ETV Bharat / bharat

ନୂତନ କୃଷି ଆଇନ ବିରୋଧରେ ଭାରତ ବନ୍ଦ ଡାକରା, ଜାଣନ୍ତୁ ଏହାର କ'ଣ ପ୍ରଭାବ?

ନୂତନ କୃଷି ଆଇନ ବିରୋଧରେ ରାଜଧାନୀ ଦିଲ୍ଲୀରେ ଚାଷୀ ଆନ୍ଦୋଲନ ଜାରି ରହିଛି। ବାରମ୍ବାର କେନ୍ଦ୍ର ସରକାରଙ୍କ ଆଲୋଚନା ପରେ ବି କୌଣସି ଚାଷୀ ସନ୍ତୁଷ୍ଟ ହୋଇନାହାନ୍ତି। ଏଥିପାଇଁ ଡିସେମ୍ବର 8 ତାରିଖ ଭାରତ ବନ୍ଦ ଡାକରା ଦିଆଯାଇଛି। ଅଧିକ ପଢ଼ନ୍ତୁ...

bharat bandh calls against new farm law by various farmer Organization
ନୂତନ କୃଷି ଆଇନ ବିରୋଧରେ ଭାରତ ବନ୍ଦ ଡାକରା, ଜାଣନ୍ତୁ ଏହାର କ'ଣ ପ୍ରଭାବ?
author img

By

Published : Dec 8, 2020, 5:45 PM IST

ନୂଆଦିଲ୍ଲୀ: ନୂତନ ସଂଶୋଧିତ କୃଷି ଆଇନକୁ ବିରୋଧ କରି ଆଜି(ମଙ୍ଗଳବାର) ଭାରତ ବନ୍ଦ ଡାକରା ଦେଇଛନ୍ତି ବିଭିନ୍ନ କୃଷକ ସଂଗଠନ। ଏହାକୁ ନେଇ ପଞ୍ଜାବ ଓ ହରିଆଣାର କୃଷକମାନେ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ କରିଛନ୍ତି। ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି କୃଷକ ସଂଗଠନ। ଏଥିପାଇଁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହ ଚାଷୀ ପ୍ରତିନିଧିଙ୍କ ଆଲୋଚନା ହୋଇଥିଲେ ସୁଦ୍ଧା କିଛି ଲାଭ ହୋଇନଥିଲା। ଗତ ଶନିବାର ମଧ୍ୟ କେନ୍ଦ୍ର ସରକାରଙ୍କ ସହ ଚାଷୀ ପ୍ରତିନିଧିଙ୍କ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କିଛି କର୍ପୋରେଟ ସଂସ୍ଥାର କୁଶ ପୁତ୍ତଳିକା ଦାହ କରିଥିଲେ ଆନ୍ଦୋଳନରତ ଚାଷୀ। ତେବେ ଏପର୍ଯ୍ୟନ୍ତ ଚାଷୀଙ୍କ ସର୍ତ୍ତ ପୂରଣ ହୋଇନଥିବାରୁ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ।

ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ସହ 23ଟି ଫସଲ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ(msp) ଗ୍ୟାରେଣ୍ଟି ଦେବାକୁ ଦାବି କରିଛନ୍ତି ଚାଷୀ ସଂଗଠନ। ଏଥିରେ ରାଜି ହେଲେ ପରବର୍ତ୍ତୀ କେନ୍ଦ୍ର ସରକାରଙ୍କ ସହ ବୈଠକ କରିବେ ବୋଲି କରିଛନ୍ତି ଚାଷୀ ପ୍ରତିନିଧି। ତେବେ କେନ୍ଦ୍ର ସରକାର ଚାଷୀ ସଂଗଠନର କେତେକ ସର୍ତ୍ତରେ ରାଜି ହୋଇଥିବା ବେଳେ କେତେକ ସର୍ତ୍ତ ଉପରେ ଆଲୋଚନା ହୋଇ ପାରିନାହିଁ। ଏହାର ବିରୋଧରେ ଚାଷୀମାନେ ଭାରତ ଦିନ ବିଭିନ୍ନ ଟୋଲ ପ୍ଲାଜା ଘେରାଉ କରି ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଲନ କରିବାକୁ ଯୋଜନା କରିଛନ୍ତି। କେନ୍ଦ୍ର ସରକାର ରାଜି ହୋଇଥିବା ସର୍ତ୍ତ ଗୁଡ଼ିକୁ ନେଇ ଲିଖିତ ପ୍ରତିଶୃତି ଦାବି କରାଯାଇଛି। 2015 ମସିହାରେ ଜମି ଅଧିଗ୍ରହଣ ଆଇନ 2013କୁ ନେଇ ସଂଶୋଧନ କରିବାକୁ ଦାବି ହୋଇଥିଲା। ଏଥିରେ ରାଜି ହୋଇଥିଲେ କେନ୍ଦ୍ର ସରକାର। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଆଇନରେ କୌଣସି ସଶୋଧନ ହୋଇନଥିଲା।

ଭାରତ ବନ୍ଦରେ ଖୋଲା ରହିଛି ଦୋକାନ ବଜାର

ଭାରତ ବନ୍ଦ ବେଳେ ସମସ୍ତ ଦୋକାନ ବଜାର ଖୋଲା ରହିଛି। ରାଜଧାନୀ ଦିଲ୍ଲୀ ସହ ଭାରତର ସମସ୍ତ ସ୍ଥାନରେ ଏନେଇ କୌଣସି କଟକଣା ଜାରି କରାଯାଇନାହିଁ। ବ୍ୟବସାୟିକ କାର୍ଯ୍ୟକଳାପ ପୂର୍ବପରି ଜାରି ରହିଛି। ଏହାସହ ପରିବହନ ସେବା ମଧ୍ୟ ପୂର୍ବ ପରି କାର୍ଯ୍ୟ କରିବ ବୋଲି ଚାଷୀ ସଂଗଠନମାନେ ସୂଚନା ଦେଇଥିଲେ। ଜରୁରୀସେବାକୁ ଭାରତ ବନ୍ଦ ଅନ୍ତର୍ଭୂକ୍ତ କରାଯାଇନଥିବା ନେଇ କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ଓ ସର୍ବଭାରତୀୟ ପରିବହନ କଲ୍ୟାଣ ସଂଘ ପକ୍ଷରୁ ସୂଚନା ଦିଆଯାଇଥିଲା।

ତେବେ ଭାରତ ବନ୍ଦର ପ୍ରଭାବ ପଞ୍ଜାବରେ ଦେଖିବାକୁ ମିଳିଥିଲା। ଭାରତ ବନ୍ଦ ପୂର୍ବରୁ ସକାଳ 8ଟାରୁ ସନ୍ଧ୍ୟା 6ଟା ଯାଏଁ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିବା ନେଇ ସୂଚନା ମିଳିଥିଲା। ହରିଆଣା ପଞ୍ଜାବରୁ ଏହି ଆନ୍ଦୋଳନ ମୁଣ୍ଡ ଟେକିଥିବାରୁ ଏହାର ଏହି ଦୁଇ ରାଜ୍ୟରେ ଅଧିକ ଦେଖିବାକୁ ମିଳିଥିଲା। ସେପେଟ ଆନ୍ଦୋଳନରତ ଚାଷୀ ସଂଗଠନକୁ ଭାରତ ଅନ୍ୟ 10ଟି ବଡ଼ ବ୍ୟବସାୟିକ ସଂଗଠନ ନିଜର ସମର୍ଥନ ଜଣାଇଥିଲେ। ଏହି ସଂଗଠନମାନେ ନଭେମ୍ବର 26 ତାରିଖରେ ହୋଇଥିବା ଚାଷୀ ଆନ୍ଦୋଳନକୁ ମଧ୍ୟ ସମର୍ଥନ କରି ଆସିଛନ୍ତି।

10ଟି କେନ୍ଦ୍ରିୟ ବ୍ୟବସାୟିକ ସଂସ୍ଥାନର ଭାରତ ବନ୍ଦକୁ ସମର୍ଥନ

ଚାଷୀଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା 10ଟି କେନ୍ଦ୍ରିୟ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ହେଉଛି, ଭାରତ ଜାତୀୟ ବାଣିଜ୍ୟ ୟୁନିଅନ କଂଗ୍ରେସ (INTUC), ସର୍ବଭାରତୀୟ ବ୍ୟବୟାୟିକ ସଂଗଠନ କଂଗ୍ରେସ (AITUC), ଭାରତୀୟ ମଜଦୁର ସଂଘ (HMS), ସେଣ୍ଟର ଅଫ୍ ଇଣ୍ଡିଆନ ଟ୍ରେଡ ୟୁନିଅନ (CITU), ସର୍ବଭାରତୀୟ ମିଳିତ ବ୍ୟବସାୟିକ କେନ୍ଦ୍ର ( AIUTUC), ଟ୍ରେଡ୍ ୟୁନିଅନ୍ ସମନ୍ୱୟ କେନ୍ଦ୍ର (TUCC), ସ୍ବୟଂ ନିଯୁକ୍ତ ମହିଳା ସଙ୍ଗଠନ (SEWA), ଅଲ୍ ଇଣ୍ଡିଆ ସେଣ୍ଟ୍ରାଲ୍ କାଉନସିଲ୍ ଅଫ୍ ଟ୍ରେଡ ୟୁନିଅନ୍ସ (AICCTU), ଶ୍ରମିକ ପ୍ରଗତିଶୀଳ ଫେଡେରେସନ୍ (LPF) ଏବଂ ୟୁନାଇଟେଡ୍ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (UTUC)। ଭାରତ ବନ୍ଦକୁ ସମର୍ଥନ ଜଣାଇ ଏହି ସଂଗଠନମାନେ କହିଛନ୍ତି ଯେ, ଆମେ ସ୍ବାଧିନଭାବରେ କାର୍ଯ୍ୟ କରି ଆସୁଛୁ। ଏଥିପାଇଁ ଆମ ନିଷ୍ପତ୍ତି ଆମେ ନେଇଛୁ। ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନରତ ଚାଷୀଙ୍କୁ ଆମେ ପୂର୍ଣ୍ଣ ସମର୍ଥନ କରୁଛୁ।

ରାଜଘଧାନୀ ଦିଲ୍ଲୀରେ ନଭେମ୍ବର 26 ତାରିଖଠାରୁ ଚାଷୀ ସଂଗଠନମାନେ ଆନ୍ଦୋଳନ କରି ଆସୁଛନ୍ତି। ସରକାର ପାରିତ କରାଇଥିବା କୃଷି ବିଲ ଚାଷୀ ବିରୋଧୀ। ଏଥିପାଇଁ ଚାଷୀମାନେ ନିଜ ହକ ପାଇବାକୁ ଲଢ଼େଇ ଜାରି ରଖିଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ବଦଳରେ ପୋଲିସ ଓ ପ୍ରଶାସନ ସେମାନଙ୍କ ଉପରେ ଦାଉ ସାଧୁଛନ୍ତି। ଏଥିପାଇଁ ଚାଷୀଙ୍କ ପକ୍ଷରୁ ଡାକରା ଦିଆଯାଇଥିବା ଭାରତ ବନ୍ଦକୁ ଆମେ ସମର୍ଥନ କରୁଛୁ ବୋଲି କହିଛନ୍ତି ଚାଷୀ ସଂଗଠନ।

ସୁପ୍ରିକକୋର୍ଟ ବାର ଆସୋସିଏସନର ମୁଖ୍ୟ ଦୁଶ୍ୟନ୍ତ ଦେବ ନୂତନ କୃଷି ଆଇନକୁ ଅସମ୍ବିଧାନିକ ଓ ବେଆଇନ ବୋଲି କହିଛନ୍ତି। ଏଥିପାଇଁ ସେ ଚାଷୀଙ୍କ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ଏହାସହ ଏଥିପାଇଁ ହେବାକୁ ସମସ୍ତ ଆଇନ କାର୍ଯ୍ୟ ଚାଷୀଙ୍କ ପାଇଁ କରିବେ ବୋଲି କହିଛନ୍ତି। ଏହି ଆଇନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ଚାଷୀ ପ୍ରତିନିଧି। ଖୁବଶୀଘ୍ର ଏହାର ଶୁଣାଣି କରାଯିବ।

ଚାଷୀଙ୍କ ସପକ୍ଷରେ ବିରୋଧୀ ଦଳ

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ସହ 11ଟି ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ କରିଛନ୍ତି। ଏହାକୁ ସୋନିଆ ଗାନ୍ଧିଙ୍କ ସହ 11ଟି ରାଜନୈତିକ ଦଳ ଏକ ପ୍ରତିଶୃତି ପତ୍ରରେ ନିଜର ଦସ୍ତଖତ କରିଛନ୍ତି। ଏହି ପ୍ରତିଶୃତି ପତ୍ରରେ କୁହାଯାଇଛି ଯେ, ପାରିତ ହୋଇଥିବା 3ଟି କୃଷି ବିଲ ଚାଷୀ ବିରୋଧି। ଚାଷୀଙ୍କ ଆନ୍ଦୋଳନ ଯଥାର୍ଥ। ଏଥିପାଇଁ ଆମେ ଚାଷୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଉଛୁ। ଏହି ପ୍ରତିଶୃତି ପତ୍ରରେ ନ୍ୟାସନାଲ କଂଗ୍ରେସ ଅଧ୍ୟକ୍ଷ ରମେଶ ପାୱାର, ଆରଜେଡି ଅଧ୍ୟକ୍ଷ ତେଜସ୍ବୀ ଯାଦବ, ଫାରୁକ ଅବଦୁଲ୍ଲା, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ସିଂହ ଯାଦବ, ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ, ସିପିଏମ ନେତା ସିତାରାମ ୟେଚୁରି, ସିପିଆଇ ଅଧ୍ୟକ୍ଷ ଡି ରାଜା ପ୍ରମୁଖ ଦସ୍ତଖତ କରିଛନ୍ତି।

ପାରିତ ହୋଇଥିବା ଏହି ନୂତନ କୃଷି ଆଇନ ଗଣତନ୍ତ୍ର ବିରୋଧି ବୋଲି କୁହାଯାଇଛି। ଏହାଦ୍ବାରା ଦେଶରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ପ୍ରତି ବିପଦ ରହିଥିବା ନେଇ କୁହାଯାଇଛି। ଏହି ବିଲ ଚାଷୀଙ୍କ ଏମଏସପିକୁ ବାଦ ଦେବା ସହ ଅନ୍ୟ ବହୁ କ୍ଷତି ପହଞ୍ଚାଇବ। ଭାରତୀୟ କୃଷି ଜାତୀୟ ବଜାରକୁ ବହୁରାଷ୍ଟ୍ରୀୟ କୃଷି ବ୍ୟବସାୟ ନିଗମର ମୂଳଦୁଆ ଦେବା ପାଇଁ ଆଧାର ସ୍ଥାପନ କରିଛି। ଏଭଳି ସ୍ଥିତିରେ ଚାଷୀଙ୍କୁ ହତାଦର କରିବା ଠିକ ନୁହେ ବୋଲି କହିଛନ୍ତି ଏହି ରାଜନୈତିକ ଦଳ। ଏଥିପାଇଁ ଭାରତ ବନ୍ଦକୁ ସମର୍ଥନ କରିବା ସହ ଚାଷୀଙ୍କୁ ସମର୍ଥନ ଦେବା ଆବଶ୍ୟକ ବୋଲି କୁହାଯାଇଛି।

ଚାଷୀ ଆନ୍ଦୋଲନର ପ୍ରଭାବ

ଏହାଛଡ଼ା ଏହି ଆନ୍ଦୋଳନକୁ ଦେଶର ଅନ୍ୟ ସଂଗଠନମାନେ ମଧ୍ୟ ସମର୍ଥନ ଜଣାଇଛନ୍ତି। ତେବେ କୃଷି ଆଇନ ବିରୋଧରେ ଏହି ଆନ୍ଦୋଲନ ଯୋଗୁଁ ଦିଲ୍ଲୀରେ ପରିବା ଓ ଫଳ ବଜାରରେ ପ୍ରଭାବ ପଡ଼ିଛି। ଦିଲ୍ଲୀ ପାଖ ରାଜ୍ୟର ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଫଳରେ ଦିଲ୍ଲୀର ବିଭିନ୍ନ ବଜାରରେ ଫଳ ଓ ପନିପରିବା ମୂଲ୍ୟ ଆକାଶ ଛୁଆଁ ହୋଇଛି। ଆନ୍ଦୋଳନ ଯୋଗୁଁ ପର୍ଯ୍ୟାପ୍ତ ପରିମାଣ ଫଲ ପନିପରିବା ଯୋଗାଣ ହୋଇ ପାରୁନାହିଁ। ବିଶେଷ କରି ଏସିଆର ସର୍ବବୃହତ ଖୁଚୁର ବଜାର କୁହାଯାଉଥିବା ଆଜଦପୁର ମଣ୍ଡିରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହାସହ ଗାଜିପୁର, ଓଖଲା ଓ ନରେଲାରେ ମଧ୍ୟ ଏହାର ପ୍ରଭାବତ ଦେଖିବାକୁ ମିଳିଛି।

ଦିଲ୍ଲୀ ସମେତ ତାମିଲନାଡ଼ୁରେ ଟ୍ୟାକ୍ସି ସଂଗଠନ ଭାରତ ବନ୍ଦକୁ ସମର୍ଥନ ଜଣାଇଛନ୍ତି। ଏଥିପାଇଁ ଏହି ଦୁଇ ରାଜ୍ୟରେ ଆପ ମାଧ୍ୟମରେ ଟ୍ୟାକ୍ସି ଚଲାଉଥିବା ସଂଗଠନଗୁଡ଼ିକ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି। ତେବେ ଅଟୋ ଓ ରିକ୍ସା ଚାଳକ ସଂଗଠନଗୁଡ଼ିକ ଏହାକୁ ସମର୍ଥନ କରି ନାହାନ୍ତି। ଏହି ଦୁଇ ଅଞ୍ଚଳରେ ଭାରତ ବନ୍ଦ ବେଳେ ଅଟୋ ଓ ରିକ୍ସା ଚଳାଚଳ ଜାରି ରହିଥିଲା। ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଚାଷୀ ସଂଗଠନକୁ ସମର୍ଥନ ଜଣାଇ ହାତରେ କଳାବ୍ୟାଚ ପରିଧାନ କରି ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଏହାଦ୍ବାରା ବ୍ୟାଙ୍କିଂ ସେବା ଉପରେ କୌଣସି ପ୍ରଭାବ ପଡ଼ିନଥିଲା।

ପଞ୍ଜାବ ଭଳି ରାଜ୍ୟରେ ଚାଷୀ ଆନ୍ଦୋଳନର ପୂର୍ଣ୍ଣ ପ୍ରଭାବ ପଡ଼ିଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ମିଳିଛି। ଏହାସହ କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ଦକ୍ଷିଣ ପୂର୍ବ ରାଜ୍ୟ ଗୁଡ଼ିକ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ତେବେ ଏହି ରାଜ୍ୟ ଗୁଡ଼ିକରେ ବନ୍ଦରା ଏତେଟା ପ୍ରଭାବ ଦେଖା ଦେଇନଥିଲା। ଭାରତ ବନ୍ଦ ଯୋଗୁଁ ଏହି ରାଜ୍ୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସମ୍ଭାବନା ରହିଥିଲା। ବିଜେପି ଶାସିତ ରାଜ୍ୟଗୁଡିକରେ ଯାନବାହାନ ପରିବହନକୁ ନେଇ ଗାଇଡଲାଇନ ଜାରି ସମ୍ଭାବନା ରହିଥିଲା।

ଭାରତ ବନ୍ଦକୁ ନେଇ ରାଜନୀତି

ଭାରତ ଇତିହାସରେ ବହୁଥର ଭାରତ ବନ୍ଦ ଡକରା ଦିଆଯାଇଛି। ତେବେ କେତେକ ବିଶେଷ ସମୟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ କେତେକ ସମୟରେ ଏହାର ଏତେଟା ପ୍ରଭାବ ଦେଖିବାକୁ ମିଳିନାହିଁ। ଆଗକୁ ସଂସଦର ମନସୁନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ବିରୋଧି ଦଳ ଚାଷୀ ଆନ୍ଦୋଳନକୁ ମୁଦ୍ଦା କରିପାରନ୍ତି। ସଫଳତା ପୂର୍ବକ ଦୁଇଟି ସଂସଦ ଅଧିବେଶନ ଶେଷ ହୋଇଛି। ଏହି ଦୁଇଟି ଅଧିବେଶନରେ ବିରୋଧିମାନଙ୍କ ପାଖରେ କୌଣସି ମୁଦ୍ଦା ନଥିଲା। ତେବେ ଆସନ୍ତା ଅଧିବେଶନରେ କଂଗ୍ରେସ ତଥା ଅନ୍ୟ ବିରୋଧି ଦଳ ସଂସଦରେ ହଙ୍ଗାମା କରିବା ସହ ରାଜନୀତି କରି ପାରନ୍ତି। ପୁର୍ବରୁ କେତେକ ମୁଦ୍ଦା ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହାକୁ ନେଇ ଶୀତ ଅଧିବେଶନରେ ଶାସକ ଦଳ ଉପେର ବର୍ଷିଥିଲେ ବିରୋଧି ଦଳ। କୃଷି ଆଇନ ବିରୋଧରେ ଏହି ଆନ୍ଦୋଳନ ଓ ଭାରତ ବନ୍ଦ ବିରୋଧିମାନଙ୍କୁ ସରକାରଙ୍କୁ ଘେରିବାକୁ ଆହୁରି ଖୋରକା ଯୋଗାଇବ ଏଥିରେ କୌଣସି ସନ୍ଦେହ ନାହିଁ।

1970 ମସିହା ଜୁଲାଇ 5 ତାରିଖରେ ପ୍ରଥମ ଥର ପାଇଁ ଜନତା ଦଳ ପକ୍ଷରୁ ବିଭିନ୍ନ ମୁଦ୍ଦା ନେଇ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ କଂଗ୍ରେସ ବିରୋଧରେ ସମସ୍ତ ପୂରା ଭାରତ ଏକ ହୋଇ ଯାଇଥିଲା। ତେବେ ବିଶେଷଜ୍ଞଙ୍କ ମତରେ ଏହା ପ୍ରଥମ ଭାରତ ବନ୍ଦ ଆନ୍ଦୋଳନ ନଥିଲା। ଏହାପରେ 1889 ଅଗଷ୍ଟ ମାସ 30 ତାରିଖରେ ବୋଫର୍ସ ଘୋଟାଲାକୁ ନେଇ ରାଜୀବ ଗାନ୍ଧୀଙ୍କୁ ବିରୋଧ କରିବା ସହ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ବିଜେପି ପକ୍ଷରୁ ଏହି ଆନ୍ଦୋଳନ କରାଯାଇଥିଲା। ଏହି ଆନ୍ଦୋଳନକୁ ସେହି ସମୟରେ ଅନ୍ୟ ରାଜନୀତି ଦଳମାନେ ଦୃଢ଼ ସମର୍ଥନ କରିଥିଲେ। ଏହାପରେ 1998 ଓ 1999 ମସିହାରେ ମଧ୍ୟ ବିଜେପି ପକ୍ଷରୁ ଭ୍ରଷ୍ଟାଚାର ବିରୋଧରେ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ଏହି ଆନ୍ଦୋଳନର ଏତେ ପ୍ରଭାବ ପଡ଼ିଥିଲା ଯେ, 21 ବର୍ଷ ପରେ କଂଗ୍ରେସକୁ ହାରିବାକୁ ପଡ଼ିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.