ETV Bharat / bharat

‘ବାସନ ବ୍ୟାଙ୍କ’ ଦେଉଛି ଭୋଜି ପାଇଁ ଷ୍ଟିଲ ବାସନ - ପ୍ଲାଷ୍ଟିକରୁ ମୁକ୍ତି ପାଇଁ ପଦକ୍ଷେପ

ଏକ ପ୍ଲାଷ୍ଟିକ ମୁ୍କ୍ତ ପରିବେଶ ପାଇଁ ମଧ୍ୟପ୍ରଦେଶର ବୈତୁଲ ପୌରପରିଷଦ ଆରମ୍ଭ କରିଛି ଏକ ନିଆରା ପଦକ୍ଷେପ । ଏକ ବାସନ ବ୍ୟାଙ୍କ ଖୋଲି ବିଭିନ୍ନ କାର୍ଯ୍ୟକ୍ରମରେ ଲୋକଙ୍କୁ ଯୋଗାଉଛି ଷ୍ଟିଲ ବାସନ । ଅଧିକ ପଢ଼ନ୍ତୁ...

Betul Muncipal Corporation, Madhya Pradesh, Utensil bank in baitul, ବାସନ ବ୍ୟାଙ୍କ, ଭୋଜି ପାଇଁ ଷ୍ଟିଲ ବାସନ,  ଭୋଜି ପାଇଁ ଷ୍ଟିଲ ବାସନ, ମଧ୍ୟପ୍ରଦେଶର ବୈତୁଲ ପୌରପରିଷଦ, ପ୍ଲାଷ୍ଟିକରୁ ମୁକ୍ତି ପାଇଁ ପଦକ୍ଷେପ, plastic
‘ବାସନ ବ୍ୟାଙ୍କ’ ଦେଉଛି ଭୋଜି ପାଇଁ ଷ୍ଟିଲ ବାସନ
author img

By

Published : Jan 11, 2020, 7:57 AM IST

ଭୋପାଳ: ପ୍ଲାଷ୍ଟିକର ବ୍ୟବହାରକୁ ହ୍ରାସ କରିବା ଦିଗରେ ଭିନ୍ନ ଏକ ପ୍ରୟାସ କରିଛି ମଧ୍ୟପ୍ରଦେଶର ବୈତୁଲ ପୌରପରିଷଦ । ଏକ ‘ବାସନ ବ୍ୟାଙ୍କ’ର ଶୁଭାରମ୍ଭ କରି ଲୋକଙ୍କୁ ବିଭିନ୍ନ କାର୍ଯ୍ୟକ୍ରମମାନଙ୍କରେ ଥାଳି, ଚାମଚ ଓ ଗ୍ଲାସ ଆଦି ଷ୍ଟିଲ ବାସନ କୁସନ ଯୋଗାଇ ଦେଉଛି ।

ଏହି ବାସନ ବ୍ୟାଙ୍କ ଖୋଲିବାର ଉଦ୍ଦେଶ୍ୟ ଦେଉଛି ଲୋକଙ୍କୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ କରିବା । ଯାହାଦ୍ବାରା ସହରରେ ବୃଦ୍ଧି ପାଉଥିବା ପ୍ଲାଷ୍ଟିକ ଆବର୍ଜନାର ପରିମାଣକୁ କମ କରାଯାଇ ପାରିବ । ତେବେ ଏହି ବାସନ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ମାଗଣା ହୋଇଥିବାବେଳେ ଲୋକଙ୍କୁ କେବଳ ସିକ୍ୟୁରିଟି ବାବଦକୁ କିଛି ଟଙ୍କା ଜମା କରିବାକୁ ପଡିଥାଏ ।

‘ବାସନ ବ୍ୟାଙ୍କ’ ଦେଉଛି ଭୋଜି ପାଇଁ ଷ୍ଟିଲ ବାସନ

ସବୁଠାରୁ ବଡ଼ କଥା ହେଉଛି ଏହି ସେବା ପାଇଁ ପୌର ପରିଷଦର ସମସ୍ତ କର୍ମଚାରୀ ନିଜର ଗୋଟିଏ ମାସର ଦରମା ଦାନ କରିଛନ୍ତି । ଏହାସହ ଲୋକମାନେ ମଧ୍ୟ ଏହି ବାସନ ବ୍ୟାଙ୍କ ପାଇଁ 100 ଟଙ୍କା ଲେଖାଏଁ ଦାନ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ବାସନ ବ୍ୟାଙ୍କରେ ତିନିହଜାର ଥାଳି ଓ ଅନ୍ୟାନ୍ୟ ଷ୍ଟିଲ ଜିନିଷ ଲୋକଙ୍କ ବ୍ୟବହାର ପାଇଁ ରହିଛି ।

ଏହି ପଦକ୍ଷେପ ଲୋକଙ୍କୁ ନିଶ୍ଚିତ ଭାବେ ପ୍ଲାଷ୍ଟିକ ବ୍ୟବହାରରୁ ନିବୃତ କରିବ ଓ ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ବୋଲି ବିଶ୍ବାସ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

O:\GFX\9-Jan-2020\PLASTIC STORY FOR 11 JAN

O:\GFX\10-Jan-2020

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.