ETV Bharat / bharat

ବାସ୍ତବ ନିୟନ୍ତ୍ରଣ ରେଖାର ପରିଚାଳନା

ସୀମାରେ ଲାଗି ରହିଥିବା ସାଂପ୍ରତିକ ପରିସ୍ଥିତି ଓ ବାସ୍ତବ ନିୟନ୍ତ୍ରଣ ରେଖା ପରିଚାଳନା ସଂପର୍କିତ କେତେକ ବୃହତ୍ତର ଦିଗ ଉପରେ ଲେଫ୍‌ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଡି.ଏସ୍‌. ହୁଡ଼ାଙ୍କ ଲେଖା । ହୁଡା 2016 ସର୍ଜିକାଲ ଷ୍ଟ୍ରାଇକ୍‌ର ନେତୃତ୍ବ ନେଇଥିଲେ । ଅଧିକ ପଢନ୍ତୁ..

Better management, surveillance infrastructure required at LAC
ବାସ୍ତବ ନିୟନ୍ତ୍ରଣ ରେଖାର ପରିଚାଳନା
author img

By

Published : Jun 8, 2020, 5:44 PM IST

ଲଦାଖରେ, ଭାରତର ଉତ୍ତର ସୀମା ଉପରେ ଏବେ ସମସ୍ତଙ୍କ ନଜର ସେହିଠାରେ ଲାଖି ରହିଛି, ଯେଉଁଠାରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଲଂଘନ କରି ଚୀନ୍‌ର ଅତିକ୍ରମଣ ଯୋଗୁଁ ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଦେଶ ମଧ୍ୟରେ ସୃଷ୍ଟ ଏହି ବିବାଦର ସମାଧାନ ଖୁବ୍‌ ଶୀଘ୍ର ହୋଇଯିବ ବୋଲି ଆଶା କରାଯାଉଥିଲା ସତ, କିନ୍ତୁ ଏହା ତୁରନ୍ତ ସମାଧାନ ଦିଗରେ ଆଗେଇବା ଭଳି ମନେହେଉନାହିଁ । ସୀମାରେ ଲାଗି ରହିଥିବା ସାଂପ୍ରତିକ ପରିସ୍ଥିତି ଉପରେ ବହୁତ କିଛି ଲେଖା ସରିଲାଣି ଏବଂ ତେଣୁ, ବାସ୍ତବ ନିୟନ୍ତ୍ରଣ ରେଖା ପରିଚାଳନା ସଂପର୍କିତ କେତେକ ବୃହତ୍ତର ଦିଗ ଉପରେ ମୁଁ ଦୃଷ୍ଟିନିବଦ୍ଧ କରିବାକୁ ଚାହୁଁଛି ।

2019ରେ ବାସ୍ତବ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଚୀନ 663 ଥର ଅନୁପ୍ରବେଶ କରିଥିବା ରେକର୍ଡ କରାଯାଇଥିଲା । ଭାରତର ଏକ ଇଂରାଜୀ ଦୈନିକରେ ପ୍ରକାଶିତ ଖବର ଅନୁସାରେ, 2018ରେ ଚୀନ୍‌ ଦ୍ବାରା 404 ଥର ଅତିକ୍ରମଣ ହୋଇଥିବା ବେଳେ, ଏଥର ତାହା ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ ବୃଦ୍ଧି ପାଇଥିଲା । 1975 ମସିହା ପରଠାରୁ ବାସ୍ତବ ନିୟନ୍ତ୍ରଣ ରେଖାରେ ଗୋଟିଏ ହେଲେ ଗୁଳି ଚାଲି ନଥିବା ଘଟଣାରୁ ଆମେ ସନ୍ତୋଷ ପ୍ରକାଶ କରୁଥିଲେ ହେଁ ସୀମାରେ ଉଭୟ ପକ୍ଷ ଆଧିପତ୍ୟ ଜାହିର କରିବାକୁ ଚାହୁଁଥିବାରୁ ଏହି ସଂଯମପୂର୍ଣ୍ଣ ଆଚରଣ ଯେ କୌଣସି ସମୟରେ ବ୍ୟାହତ ହୋଇପାରେ ଏବଂ ଏହା ଏକ ଅନିଚ୍ଛାକୃତ ସଂକଟର ରୂପ ନେଇପାରେ । ଏଭଳି ସ୍ଥିତିରେ, ଉତ୍ତେଜକ ତତ୍ତ୍ବ ସମୂହକୁ ଏଡ଼ାଇ ଯିବା ସହିତ ବାସ୍ତବ ନିୟନ୍ତ୍ରଣ ସୀମାର ଶୁଦ୍ଧତା ବଜାୟ ରଖିବା ଲାଗି ସୀମା ପରିଚାଳନା ସଂପର୍କିତ ପ୍ରକ୍ରିୟା ଏବଂ ଆଚରଣ ପ୍ରଥାର ଏକ ବିସ୍ତୃତ ସମୀକ୍ଷାର ଆବଶ୍ୟକତା ଯଥାର୍ଥ ମନେ ହୁଏ ।

କାର୍‌ଗିଲ ସମୀକ୍ଷା କମିଟି ପରବର୍ତ୍ତୀ ସମୟରେ ଗଠିତ ମନ୍ତ୍ରୀ ସମୂହ ଗୋଷ୍ଠୀ, ସୀମା ପରିଚାଳନା ସମେତ ଜାତୀୟ ସୁରକ୍ଷାର ବିଭିନ୍ନ ଦିଗକୁ ବିଶ୍ଲେଷଣ କରିଥିଲେ । ସେମାନଙ୍କ ରିପୋର୍ଟରେ ଦର୍ଶାଯାଇଥିଲା:

“ସଂପ୍ରତି, ସେହି ସମାନ ସୀମାରେଖାରେ ଏକାଧିକ ସେନା ବଳ କାର୍ଯ୍ୟରତ ଅଛନ୍ତି ଏବଂ ଅଧିକାର ଏବଂ

ନିୟନ୍ତ୍ରଣ କ୍ଷେତ୍ରରେ ବାରମ୍ବାର ବିବାଦୀୟ ସ୍ଥିତି ଉତ୍ପନ୍ନ ହେଉଛି । ସେହି ଗୋଟିଏ ସୀମା ଉପରେ

ଏକାଧିକ ସେନା ବଳ ମୁତୟନ ଫଳରେ ସେନାର ଉତ୍ତରଦାୟିତ୍ବ କ୍ଷୟ ହେବାରେ ଲାଗିଛି । ଏହି

ଉତ୍ତରଦାୟିତ୍ବ ନିର୍ଦ୍ଧାରଣ ସକାଶେ ସୀମାରେ ସେନା ମୁତୟନ ପ୍ରସଙ୍ଗ ବିଚାର କରିବା ସମୟରେ

‘ଗୋଟିଏ ସୀମା, ଗୋଟିଏ ସେନା’ ନୀତି ଅବଲମ୍ବନ କରାଯାଇପାରେ ।”

ସଂପ୍ରତି, ବାସ୍ତବ ନିୟନ୍ତ୍ରଣ ରେଖାରେ ଉଭୟ ସେନା ଓ ଆଇଟିବିପି ମୁତୟନ କରାଯାଇଛି ଏବଂ ଉଭୟ ପ୍ୟାଟ୍ରୋଲିଂ, ନିରୀକ୍ଷଣ ଏବଂ ଅତିକ୍ରମଣର କ୍ଷେତ୍ରରେ ଜବାବ ଦେବା ଭଳି ସମାନ କାର୍ଯ୍ୟ ତୁଲାଉଛନ୍ତି । ସୀମା ପରିଚାଳନା ଦାୟିତ୍ବ ଆଇଟିବିପି ଉପରେ ନ୍ୟସ୍ତ କରାଯାଇଛି । କିନ୍ତୁ, ଅତୀତରେ ଦେପସାଙ୍ଗ, ଚୁମାର, ଏବଂ ଡୋକଲାମ ଭଳି, କିମ୍ବା ଏବେ ଉପୁଜିଥିବା ସ୍ଥିତି ଭଳି, ଯେ କୌଣସି ମୁହାମୁହିଁ ପରିସ୍ଥିତିରେ, ପ୍ରାରମ୍ଭିକ ଜବାବ ଦେବାରେ ଭାରତୀୟ ସେନା ହିଁ ସମ୍ମୁଖ ଭାଗରେ ରହିଥାଏ । ଆନୁଷ୍ଠାନିକ ହେଉ କିମ୍ବା ସଂକଟ ଜନିତ, ବାସ୍ତବ ନିୟନ୍ତ୍ରଣ ରେଖାରେ ଚୀନ ସହ ସମସ୍ତ ବୈଠକରେ ଅଂଶଗ୍ରହଣ ବେଳେ ସେନା ଅଧିକାରୀମାନେ ହିଁ ପୁରୋଭାଗରେ ରହନ୍ତି ।

ଗୋଟିଏ ଅବ୍ୟବସ୍ଥିତ ସୀମାରେ ଦୁଇଟି ଭିନ୍ନ ଭିନ୍ନ ବଳ ମୁତୟନ ଏବଂ ନିଜ ନିଜର କ୍ଷମତା ପ୍ରତିପାଦନ ପାଇଁ ସେମାନଙ୍କର ଭିନ୍ନ ଭିନ୍ନ ଯୋଜନା ସହିତ ପ୍ରତ୍ୟେକଙ୍କ ଦ୍ବାରା ଅଲଗା ଅଲଗା ମନ୍ତ୍ରାଳୟକୁ କାର୍ଯ୍ୟ ସଂପାଦନ ରିପୋର୍ଟ ପ୍ରଦାନ କରାଯାଉଥିବା ଫଳରେ ସମ୍ବଳ ନିୟୋଜନ ଦକ୍ଷତା ପ୍ରଭାବିତ ହେବା ସହିତ ଉତ୍ତରଦାୟିତ୍ବ ନିର୍ବାହନରେ ବିଶୃଙ୍ଖଳା ସୃଷ୍ଟି ହେଉଛି । ଜଟିଳ ପରିସ୍ଥିତିର ମୁକାବିଲା କରିବା କ୍ଷେତ୍ରରେ ଅଧିକ ସାମର୍ଥ୍ୟପୂର୍ଣ୍ଣ ସେନାକୁ ସମସ୍ତ ବିବାଦୀୟ ସୀମାର ଦାୟିତ୍ବ ପ୍ରଦାନ କରାଯିବା ଉଚିତ ଏବଂ ଆଇଟିବିପିକୁ ସେନାର ପରିଚାଳନାଗତ ନିୟନ୍ତ୍ରଣରେ ରଖାଯିବା ଉଚିତ । ପାକିସ୍ତାନ ସୀମାରେ ଏଭଳି ଏକ ବନ୍ଦୋବସ୍ତ ରହିଛି ଏବଂ ସେଠାରେ ସେନା ନିୟନ୍ତ୍ରଣରେ ରହି ବିଏସ୍‌ଏଫ୍‌ କାର୍ଯ୍ୟ କରୁଛି

ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁପକ୍ଷ ଉପରେ ତୀକ୍ଷ୍‌ଣ ନଜର ରଖିବା କାର୍ଯ୍ୟକୁ ବ୍ୟାପକ କରିବା ଦିଗରେ ଆମର

ସାମର୍ଥ୍ୟ ବୃଦ୍ଧି ପାଇଁ ଗୁରୁତ୍ବର ସହ ପ୍ରଚେଷ୍ଟା ଆବଶ୍ୟକ । ପ୍ରତିକୂଳ ଭୌଗୋଳିକ ସ୍ଥିତି ଏବଂ ପାଣିପାଗ ସହିତ ରାସ୍ତାଘାଟର ଅଭାବ ଯୋଗୁଁ ବାସ୍ତବ ନିୟନ୍ତ୍ରଣ ରେଖା ଉପରେ ଉପସ୍ଥିତ ରହି ଆଶାନୁରୂପ ଭାବେ ନଜର ରଖି ହୁଏନାହିଁ । 2018 ମସିହାରେ ଅରୁଣାଚଳ ପ୍ରଦେଶର ଟୁଟିଙ୍ଗ ଅଞ୍ଚଳରେ ଚୀନା ସୈନ୍ୟମାନେ ବାସ୍ତବ ନିୟନ୍ତ୍ରଣ ରେଖା ଉପରେ ଗୋଟିଏ 1.25 କିଲୋମିଟର ଲମ୍ବା ରାସ୍ତା ନିର୍ମାଣ କରିଥିବା ରିପୋର୍ଟ ମିଳିଥିଲା । ଅତି ଦୁର୍ଗମ ସ୍ଥାନରେ ହୋଇଥିବା କାରଣରୁ ଜଣେ ସ୍ଥାନୀୟ ଯୁବକଙ୍କଠାରୁ ଖବର ମିଳିବା ପରେ ହିଁ ଆମେ ଏହି ନିର୍ମାଣ ସଂପର୍କରେ ଜାଣିପାରିଥିଲୁ ।

ସୀମାବର୍ତ୍ତୀ ଅଞ୍ଚଳରେ ତଦାରଖ ପାଇଁ, ରାଡାର, ଲଙ୍ଗ ରେଞ୍ଜ୍‌ କ୍ୟାମେରା ଏବଂ ରେଡିଓ ମନିଟରିଂ ଉପକରଣ ଉପଯୋଗ କରି ଆମେ ଏକ ଇଲେକ୍‌ଟ୍ରୋନିକ୍‌ ଏବଂ ଭିଜୁଆଲ ନେଟ୍‌ୱର୍କ ସ୍ଥାପନ କରିବା ନିଶ୍ଚିତ ଆବଶ୍ୟକ । ଏହା ସହିତ ସାଟେଲାଇଟ୍‌ ଚିତ୍ର ପାଇବା ପାଇଁ ମାନବଚାଳିତ କିମ୍ବା ମାନବରହିତ ପଦ୍ଧତିର ଉପଯୋଗ କରି ଆକାଶ ମାର୍ଗରୁ ତଦାରଖ କରାଯିବା ଉଚିତ । ଶତ୍ରୁପକ୍ଷକୁ ତ୍ବରିତ ଏବଂ ସୁସଂହତ ଢଙ୍ଗରେ ଜବାବ ଦେବା ଲାଗି, ବାସ୍ତବ ନିୟନ୍ତ୍ରଣ ରେଖାରେ ଯେ କୌଣସି ପ୍ରକାର ଅସ୍ବାଭାବିକ ଗତିବିଧି ସଂପର୍କରେ ପୂର୍ବରୁ ଖବର ପାଇବା ଆବଶ୍ୟକ । ଥରେ ଚୀନ୍‌ ସୈନ୍ୟମାନେ ବାସ୍ତବ ନିୟନ୍ତ୍ରଣ ରେଖା ଅତିକ୍ରମ କରିଗଲେ ତାହା ଆମ ପାଇଁ କଠିନ ସମସ୍ୟାର କାରଣ ସାଜିବ, ଯାହାକି ଏବେ ପାଙ୍ଗଙ୍ଗ ସୋ ନିକଟରେ ଦେଖା ଦେଇଛି ।

ବାସ୍ତବ ନିୟନ୍ତ୍ରଣ ରେଖାରେ ବିବାଦୀୟ ଘଟଣାର ସମାଧାନ ଲାଗି ପ୍ରଚଳିତ ଆଚରଣ ପ୍ରଥାର ପୁନର୍ବିନ୍ୟାସ ଲାଗି ଉଭୟ ଭାରତ ଓ ଚୀନ୍‌ ପକ୍ଷରେ ଏହା ପ୍ରକୃଷ୍ଟ ସମୟ । ଉଭୟଙ୍କ ମଧ୍ୟରେ ଅସଂଖ୍ୟ ବୁଝାମଣା ସ୍ବାକ୍ଷରିତ ହୋଇଛି ଏବଂ ସବୁଥିରେ ଆତ୍ମ ସଂଯମ ବଜାୟ ରଖିବା, ସେନା ଶକ୍ତି ଉପଯୋଗ ନକରିବା ଏବଂ ବାସ୍ତବ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ସୃଷ୍ଟି କରିବା ଭଳି ଯେ କୌଣସି କାର୍ଯ୍ୟରୁ ନିବୃତ୍ତ ରହିବାକୁ ଆହ୍ବାନ ଦିଆଯାଇଛି । ଯଦିଓ ଏସବୁ ସାମଗ୍ରୀକ ଭାବେ ବିଫଳ ହୋଇନାହିଁ, ତଥାପି, ବାସ୍ତବ କ୍ଷେତ୍ରରେ ପ୍ରଚଳିତ ପ୍ରଥାକୁ ଉଲ୍ଲଂଘନ କରିବା ପ୍ରବୃତ୍ତି ବଢ଼ିବାରେ ଲାଗିଛି । ଏହା ଫଳରେ ସୈନ୍ୟମାନେ ଆଶ୍ଚର୍ଯ୍ୟଜନକ ଭାବେ ଅଣସାମରିକ ଢଙ୍ଗରେ ଆଚରଣ କରୁଛନ୍ତି, ପରସ୍ପର ଉପରେ ଗାଳି ବର୍ଷଣ କରୁଛନ୍ତି ଏବଂ ମୁଥ ମରାମରି ହେଉଛନ୍ତି ।

ବିବାଦୀୟ ରୂପେ ପରିଗଣିତ ଅଞ୍ଚଳରେ ପ୍ୟାଟ୍ରୋଲିଂ କରିବାରେ କେତେକ ନୀତିନିୟମ ପ୍ରବର୍ତ୍ତନ କରି ଆମେ ସମାଧାନ ଦିଗରେ ପ୍ରୟାସ ଆରମ୍ଭ କରିପାରିବା । ଏଥିରେ ସାମୟିକ ଭାବେ ପ୍ୟାଟ୍ରୋଲିଂ ସ୍ଥଗିତ ରଖିବାରୁ ଆରମ୍ଭ କରି ମିଳିତ ପ୍ୟାଟ୍ରୋଲିଂ ପର୍ଯ୍ୟନ୍ତ ଏବଂ ଅନ୍ୟ ଅନେକ ବ୍ୟବସ୍ଥା କରାଯାଇପାରିବ । ପ୍ରତ୍ୟେକ କ୍ଷେତ୍ରରେ କୌଣସି ସିଦ୍ଧାନ୍ତରେ ଉପନୀତ ହେବା ସହଜ ହୋଇ ନପାରେ, କିନ୍ତୁ କୌଣସି ପ୍ରକାରେ ମୁହାଁମୁହିଁ ସ୍ଥିତିରେ ରହିଥିବା ଉଭୟ ସେନାର ଆକ୍ରମଣାତ୍ମକ ମନୋଭାବ କିଛିଟା ନରମିଲେ, ତାହା ବାସ୍ତବ ନିୟନ୍ତ୍ରଣ ରେଖାରେ ଶାନ୍ତି ସ୍ଥାପନ ଦିଗରେ ସହାୟକ ସାବ୍ୟସ୍ତ ହେବ । ଏହା ସହିତ ସୈନ୍ୟମାନଙ୍କର ବ୍ୟକ୍ତିଗତ ଆଚରଣ ସଂପର୍କରେ କଠୋର ବିଧି ପ୍ରଣୟନ ନିଶ୍ଚିଚ ରୂପେ ଆବଶ୍ୟକ । ସାମରିକ ପୋଷାକ ପରିହିତ ବ୍ୟକ୍ତିମାନେ ଲାଠି ବୁଲାଇବାର ଦୃଶ୍ୟ ବାସ୍ତବରେ ଦୁଃଖଦାୟକ ।

ଦେଶର ଉତ୍ତର ସୀମାରେ ମୁକାବିଲା ମୂଳକ ସ୍ଥିତି ଉଭୟ ଭାରତ ଓ ଚୀନ ପାଇଁ ହାନିକାରକ ହେବ । ହେଲେ, କେବଳ ସଂଘର୍ଷ ଆଶଙ୍କା ଯୋଗୁଁ ଯେ ଚୀନ ସାମରିକ ବାହିନୀ ଆମ ବାସ୍ତବ ନିୟନ୍ତ୍ରଣ ରେଖା ପରିଚାଳନା କ୍ଷେତ୍ରରେ ଥିବା ଫାଟର ଫାଇଦା ଉଠାଇବ ନାହିଁ, ତାହା ଭାବିବା ଭୁଲ ହେବ । ଯେତେ ଶୀଘ୍ର ସମ୍ଭବ, ଏହି ସବୁ ଫାଟକୁ ବନ୍ଦ କରିଦେବା ଆବଶ୍ୟକ ।

(ଲେଖକ ଲେଫ୍‌ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ଡି.ଏସ୍‌. ହୁଡ଼ା । 2016ରେ ସେ ସର୍ଜିକାଲ ଷ୍ଟ୍ରାଇକ୍‌ର ନେତୃତ୍ବ ନେଇଥିଲେ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.