ETV Bharat / bharat

ବେଙ୍ଗାଲୁରୁରେ ଅଣାୟତ୍ତ କୋରୋନା: କଣ୍ଟେନମେଣ୍ଟ ଜୋନ 3,181କୁ ବୃଦ୍ଧି - କୋଭିଡ-19

ବେଙ୍ଗାଲୁରୁ ସହରରେ ଅଣାୟତ୍ତ କୋରୋନା ମହାମାରୀ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ବି ଥମିବାର ନାଁ ଧରୁନି । ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲଗାଇବାକୁ ସହରରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବୃଦ୍ଧି ପାଉଛି । ଅଧିକ ଖବର ପଢନ୍ତୁ...

ବେଙ୍ଗାଲୁରୁରେ ଅଣାୟତ୍ତ କୋରୋନା; କଣ୍ଟେନମେଣ୍ଟ ଜୋନ 3,181କୁ ବୃଦ୍ଧି

author img

By

Published : Jul 9, 2020, 9:01 AM IST

ବେଙ୍ଗାଲୁରୁ: ସହରରେ ଅଣାୟତ୍ତ କୋରୋନା ମହାମାରୀ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ବି ଥମିବାର ନାଁ ଧରୁନି । ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାମ ଲଗାଇବାକୁ ସହରରେ କଣ୍ଟେନମେଣ୍ଟ ଜୋନ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ସୁଦ୍ଧା ବେଙ୍ଗାଲୁରୁରେ 3,181କୁ ବୃଦ୍ଧି ପାଇଛି କଣ୍ଟେନମେଣ୍ଟ ଜୋନ ।

ସ୍ଥିତି ଉପରେ ନଜର ରଖିଥିବା ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ କହିବା କଥା, ଅଧିକାଂଶ ସକ୍ରିୟ କଣ୍ଟେନମେଣ୍ଟ ଜୋନ ଦକ୍ଷିଣ ଓ ପଶ୍ଚିମ ବେଙ୍ଗାଲୁରୁରେ କରାଯାଇଛି । ଦ୍ରୁତ ସଂକ୍ରମଣରେ ରୋକ ଲଗାଇବାକୁ ଆଠଦିନ ମଧ୍ୟରେ କଣ୍ଟେନମେଣ୍ଟ ଜୋନକୁ ଦ୍ବିଗୁଣିତ କରାଯାଇଛି । 3,276 କଣ୍ଟେନମେଣ୍ଟ ଜୋନ୍ ମଧ୍ୟରୁ ମେ ମାସ ଶେଷ ସୁଦ୍ଧା 358 ସକ୍ରିୟ ମାମଲା ରହିଛି ।

ତେବେ ଜୁନ୍ 30 ସୁଦ୍ଧା 4,555 ଏବଂ ବୁଧବାର ସୁଦ୍ଧା 12,509 କୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ତେବେ ରାଜ୍ୟ ସରକାର ଏହି ପରିସ୍ଥିତି ଉପରେ କଡ୍ଡା ନଜର ରଖିଛନ୍ତି । ଗତ 10 ଦିନ ମଧ୍ୟରେ ସହରରେ 9,189 ସକ୍ରିୟ ମାମଲା ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.