁଖ୍ୟ ।
ସେ କହିଛନ୍ତି,‘ ସରକାର ଯାହା ଚାହିଁଛି ତାହା ସର୍ବଦା ହୋଇଛି ମାତ୍ର ଦେଶ ବର୍ତ୍ତମାନ ତାହା କରିବାକୁ ଦେବନି । ସିଏଏକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ 4 ସପ୍ତାହର ସମୟ ଦେଇଛନ୍ତି ମାତ୍ର ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ’ । ସେ ଏହା ମଧ୍ୟ କହିଥିଲେ, ଯଦି ସମସ୍ତ ରାଜନୈତିକ ଦଳ ଏହାକୁ ବିରୋଧ କରିବା ଆବଶ୍ୟକ ଯଦି ଏପରି ହେଉନାହିଁ ତେବେ ଏସସି-ଏସଟି, ଓବିସି ଓ ଅଳ୍ପସଂଖ୍ୟକଙ୍କୁ ଭାବିବା ଉଚିତ୍ କି କେଉଁ ଦଳ ସେମାନଙ୍କ ସହ ଅଛି ।
ପିଟିଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ