ETV Bharat / bharat

ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାଷୀ ନାତାଙ୍କ ସହ ଶାହଙ୍କ ବଡ ବୈଠକ

author img

By

Published : Dec 8, 2020, 8:31 AM IST

Updated : Dec 8, 2020, 8:36 PM IST

ଭାରତ ବନ୍ଦ
ଭାରତ ବନ୍ଦ

20:32 December 08

ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାଷୀ ନାତାଙ୍କ ସହ ଶାହଙ୍କ ବଡ ବୈଠକ

ଆସନ୍ତାକାଲି ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାଷୀ ନାତାଙ୍କ ସହ ଶାହଙ୍କ ବଡ ବୈଠକ ଆରମ୍ଭ । ବୈଠକରେ ସାମିଲ 13 ଚାଷୀ ନେତା । ଭାରତୀୟ କୃଷି ଅତିଥି ଭବନରେ ହେଉଛି ଏହି ବୈଠକ ।

15:22 December 08

ସରିଲା ଚକଅଖ ଜାମ୍‌, ସଂଧ୍ୟା 7ଟାରେ ଶାହଙ୍କୁ ଭେଟିବେ ଚାଷୀ ନେତା

କୃଷି ଆଇନକୁ ନେଇ ଚାଷୀଙ୍କ ଭାରତ ବନ୍ଦ ମଧ୍ୟରେ ସମାପ୍ତ ହୋଇଛି ଚକଅଖ ଜାମ । ତେବେ ବିଭିନ୍ନ ସ୍ଥାନର ରାଜପଥରେ ଗଡିଛି ଗାଡିମୋଟର । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚାଷୀ ନେତା ଭେଟିବା ନେଇ ସାମ୍ନାକୁ ଆସିଛି ବଡ ଖବର ।

ଭାରତୀୟ କୃଷି ସଂଗଠନର ମୁଖପାତ୍ର ରାକେଶ ଟିକୈତ କହିଛନ୍ତି ଆଜି ସଂଧ୍ୟା 7ଟାରେ ଚାଷୀନେତାଙ୍କ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକ ରହିଛି । ଚଖଅଖ ଜାମ ଶେଷ ହୋଇଥିବା ବେଳେ ବର୍ତ୍ତମାନ ଚାଷୀମାନେ ସିଂଘୁ ସୀମା ଯିବେ ଓ ସେଠାରୁ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଯିବେ ବୋଲି ଟିକୈତ କହିଛନ୍ତି ।

11:20 December 08

କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀରେ ପହଞ୍ଚିଲେ ତେଲେଙ୍ଗାନା ଚାଷୀ

କୃଷକ ଆନ୍ଦୋଳନରେ ସାମିଲ ହେବାକୁ ଦିଲ୍ଲୀରେ ପହଞ୍ଚିଲେ ତେଲେଙ୍ଗାନା ଚାଷୀ । ଦିଲ୍ଲୀ ସୀମାରେ ସେମାନେ ପହଞ୍ଚିଥିବା ସୂଚନା ମିଳିଛି । 

10:38 December 08

ଗୃହବନ୍ଦୀରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥିବା ଆପ୍‌ର ଅଭିଯୋଗ

ନୂଆଦିଲ୍ଲୀ: କୃଷକଙ୍କ ଆନ୍ଦୋଳନ ଯାଇଥିବା କାରଣରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୃହବନ୍ଦୀ କରାଯାଇଥିବାର ଅଭିଯୋଗ ଆଣିଛି ଆପ୍‌ । 

10:38 December 08

ରାଜ୍ୟରେ ଭାରତ ବନ୍ଦକୁ ବିଭିନ୍ନ ସଙ୍ଗଠନର ସମର୍ଥନ । ମାଷ୍ଟକ୍ୟାଣ୍ଟିନ ସାମ୍ନାରେ ବିଭିନ୍ନ ସଙ୍ଗଠନ ଓ ଛାତ୍ର କଂଗ୍ରେସର ବିକ୍ଷୋଭ ।

08:59 December 08

ଭାରତ ବନ୍ଦ ପାଇଁ ଓସମାନିଆ ବିଶ୍ବବିଦ୍ୟାଳୟରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ । ଆସନ୍ତାକାଲି ହେବ ପରୀକ୍ଷା ।

08:58 December 08

ପଶ୍ଚିମବଙ୍ଗରେ ବାମଦଳର ପ୍ରଦର୍ଶନ

ପଶ୍ଚିମବଙ୍ଗର ଯାଦବପୁରରେ କୃଷକଙ୍କ ଭାରତ ବନ୍ଦକୁ ସମର୍ଥନ କରି ବାମଦଳର ପ୍ରଦର୍ଶନ । ସେପଟେ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଦଳୀୟ କର୍ମୀଙ୍କ ଧାରଣା । 

08:12 December 08

ଭାରତ ବନ୍ଦ: ପୂର୍ବାହ୍ନ 11ଟାରୁ ଅପରାହ୍ନ 3ଟା ଯାଏଁ ଚକା ଜାମ୍‌

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବାବେଳେ ଆଜି ଭାରତ ବନ୍ଦର ଡାକରା ଦେଇଛନ୍ତି । ଯାହାକୁ 18ଟି ରାଜନୈତିକ ଦଳ ନିଜର ସମର୍ଥନ ଜଣାଇଛନ୍ତି । ସେପଟେ ବନ୍ଦକୁ ଆଖିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।  

ଦିନ 11ଟାରୁ ଅପରାହ୍ନ 3ଟା ଯାଏ ଚକାଜାମ୍‌ କରିବାକୁ କୃଷକ ସଙ୍ଗଠନ ପକ୍ଷରୁ ଆହ୍ବାନ କରାଯାଇଛି । ତେବେ ରାଜନୈତିକ ଦଳ ସମେତ ଅନେକ ସଙ୍ଗଠନ ମଧ୍ୟ ସେମାନଙ୍କ ନୈତିକ ସମର୍ଥନ ଜଣାଇଛନ୍ତି । ଟ୍ରେଡ ୟୁନିୟନ ପକ୍ଷରୁ ଭାରତ ବନ୍ଦକୁ ସମର୍ଥନ କରାଯାଇଛି ।  

ସୂଚନାଥାଉକି, ଆସନ୍ତାକାଲି ସରକାରଙ୍କ ସହିତ କୃଷକଙ୍କ ଆଲୋଚନା ରହିଛି । ଭାରତ ବନ୍ଦ ପୂର୍ବରୁ ଚାଷୀ ନେତା ସୋମବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ଆମ ବିରୋଧ କେବଳ ପଞ୍ଜାବ ପର୍ଯ୍ୟନ୍ତ ସୀମିତ ହୋଇ ରହିନାହିଁ । କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭଳି ବିଶ୍ବନେତା ମଧ୍ୟ ଏହି ଆନ୍ଦୋଳନର ସମର୍ଥନ କରୁଛନ୍ତି ।’

ସେହିପରି ଚାଷୀନେତା ଡଃ. ଦର୍ଶନ ପାଲ କହିଛନ୍ତି, ‘ମଙ୍ଗଳବାର ସମ୍ପୂର୍ଣ୍ଣ ଦିନ ଭାରତ ବନ୍ଦ ରହିବ ।’ ଦିନ 3ଟା ଯାଏଁ ଚକଅଖ ଜାମ ରହିବ ବୋଲି ସୂଚନା ଦିଆଯାଇଛି । ରାଜନୈତିକ ଦଳଗୁଡିକର ଭାରତ ବନ୍ଦକୁ ସମର୍ଥନ ଦିଆଯିବା ଉପରେ ପାଲ କହିଛନ୍ତି, ଆମେ ନିଜ ମଞ୍ଚରେ କୌଣସି ରାଜନୈତିକ ନେତାଙ୍କୁ ଅନୁମତି ଦେଇନାହୁଁ । ତେବେ ଏହି ଆନ୍ଦୋଳନ ସମ୍ପୂ୍ର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ ବୋଲି ସେ ଭରସା ଦେଇଛନ୍ତି ।

ଭାରତ ବନ୍ଦ ସମୟରେ ଦୋକାନ ବଜାର ଓ ବ୍ୟବସାୟ ବନ୍ଦ ରହିବ । ତେବେ ଏଥିରୁ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି । ଚାଷୀମାନେ ଦିଲ୍ଲୀର ସୀମା ଅବରୋଧ କରିଛନ୍ତି । ପଞ୍ଜାବ ଏବଂ ହରିୟାଣା ସମେତ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ଚାଷୀ ଏଠାରେ ପହଞ୍ଚିଛନ୍ତି । ଉତ୍ତରପ୍ରଦେଶ, ହରିୟାଣା ସମେତ ଦିଲ୍ଲୀକୁ ଉତ୍ତରପ୍ରଦେଶ ସହିତ ସଂଯୋଗ କରୁଥିବା ଅଧିକାଂଶ ରାସ୍ତା ବନ୍ଦ ରହିଥିବା ଜଣାପଡିଛି ।  

Last Updated : Dec 8, 2020, 8:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.