ETV Bharat / bharat

ବେଙ୍ଗାଲୁରୁ ହିଂସା: କ୍ରାଇମବ୍ରାଞ୍ଚ ଚାର୍ଜସିଟରେ କଂଗ୍ରେସର ପୂର୍ବତନ ମେୟରଙ୍କ ନାଁ ସାମିଲ - ବେଙ୍ଗାଲୁରୁ ହିଂସା

ବେଙ୍ଗାଲୁରୁରେ ହୋଇଥିବା ହିଂସା ଘଟଣାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ଏହି ଚାର୍ଜସିଟରେ କଂଗ୍ରେସର ପୂର୍ବତନ ମେୟର ସମ୍ପତ ରାଜଙ୍କ ନାଁ ସାମିଲ ଅଛି । ଅଧିକ ପଢନ୍ତୁ...

ବେଙ୍ଗାଲୁରୁ ହିଂସା: କ୍ରାଇମବ୍ରାଞ୍ଚ ଚାର୍ଜସିଟରେ କଂଗ୍ରେସର ପୂର୍ବତନ ମେୟରଙ୍କ ନାଁ ସାମିଲ

author img

By

Published : Oct 13, 2020, 8:02 PM IST

ବେଙ୍ଗାଲୁରୁ: ବିବାଦିତ ଫେସବୁକ ପୋଷ୍ଟକୁ ନେଇ ବେଙ୍ଗାଲୁରୁରେ ହୋଇଥିବା ହିଂସା ଘଟଣାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । 850 ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ କଂଗ୍ରେସର ପୂର୍ବତନ ମେୟର ସମ୍ପତ ରାଜଙ୍କ ନାଁ ସାମିଲ ଅଛି । ତେବେ ଘଟଣାରେ ସମ୍ପତଙ୍କୁ ପୂନର୍ବାଚ ପଚରାଉଚୁରା ପାଇଁ ସମନ ଜାରି କରିଛି କ୍ରାଇମବ୍ରାଞ୍ଚ ।

ହିଂସା ଘଟଣାରେ କଂଗ୍ରେସର ଲିଙ୍କ ସାମ୍ନାକୁ ଆସିବା ପରେ ଦଳ ଏହାକୁ ଷଡଯନ୍ତ୍ରର ଆଖ୍ୟା ଦେଇଛି । ଏହାସହ ଏହି ଘଟଣାକୁ ରାଜ୍ୟସରକାରଙ୍କ ଅପାରଗତା ବୋଲି କହିଛି କଂଗ୍ରେସ । ପୋଲିସ ରାଜ୍ୟ ସରକାରଙ୍କ ଚାପରେ କଂଗ୍ରେସ ନେତାଙ୍କ ନାଁ ନେଉଥିବା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବକୁମାର ।

ଅନ୍ୟପକ୍ଷେ ବେଙ୍ଗାଲୁରୁ ଘଟଣାରେ ତଦନ୍ତ କରୁଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଅଗଷ୍ଟ 11ରେ ବେଙ୍ଗାଲୁରର ଡିଜେ ହାଲ୍ଲି ଓ କେଜେ ହାଲ୍ଲିରେ ବ୍ୟାପକ ହିଂସା ହୋଇଥିଲା ।

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟକୁ ନେଇ କିଛି ଉପଦ୍ରବୀ କର୍ଣ୍ଣାଟକର ପୁଲକାଶୀନଗର ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତୀଙ୍କ ଘର ଉପରେ ଅଗଷ୍ଟ 11 ତାରିଖ ରାତିରେ ଆକ୍ରମଣ କରିଥିଲେ । ବିଧାୟକଙ୍କ ଜଣେ ସମ୍ପର୍କୀୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ପ୍ରଦର୍ଶନକାରୀ ଏପରି କାଣ୍ଡ ଘଟାଇଥିଲେ । ଆକ୍ରମଣକାରୀମାନେ ବିଧାୟକଙ୍କ ବାସଭବନ ଆଗରେ ଥିବା କିଛି ଗାଡିରେ ନିଆଁ ଲଗାଇଦେବା ସହ ଘର ଉପରକୁ ଇଟାପଥର ଫିଙ୍ଗିଥିଲେ ।

ବେଙ୍ଗାଲୁରୁ ହିଂସାରେ ଯାନବାହନ ନଷ୍ଟ ହେବା ସହ ଧନ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ଘଟଣାରେ 206 ଜଣଙ୍କୁ ଗିରଫ କରିଥିଲା ପୋଲିସ । ହିଂସା ମାମଲାରେ ପୋଲିସ ୟୁଏପିଏ ଅଧୀନରେ 61 ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.