ନୂଆଦିଲ୍ଲୀ: ଏବେ ଠାରୁ ହୋଇଯାନ୍ତୁ ସତର୍କ। ଗୁଗୁଲ ପ୍ଲେ ଷ୍ଟୋରରୁ ଆପ ଡାଉନଲୋଡ କରିବା ବେଳେ ଦିଅନ୍ତୁ ଧ୍ୟାନ। କାହିଁକି ନା ପ୍ଲେ ଷ୍ଟୋର ରେ ରହିଛି ଦୁଇ ହଜାରରୁ ଅଧିକ ଫେକ ଆପ୍ । ୟୁନିଭରସିଟି ସିଡନୀ ଏବଂ ସିଏସଓଆରଓ ଡାଟା 61ରୁ ଗବେଷଣା ପରି ଜଣାପଡିଛି ଯେ, ପ୍ଲେସ ଷ୍ଟୋରରେ ପପୁଲାର ଆପର ଡୁପ୍ଲିକେଟ ବା ଫେକ ଭର୍ସନ ମଧ୍ୟ ଉପଲବ୍ଧ ରହିଛି ।
ପ୍ରକୃତ ଆପ ଓ ଫେକ ଆପ ଭିତରେ ଆପଣ କେଉଁଟା ସତ ଜାଣିବା କଷ୍ଟକର । ଏହାଭିତରୁ କିଛି ଆପକୁ ଇନଷ୍ଟଲ କରିବା ପରେ ଆପଣ ଫେକ ବୋଲି ଜାଣିପାରିବେ । ଏହି ଆପ ଗୁଡିକ ମୋବାଇଲରୁ ଡାଟା ଚୋରାଇବା ଉଦ୍ଦେଶ୍ୟରେ ବନାଯାଇଛି। କେବଳ ଏତିକି ନୁହେଁ ୟୁଜର୍ସ ଏହାକୁ ଇନଷ୍ଟଲ କରିବା ପରେ ଆର୍ଥିକ କ୍ଷତି ମଧ୍ୟ ହୋଇପାରେ ବୋଲି ଜଣାପଡିଛି ।