ହାଇଦ୍ରାବାଦ: ନାଗରିକ ସଂଶୋଧନ ବିଲକୁ ନେଇ ସମ୍ପୂର୍ଣ୍ଣ ଉତ୍ତର-ପୂର୍ବ ଭାରତରେ ସ୍ଥିତି ଅସମ୍ଭାଳ। ଏପରି ସ୍ଥିତିରେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତ ଗସ୍ତକୁ ନେଇ ଆଶଙ୍କା ଦେଖାଦେଇଛି । କାରଣ ଦୁଇ ଦେଶର ରାଷ୍ଟ୍ରମୁଖ୍ୟଙ୍କ ବୈଠକ ଆସାମର ଗୌହାଟୀରେ ହେବାର ଅଛି। ଆସନ୍ତା 15-16 ଡିସେମ୍ବରରେ ଆସାମରେ ଭାରତ-ଜାପାନ ମଧ୍ୟରେ ହେବ ଆଲୋଚନା। ଏହା ସହ ଜାପାନର ପ୍ରଧାନମନ୍ତ୍ରୀ କାଜିରଙ୍ଗା ଅଭୟାରଣ୍ୟ ପରିଦର୍ଶନରେ ଯିବା ପାଇଁ ମଧ୍ୟ ଆଗ୍ରହୀ ଅଛନ୍ତି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ପ୍ରବକ୍ତା ରବିଶ୍ କୁମାରଙ୍କ ମତରେ, ଭାରତ-ଜାପାନ ମଧ୍ୟରେ ସାକ୍ଷାତକାର ତ' ହେବ, ମାତ୍ର ଆସାମରେ ହେବ କି ଅନ୍ୟ କେଉଁଠାରେ ହେବ ତାହା ସ୍ପଷ୍ଟ ହୋଇନାହିଁ।
ଶେଷ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ତାଙ୍କର ଜାପାନୀ ପ୍ରତିପକ୍ଷ ସିଞ୍ଜୋ ଆବେ ASEAN SUMMITରେ ଯୋଗ ଦେଇଥିଲେ । ଅନ୍ୟପକ୍ଷେ ଗତ ସପ୍ତାହରେ ପ୍ରଥମ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ବୈଠକ ଦୁଇ ଦେଶ ମଧ୍ୟରେ ଆୟୋଜିତ ହୋଇଥିଲା। ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ରାଷ୍ଟ୍ରର ସେନାବଳକୁ ସୁଦୃଢ କରିବା ଓ ପରସ୍ପର, ପରସ୍ପରକୁ ଯୁଦ୍ଧ କୌଶଳ ପ୍ରଦାନ କରିବା। ଭାରତ ପୂର୍ବରୁ ଆମେରିକା ଏବଂ ଫ୍ରାନ୍ସ ସହ ସମରାଭ୍ୟାସ କରିସାରିଛି। ଏହାକୁ ଆକ୍ୟୁଜେସନ ଆଣ୍ଡ କ୍ରସ୍-ସର୍ଭିସିଂ ଏଗ୍ରୀମେଣ୍ଟ(ACSA) କୁହାଯାଏ । 2018ରେ ଏହି ଚୁକ୍ତି ଜାପାନ ସହ କରାଯାଇଥିଲା। ଏ ପ୍ରସଙ୍ଗରେ ଇଟିଭି ଭାରତର ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମା ପୂର୍ବତନ ଭାରତୀୟ ରାଷ୍ଟ୍ରଦୂତ ରାକେଶ ସୁଦ୍ଙ୍କ ସହ ଆଲୋଚନା କରିଥିଲେ।
1. ମୋଦି-ଆବେ ସାକ୍ଷତକାର ପାଇଁ ଗୌହାଟୀ କେତେ ଜରୁରୀ?
ଉତ୍ତର- ଏହା ପିଏମ ମୋଦିଙ୍କ ବୈଦେଶିକ ରଣନୀତିର ଶୈଳୀ ହୋଇପାରେ। ପ୍ରଥମ ଥର ଚୀନ୍ ରାଷ୍ଟ୍ରପତି ଭାରତ ଆସିଥିଲେ, ସେତେବେଳେ ଏହି ସାକ୍ଷାତକାର ଗୁଜୁରାଟରେ ହୋଇଥିଲା। ସେଠାରୁ ସେମାନେ ସାବରମତୀ ଆଶ୍ରମ ଯାଇଥିଲେ। ଦ୍ବିତୀୟ ଥର ଶିଖର ସମ୍ମିଳନୀ ତାମିଲନାଡୁରେ ଅନୁଷ୍ଠିତ ହୋଇଥିଲା । ଶେଷଥର ଜାପାନ ପ୍ରତିପକ୍ଷ ଆବେଙ୍କୁ ବାରାଣାସୀ ନେଇକି ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା କୁହାଯାଇପାରେ ଯେ, ପିଏମ ମୋଦି ବୈଦେଶିକ ସମ୍ପର୍କକୁ ନୂଆଦିଲ୍ଲୀରେ ସୀମିତ ରଖିବାକୁ ଚାହୁଁନାହାଁନ୍ତି। ଅନ୍ୟପକ୍ଷେ ଉତ୍ତର-ପୂର୍ବ ଭାରତରେ ବ୍ୟବସାୟ କରିବାକୁ ଇଚ୍ଛା ରଖିଛି ଜାପାନ।
2. ଆପଣ ଭାରତର ‘ଆକ୍ଟ ଇଷ୍ଟ ପଲିସି’ ଓ ଜାପାନର ‘ଇଣ୍ଡୋ-ପାସିଫିକ୍’ ରଣନୀତିକୁ କିପରି ଦେଖନ୍ତି ?
ଉତ୍ତର- ପ୍ରଥମେ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ସହ ଆମେ 2+2 ଆଲୋଚନା କରିସାରିଛେ। ଏହା ଏକ ପାଦ ଆଗକୁ ବୋଲି କହିପାରିବା । ପରେ ବୈଦେଶିକ-ପ୍ରତିରକ୍ଷା ସଚିବ ଓ ଜାପାନର ଉପମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା। ବର୍ତ୍ତମାନ ଏହାକୁ କ୍ୟାବିନେଟ ପାହ୍ୟା ଦିଆଯାଉଛି। ପରସ୍ପର ମଧ୍ୟରେ ଯୁଦ୍ଧାଭ୍ୟାସ ଅନୁଷ୍ଠିତ କରାଇବା ଏକ ବଡ ପଦକ୍ଷେପ। ପ୍ରଥମେ କେବଳ ଜଳସେନା ନିୟୋଜିତ ଥିବା ବେଳେ ବର୍ତ୍ତମାନ ସ୍ଥଳ ଓ ବାୟୁ ସେନା ମଧ୍ୟ ସାମିଲ ଅଛି । ଜାପାନର ନିଜର କିଛି ନିୟମ ରହିଛି, ଯାହାକୁ ଆମେ ଆମ ଯୁଦ୍ଧକୌଶଳରେ ବ୍ୟବହାର କରିପାରିବା । ଯଦି କଥାବାର୍ତ୍ତା ଜାରିରହେ, ଆଗକୁ ଜାପାନ ସହ ଆମେ US-2 ଯୁଦ୍ଧ ବିମାନ କାରବାର କରିପାରିବା। ଯଦି ଏହା ସମ୍ଭବ ହୁଏ, ଜାପାନରୁ ପ୍ରଥମ ଯୁଦ୍ଧବିମାନ ଆସିବ। R&D ପ୍ରୋଜେକ୍ଟ ପାଇଁ ମଧ୍ୟ ସହାୟତା ହେବ।
3. ACSAରେ ଯେତେବେଳେ ଜାପାନ, ଭାରତୀୟ ଜଳସେନାକୁ ଜାପାନୀ ବେସ୍ ପର୍ଯ୍ୟନ୍ତ ପହଞ୍ଚିବାକୁ ଅନୁମତି ଦେଲା ଓ ଭାରତ ମଧ୍ୟ ଜାପାନକୁ ଆଣ୍ଡାମାନ-ନିକୋବର ଦ୍ବୀପକୁ ବ୍ୟବହାର କରିବାକୁ ଅନୁମତି ଦେଲା। ଏହି ବୁଝାମଣାକୁ ଆପଣ କିପରି ଦେଖୁଛନ୍ତି?
ଉତ୍ତର- ଜାପାନର ଏୟାରକ୍ରାଫ୍ଟ କିମ୍ବା ଜଳସେନା, ଭାରତୀୟ ସମୁଦ୍ରରେ ଆଲୋଚନା ପରେ ଯାତାୟତ କରିପାରିବେ ଓ ଭାରତୀୟ ଏୟାରକ୍ରାଫ୍ଟ ମଧ୍ୟ ଜାପାନର ପୂର୍ବ ଭାଗରେ ଯଦି ଯାତାୟତ କରିବ ତେବେ ଆମେରିକା ଓ ଫ୍ରାନ୍ସ ଭଳି ଜାପାନ ସହ ମଧ୍ୟ ଆମର ସମ୍ପର୍କ ଦୃଢ ରହିବ।
4. ଜାପାନ ଠାରୁ ଯୁଦ୍ଧ ବିମାନ ଆଣିବା ପାଇଁ ଭାରତ ଆଶା ରଖିଛି। ହେଲେ ବର୍ତ୍ତମାନ ଆଲୋଚନାରେ କେତେ ପରିବର୍ତ୍ତନ ଆସିଲାଣି କି ଜାପାନ ନ୍ୟୁକ୍ଲିୟାର ପଲିସିକୁ ପାଳନ କରି ନିଜେ ଆମକୁ ଯୁଦ୍ଧାସ୍ତ୍ର ଦେବାକୁ ରାଜି ହେବ ?
ଉତ୍ତର- ଏହା ଜାପାନର ନିଜ ମାମଲା । ଶାନ୍ତିବାଦର ଏହା ଏକ ଦୃଢ ରାଷ୍ଟ୍ର। ମୋତେ ଲାଗୁଛି ପ୍ରଧାନମନ୍ତ୍ରୀ ଆବେ, 1945ର ଗାଇଡଲାଇନ ଉପରେ ପୁଣି ବିଚାର କରିବେ। ସେ ସମୟରେ ଜାପାନ ହାରି ଯାଇଥିଲା ଓ ଆମେରିକା କବଜା କରିନେଇଥିଲା। ସାମ୍ପ୍ରତିକ ପରିସ୍ଥିତିରେ ଜାପାନ ବର୍ତ୍ତମାନ ଆମେରିକାର ଛତ୍ରଛାୟାରେ ନିଜକୁ ସୁରକ୍ଷିତ ମନେ କରୁଛି । ପ୍ରଧାନମନ୍ତ୍ରୀ ଆବେ ବହୁତ ଧ୍ୟାନର ସହ ସବୁ ପଦକ୍ଷେପ ନେଉଛନ୍ତି। ଜାପାନକୁ ଏବେ ସବୁ ସ୍ଥିତିକୁ ପରଖିବାର ଆବଶ୍ୟକତା ରହିଛି।
5. କଣ ଭାରତ ଓ ଜାପାନ ପରସ୍ପରକୁ ଚୀନର ସମକକ୍ଷ ମାନନ୍ତି?
ଉତ୍ତର- ଉଭୟ ଭାରତ ଓ ଜାପାନ ପାଇଁ ଏହା ଅତି ଜଟିଳ। ଚୀନରେ, ଜାପାନର ଅଧିକ FDI ରହିଛି । 1980ରେ ଜାପାନ ପ୍ରଥମ ଦେଶ, ଯିଏ ଚୀନ ସହ ବ୍ୟବସାୟ ଆରମ୍ଭ କରିଥିଲା। ଆମେରିକା ଓ ଦକ୍ଷିଣ କୋରିଆ ପରେ ବ୍ୟବସାୟ କରିଥିଲେ । ନା ଭାରତ ନା ଜାପାନ, କେହି ବି ଏହି କଥାକୁ ଫାଙ୍କି ପାରିବେନି କି ଚୀନ ସହ ବ୍ୟବସାୟ କରିବା ଲାଭଦାୟକ ନୁହେଁ। ଭାରତ ସହ ଚୀନର ଜମିବିବାଦ ରହିଛି । ପାକିସ୍ତାନ ସହ ଚୀନ, ପ୍ରତିରକ୍ଷା କ୍ଷେତ୍ରରେ ଯୋଡି ହୋଇରହିଛି । ସୁରକ୍ଷା କ୍ଷେତ୍ରରେ ଚୀନ ଓ ଭାରତ ଉଭୟ ସଜାଗ। ଆମକୁ ମିଶିକି ଆଗକୁ ବଢିବା ଦରକାର ଓ କାମ କରିବା ଆବଶ୍ୟକ।