ETV Bharat / bharat

ଶ୍ରାବଣ ତୃତୀୟ ସୋମବାର: ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀର ଅପୂର୍ବ ଦୃଶ୍ୟ - Ujjain's Mahakaleshwar temple

ଆଜି ପବିତ୍ର ଶ୍ରାବଣର ତୃତୀୟ ସୋମବାର। ଏନେଇ ସକାଳୁ ସକାଳୁ ମଧ୍ୟପ୍ରଦେଶ ଉଜୈନର ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆରତୀ ଆରମ୍ଭ ହୋଇଛି। ପୂଜକମାନେ ଶିବ ପଞ୍ଚାକ୍ଷର ମନ୍ତ୍ର ସହ ଭସ୍ମ ଚିତାରେ ପ୍ରଭୁଙ୍କ ଶୃଙ୍ଗାର କରୁଥିବା ଦେଖାଯାଉଛି।

ଶ୍ରାବଣର ତୃତୀୟ ସୋମବାର: ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀର ଅପୂର୍ବ ଦୃଶ୍ୟ

author img

By

Published : Jul 20, 2020, 8:03 AM IST

Updated : Jul 20, 2020, 8:21 AM IST

ଭୋପାଳ: ଆଜି ପବିତ୍ର ଶ୍ରାବଣର ତୃତୀୟ ସୋମବାର। ପ୍ରଭୁଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ଶୈବ କ୍ଷେତ୍ର। ଭକ୍ତଙ୍କ ଗହଳି ଚହଳି ଦେଖିବାକୁ ମିଳୁନି। କୋରୋନା ପାଇଁ ବୋଲବମ ଯାତ୍ରା ଓ ମନ୍ଦିରରେ ଭିଡକୁ ବାରଣ କରାଯାଇଥିବା ବେଳେ ପୂଜକଙ୍କ ଦ୍ବାରା ସମସ୍ତ ରୀତିନୀତି ସମ୍ପନ୍ନ କରାଯାଉଛି।

ତେବେ ସକାଳୁ ସକାଳୁ ମଧ୍ୟପ୍ରଦେଶ ଉଜୈନର ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆରତୀ ଆରମ୍ଭ ହୋଇଛି। ପୂଜକମାନେ ଶିବ ପଞ୍ଚାକ୍ଷର ମନ୍ତ୍ର ସହ ଭସ୍ମ ଚିତାରେ ପ୍ରଭୁଙ୍କ ଶୃଙ୍ଗାର କରୁଥିବା ଦେଖାଯାଉଛି। ଏ ଦୃଶ୍ୟ ଯେତିକି ମନୋରମ ସେତିକି ଭାବାବେଗ ପୂର୍ଣ୍ଣ। ଏହି ମନ୍ଦିରରେ ପ୍ରତିଦିନ ଭୋର ୪ଟା ସମୟରେ ମହାକାଳଙ୍କ ଭସ୍ମ ଆରତୀ ହୁଏ।

ଶ୍ରାବଣର ତୃତୀୟ ସୋମବାର: ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀର ଅପୂର୍ବ ଦୃଶ୍ୟ

ଏହି ଆରତୀରେ ସାମିଲ୍‌ ହେଉଥିବା ଲୋକଙ୍କ ସମସ୍ତ କଷ୍ଟ ଦୂର ହୋଇଯାଏ। ଏହା ବିନା ଭକ୍ତଙ୍କ ଦର୍ଶନ ପୂରା ହୋଇ ନ ଥାଏ ବୋଲି କୁହାଯାଏ। ତେବେ ଘରେ ରହି ଜଣେ ଶିବ ଭକ୍ତ ଏହି ଅପୂର୍ବ ପୂଜାର ଦର୍ଶନ ନେଇପାରିବ।

ଭଗବାନ ଶିବଙ୍କ ୧୨ ଜ୍ୟେତିର୍ଲିଙ୍ଗ ମଧ୍ୟରୁ ଉଜ୍ଜୈନର ମହାକାଳେଶ୍ବର ମନ୍ଦିର ଅନ୍ୟତମ। ଏହା ୩ ଭାଗରେ ବିଭାଜିତ। ଏହାର ଉପର ଅଂଶରେ ନାଗା ଚନ୍ଦ୍ରେଶ୍ବର, ମଧ୍ୟ ଭାଗରେ ଓଁକାରେଶ୍ବର ଓ ସବା ନିମ୍ନରେ ମହାକାଳେଶ୍ବର ମୁଖ୍ୟ ଜ୍ୟୋତିର୍ଲିଙ୍ଗ ସ୍ଥାପିତ ହୋଇଛନ୍ତି। ଏଠାରେ ଏକ କୁଣ୍ଡ ମଧ୍ୟ ରହିଛି, ଯେଉଁଠି ସ୍ନାନ କଲେ ସମସ୍ତ ପାପ ଧୋଇଯାଏ ବୋଲି ବିଶ୍ବାସ ରହିଛି।

Last Updated : Jul 20, 2020, 8:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.