ETV Bharat / bharat

କୋଭାକ୍ସିନ ଉତ୍ପାଦନ ପାଇଁ ଭାରତ ବାୟୋଟେକକୁ ଅନୁମତି - କୋଭାକ୍ସିନ ଉତ୍ପାଦନ

କୋରୋନା ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇଛି । ଏହା ପରେ ଟିକାର ବିକ୍ରି ଓ ବିତରଣ ପାଇଁ ଉତ୍ପାଦନ କରିବାକୁ ଭାରତ ବାୟୋଟେକୁ ଅନୁମୋଦନ ମିଳିଛି ।

କୋଭାକ୍ସିନ ଉତ୍ପାଦନ ପାଇଁ ଭାରତ ବାୟୋଟେକକୁ ଅନୁମତି

author img

By

Published : Jan 4, 2021, 7:56 AM IST

ହାଇଦ୍ରାବାଦ: କୋଭାକ୍ସିନ ଟିକାକୁ ଜରୁରୀ ବ୍ୟବହାର ଅନୁମତି ପରେ ଉତ୍ପାଦନ ପାଇଁ ମିଳିଲା ମଞ୍ଜୁରୀ । ଟିକାର ବିକ୍ରି ଓ ବିତରଣ ପାଇଁ ଭାରତ ବାୟୋଟେକକୁ ସେଣ୍ଟ୍ରୋଲ ଲାଇସେନ୍ସ କର୍ତ୍ତୃପକ୍ଷ ଅନୁମୋଦନ ଦେଇଛି । ରବିବାର ଡିସିଜିଆ ପକ୍ଷରୁ ହାଇଦ୍ରାବାଦ ସ୍ଥିତି ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ଗ୍ରୀନ ସିଗନାଲ ଦେଇଥିଲେ । ଏହା ସହ ସିରମ ଇନଷ୍ଟିଚ୍ୟୁଟର କୋଭାଶିଲ୍ଡକୁ ମଧ୍ୟ ଅନୁମୋଦନ ଦେଇଥିଲେ । କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ ବିଶେଷଜ୍ଞ ଟିମ ସେଣ୍ଟ୍ରାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରେଲ ସଂସ୍ଥାକୁ ସୁପାରିଶ କରିଥିଲେ ।

ଭାରତୀୟ ବାୟୋଟେକ ପ୍ରସ୍ତୁତ କୋରୋନା ଟିକା ହେଉଛି ପ୍ରଥମ ସ୍ବଦେଶୀ ଟିକା । ଭାରତୀୟ ବାୟୋଟିକ ସହିତ ଭାରତୀୟ ଭେଷଜ ଅନୁସନ୍ଧାନ ପରିଷଦ(ଆଇସିଏମଆ) ଓ ଜାତୀୟ ଭେଷଜ ସଂସ୍ଥା ସହ ମିଶି ପ୍ରସ୍ତୁତ କରୁଛନ୍ତି ।

ଏହି ଦୁଇଟି ଟିକା 110 ପ୍ରତିଶତ ସୁରକ୍ଷିତ ବୋଲି ଭିିଜି ସୋମାନି କହିଛନ୍ତି । ପ୍ରତ୍ୟେକ ଟିକା ପାଇଁ ସାମାନ୍ୟ ଜ୍ବର, ଯନ୍ତ୍ରଣା ଏବଂ ଆଲର୍ଜି ପରି କେତେକ ପାର୍ଶ୍ବ ପ୍ରତିକ୍ରିୟା ଏକ ସାଧାରଣ ଅଟେ । ସାମାନ୍ୟ ସୁରକ୍ଷିତ ଟିକାକୁ କଦାପି ଅନୁମୋଦନ ଦିଆଯିବ ନାହିଁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆର ଡ ଭି.ଜି ସୋମାନି କହିଛନ୍ତି ।

ଭାରତ ବାୟୋଟେକ ଓ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ମିଳିତ ଭାବେ କୋଭାକ୍ସିନର ବିକାଶ କରିଛନ୍ତି । କୋଭିସିଲ୍ଡକୁ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଓ ଅଷ୍ଟ୍ରାଜେନିକା ବିକଶିତ କରିଥିବାବେଳେ ପୁଣେର ସିରମ ଇନଷ୍ଟିଚ୍ୟୁଟ ଭାରତରେ ଏହାକୁ ପ୍ରସ୍ତୁତ କରୁଛି । ଏହି ସଂସ୍ଥା କୋଭିସିଲ୍ଡର 5 କୋଟି ଡୋଜ ପ୍ରସ୍ତୁତ କରିସାରିଛି । ଏବେ ଏହି ଦୁଇ ଟିକାକୁ ଅନୁମତି ଦେବା ପରେ ଖୁବଶୀଘ୍ର ଦେଶରେ କୋରୋନା ଟିକାକରଣ ଆରମ୍ଭ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.