ETV Bharat / bharat

ହାଥରସ ଘଟଣା: ମୋଦିଙ୍କୁ ଚନ୍ଦ୍ରଶେଖରଙ୍କ ଟାର୍ଗେଟ, ଇଣ୍ଡିଆ ଗେଟ ସାମ୍ନାରେ ପ୍ରଦର୍ଶନ

author img

By

Published : Oct 2, 2020, 5:31 PM IST

ହାଥରସ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ । ପ୍ରଧାନମନ୍ତ୍ରୀଙ୍କ ନୀରବତା କନ୍ୟାଙ୍କ ପାଇଁ ବିପଦ ବୋଲି ଆଜାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଅଧିକ ପଢନ୍ତୁ...

ହାଥରସ ଘଟଣା: ମୋଦିଙ୍କୁ ଚନ୍ଦ୍ରଶେଖରଙ୍କ ଟାର୍ଗେଟ, ଇଣ୍ଡିଆ ଗେଟ ସାମ୍ନାରେ ପ୍ରଦର୍ଶନ
ହାଥରସ ଘଟଣା: ମୋଦିଙ୍କୁ ଚନ୍ଦ୍ରଶେଖରଙ୍କ ଟାର୍ଗେଟ, ଇଣ୍ଡିଆ ଗେଟ ସାମ୍ନାରେ ପ୍ରଦର୍ଶନ

ନୂଆଦିଲ୍ଲୀ: ହାଥରସ ଘଟଣାକୁ ନେଇ ସାରା ଦେଶରେ ଆକ୍ରୋଶର ସ୍ଥିତି ଥିବା ବେଳେ ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ର ଶେଖର ଆଜାଦ ।

ଚନ୍ଦ୍ର ଶେଖର କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ କୁହନ୍ତି ଦଳିତଙ୍କୁ ମାର ନାହିଁ ମୋତେ ମାର। ନିର୍ବାଚନ ପୂର୍ବରୁ ସେ ଦଳିତଙ୍କ ପାଦ ଧୋଇଥିଲେ । ମୋଦି 'ବେଟି ପଢାଓ, ବେଟି ବଚାଓ' ସ୍ଲୋଗାନ ଦେଇଥିଲେ। ଯେଉଁ ଉତ୍ତରପ୍ରଦେଶରୁ ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ସଂସଦ ଯାଇଛନ୍ତି, ସେହି ରାଜ୍ୟରେ ଜଣେ ଝିଅ ସହ ଏପରି ଦୁଷ୍କର୍ମ ହୋଇଛି ।

ଭୀମ ଆର୍ମି ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ପୀଡିତାଙ୍କ ପରିବାରକୁ ବନ୍ଦୀ କରି ରଖାଯାଇଛି । ହେଲେ ପ୍ରଧାନମନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେଉନାହାନ୍ତି । ତେବେ ପ୍ରଧାନମନ୍ତ୍ରୀ କେତେ ଦିନ ଚୁପ୍ ରହିବେ ବୋଲି ପ୍ରଶ୍ନ କରିଛନ୍ତି ଚନ୍ଦ୍ର ଶେଖର । ସେ କହିଛନ୍ତି, ଆପଣଙ୍କୁ ଉତ୍ତର ଦେବାକୁ ପଡିବ । ଶନିବାର ଅପରାହ୍ନ 5 ଟାରେ ଆମେ ଆପଣଙ୍କର ଜବାବ ମାଗିବାକୁ ଇଣ୍ଡିଆ ଗେଟକୁ ଆସୁଛୁ | ପ୍ରଧାନମନ୍ତ୍ରୀଙ୍କ ନୀରବତା କନ୍ୟାଙ୍କ ପାଇଁ ବିପଦ ବୋଲି ଆଜାଦ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.