ETV Bharat / bharat

କୋରୋଫ୍ଲୁ: ପ୍ରସ୍ତୁତି ପଥରେ କୋଭିଡ 19 ଭ୍ୟାକସିନ୍ - କୋଭିଡ 19

ଫ୍ଲୁଜେନର ଫ୍ଲୁ ଭ୍ୟାକସିନ୍ ଏମ2ଏସଆର ଆଧାରରେ ଏହା ତିଆରି ହେଉଛି । ଏହା ଏକ ଏପରି ଉଦ୍ଭାବନ ଯାହା ଫ୍ଲୁ ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ସୃଷ୍ଟି କରିଥାଏ । ଅଧିକ ପଢନ୍ତୁ...

କୋରୋଫ୍ଲୁ: ପ୍ରସ୍ତୁତି ପଥରେ କୋଭିଡ 19 ଭ୍ୟାକସିନ୍

author img

By

Published : Apr 16, 2020, 9:25 AM IST

ହାଇଦ୍ରାବାଦ: କୋରୋନା ଭୂତାଣୁ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଛି । ଏହାକୁ ମୁକାବିଲା ପାଇଁ ବିଶ୍ବବ୍ୟାପୀ ଲକଡାଉନ ଘୋଷଣା ହୋଇଛି । କାରଣ କୌଣସି ଦେଶର ସରକାର ଏନେଇ ଭ୍ୟାକସିନ ବାହାର କରିପାରିନାହାନ୍ତି । ପ୍ରଥମ ଦେଶ ଭାବେ ଆମେରିକା ଏହାର ପରୀକ୍ଷାମୂଳକ ଭାବେ ଟେଷ୍ଟ କରିଛି ଏବଂ ଏହା ବାହାରିବାକୁ ଆହୁରି ଏକ ବର୍ଷ ଲାଗିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ।

ତେବେ ଭ୍ୟାକସିନ୍ ମେକର କମ୍ପାନୀ ହାଇଦ୍ରାବାଦର ଭାରତ ବାୟୋଟେକ୍ ପକ୍ଷରୁ କୋଭିଡ 19 ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଇଣ୍ଟ୍ରାନାସାଲ ଭ୍ୟାକସିନ୍ ତିଆରି କରାଯାଉଛି । ୟୁନିଭର୍ସିଟି ଅଫ ୱିଜକନସିନ-ମାଡିସନ, ଭ୍ୟାକସିନ୍ କମ୍ପାନୀ ଫ୍ଲୁଜେନ ଏବଂ ଭାରତ ବାୟୋଟେକ୍ ମିଶି ଏହି ପରୀକ୍ଷା ଆରମ୍ଭ କରିଛନ୍ତି । କୋରୋଫ୍ଲୁ ନାମରେ ଏହି ଭ୍ୟାକସିନ୍ ପ୍ରସ୍ତୁତ ହେଉଛି ବୋଲି କମ୍ପାନୀ ଘୋଷଣା କରିଛି ।

ଫ୍ଲୁଜେନର ଫ୍ଲୁ ଭ୍ୟାକସିନ୍ ଏମ2ଏସଆର ଆଧାରରେ ଏହା ତିଆରି ହେଉଛି । ଏହା ଏକ ଏପରି ଉଦ୍ଭାବନ ଯାହା ଫ୍ଲୁ ବିରୋଧରେ ପ୍ରତିଷେଧକ ବ୍ୟବସ୍ଥା ସୃଷ୍ଟି କରିଥାଏ । ଏମ2ଏସଆର ଭିତରେ କୋଭିଡ 19ର ଭୂତାଣୁକୁ ପ୍ରବେଶ କରି ଏହି ପରୀକ୍ଷା କରାଯାଉଛି । କୋରୋନା ଭୂତାଣୁ ଭିତରେ ଏହା ପ୍ରତିଷେଧକ ବ୍ୟବସ୍ଥା ତିଆରି କରିପାରିବ ବୋଲି ରିସର୍ଚ୍ଚରମାନେ ଆଶା ରଖିଛନ୍ତି ।

ତେବେ ଲାବ୍ରାଟୋରୀରେ ଏହି ପରୀକ୍ଷା କରାଯିବା 3ରୁ 6 ମାସ ସମୟ ନେଇପାରେ । ୟୁନିଭର୍ସିଟି ଅଫ ୱିଜକନସିନ-ମାଡିସନର ଲାବରେ ଏହି ପରୀକ୍ଷା ହେବା ପରେ ଭାରତରେ ବାୟୋଟେକ୍ କମ୍ପାନୀ ଏହାକୁ ମାନବ ଶରୀରରେ ଟେଷ୍ଟ କରିବ । 2020 ଶେଷ ଆଡକୁ ମଣିଷ ଶରୀରରେ ଏହି ପରୀକ୍ଷା ସଫଳତାର ସହ ହେବ ବୋଲି ଆଶା ରହିଛି । ଭାରତ ବାୟୋଟକ୍ ଭ୍ୟାକସିନ୍ ତିଆରି କରିବା ସହ ସମସ୍ତ ପ୍ରକାର କ୍ଲିନିକାଲ ଟେଷ୍ଟ କରି ବିଶ୍ବସ୍ତରରେ ବାଣ୍ଟିବା ପାଇଁ ପ୍ରାୟ 300 ମିଲିୟନ ଡୋଜ ଉତ୍ପାଦ କରିବ । ଏପର୍ଯ୍ୟନ୍ତ ଭାରତ ବାୟୋଟେକ୍ 16ଟି ଭ୍ୟାକସିନ୍ ପରୀକ୍ଷା ପରେ ସଫଳ ଭାବେ ତିଆରି କରିଛି । ଏଥିମଧ୍ୟରେ 2009 ମହାମାରୀ ଏଚ1ଏନ1 ଫ୍ଲୁ ମଧ୍ୟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.