ETV Bharat / bharat

ଉଦ୍ଦାମପୁରରେ ‘ବେଟି ବଚାଓ ବେଟି ପଢାଅ’ କାର୍ଯ୍ୟକ୍ରମ ଆୟୋଜିତ

ଭାରତରେ ଦିନକୁ ଦିନ ଭ୍ରୃଣ ହତ୍ୟା ବଢିବା ଯୋଗୁଁ ପୁଅ-ଝିଅ ଲିଙ୍ଗାନୁପାତର ପାର୍ଥକ୍ୟ ହ୍ରାସ ପାଇବାରେ ଲାଗିଛି । ଏହାର ପ୍ରତିକାର ସ୍ବରୂପ ‘ବେଟି ବଚାଓ ବେଟି ପଢାଓ’ ଭଳି ଯୋଜନା ପ୍ରଣୟନ କରାଯାଇ ଲୋକଙ୍କୁ କନ୍ୟା ଭ୍ରୃଣ ହତ୍ୟା ରୋକିବା ନେଇ ସଚେତନତା କରାଯାଉଛି ।

author img

By

Published : Aug 27, 2019, 11:22 AM IST

ଫୋଟ ସୌଜନ୍ୟ- ଏଏନଆଇ

ଶ୍ରୀନଗର: ନବଗଠିତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରର ଉଦ୍ଦାମପୁରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ବେଟି ବଚାଓ ବେଟି ପଢାଓ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯାହାର ମୂଳ ଲକ୍ଷ୍ୟ ହେଉଛି ଭ୍ରୃଣ ହତ୍ୟା ରୋକିବା ନେଇ ଲୋକଙ୍କୁ ସଚେତନ କରିବା । ଏପରି ସମସ୍ୟା ଯୋଗୁଁ ପୁଅ-ଝିଅଙ୍କ ମଧ୍ୟରେ ଥିବା ଲିଙ୍ଗାନୁପାତରେ ପାର୍ଥକ୍ୟର ଅନୁପାତ ହ୍ରାସ ପାଇବାରେ ଲାଗିଛି ।

ଉଦ୍ଧାମପୁର ଠାରେ ଆୟୋଜିତ ହୋଇଥିବା ‘ବେଟି ବଚାଓ ବେଟି ପଢାଓ’ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଭ୍ରୃଣ ହତ୍ୟା ବିଷୟରେ ସଚେତନତା କରିବା ପାଇଁ ସାଇକେଲ ରାଲିର ଆୟୋଜନ କରାଯାଇଥିଲା । ଯାହାକୁ ଲେପ୍ଟନାଣ୍ଟ ଜେନେରାଲ ମାଧୁରି କାନିତକାର ପତାକା ଦେଖାଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୁବକ ଯବତୀ ଅଂଶଗ୍ରହଣ କରିଥିଲେ । ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ 40 ଯୁବକକୁ ନେଇ ଯୁବବାହିନୀ ଗଠନ କରାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.