ETV Bharat / bharat

ବେଙ୍ଗାଲୁର ହିଂସା: ଜାଣନ୍ତୁ କଣ ଥିଲା ଏହା ପଛର ମୁଖ୍ୟ କାରଣ ? - କର୍ଣ୍ଣାଟକରେ ଜଳୁଛି ନିଆଁ

ସୋସିଆଲ ମିଡିଆରେ ଏକ ଧର୍ମ ବିରୋଧୀ ଓ ଆପତ୍ତିଜନକ ମନ୍ତବ୍ୟ ପାଇଁ କର୍ଣ୍ଣାଟକରେ ଜଳୁଛି ଅସନ୍ତୋଷର ନିଆଁ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ 340 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଡିଜେ ହଲି ଏବଂ କେ.ଜି ହଲି ପୋଲିସ ଷ୍ଟେସନରେ ଧାରା 144 ବଳବତ୍ତର ରହିଛି।

ବେଙ୍ଗାଲୁର ହିଂସା: ଜାଣନ୍ତୁ କଣ ଥିଲା ଏହା ପଛର ମୁଖ୍ୟ କାରଣ ?

author img

By

Published : Aug 16, 2020, 2:57 PM IST

ବେଙ୍ଗାଲୁରୁ: ସୋସିଆଲ ମିଡିଆରେ ଏକ ଧର୍ମ ବିରୋଧୀ ଓ ଆପତ୍ତିଜନକ ମନ୍ତବ୍ୟ ପାଇଁ କର୍ଣ୍ଣାଟକରେ ଜଳୁଛି ଅସନ୍ତୋଷର ନିଆଁ। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ 340 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଡିଜେ ହଲି ଏବଂ କେ.ଜି ହଲି ପୋଲିସ ଷ୍ଟେସନରେ ଧାରା 144 ବଳବତ୍ତର ରହିଛି। ତେବେ ଏକ ଫେସବୁକ୍ ପୋଷ୍ଟକୁ ନେଇ ଏହି ଘଟଣା ଘଟିଥିବା ବେଳେ ପରିସ୍ଥିତି ଏପରି ଉଗ୍ରରୂପ ନେଇଛି। ବର୍ତ୍ତମାନ ସମୟରେ ଉକ୍ତ ଫେସବୁକ୍ ପୋଷ୍ଟକୁ ହଟାଇ ଦିଆଯାଇଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ନବୀନଙ୍କୁ ଗିରଫ କରାଯାଇଛି। ଘଟଣାକୁ ନେଇ ସିସିବି ପଚରାଉଚରା ଜାରି ରଖିଛି। ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତି ଉକ୍ତ ଜିଲ୍ଲାରେ ବିଗିଡି ଯାଇଛି ।

ତେବେ ଘଟଣାକୁ ନେଇ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତି ଏକ ମାମଲା ଦାୟର କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଅଗଷ୍ଟ 11 ତାରିଖରେ ପାଖାପାଖି 2000 ରୁ 3000 ଲୋକ ତାଙ୍କ ଘର ଏବଂ ଯାନବାହନ ସମେତ ଅନ୍ୟାନ୍ୟ ଅସ୍ଥାବର ସମ୍ପତ୍ତିରେ ନିଆଁ ଲଗାଇଦେଇଛନ୍ତି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ପାଖାପାଖି 3 କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବିଧାୟକ ଅଭିଯୋଗ କରିଛନ୍ତି ।

ସୂଚନା ଅନୁସାରେ , ଅଗଷ୍ଟ 11 ତାରିଖ ସନ୍ଧ୍ୟାରେ ପିରୋଜ ପାଶାଙ୍କ ଆପତ୍ତିଜନକ ପୋଷ୍ଟିଂରେ ରାଗିଯାଇ ନବୀନ ମୋବାଇଲରେ ଏକ ବିବାଦୀୟ ପୋଷ୍ଟ କରିଥିଲେ। ଏହି ସମୟରେ, ବିବାଦୀୟ ପୋଷ୍ଟ ସ୍କ୍ରିନସଟ ଅନ୍ୟମାନଙ୍କ ଦ୍ବାରା ରଖାଯାଇଥିଲା । ନବୀନଙ୍କୁ ଜୀବନରୁ ମାରି ଦେବାକୁ କଲ ଆସିବାରେ ଲାଗିଥିଲା। ଏହା ସହ ଅନ୍ୟ ଜଣେ ମୋବାଇଲ୍ ହ୍ୟାକ୍ କରାଯାଇଥିବା ପୋଷ୍ଟ କରିଥିଲେ। ଏହାସହ କିଛି ସମୟ ଭିତରେ ଅଜଣା ବ୍ୟକ୍ତି ମାନେ ତାଙ୍କ ଘରକୁ ଆସୁଥିବା ଦେଖି ନବୀନ ତାଙ୍କ ବନ୍ଧୁମାନଙ୍କୁ କହିବା ସହ ଭୟଭୀତ ଥିଲେ।

ତେବେ ମୋବାଇଲ ହଜିଯାଇଥିବା ନେଇ ଅଭିଯୋଗ କରିବାକୁ ନବୀନଙ୍କ ବନ୍ଧୁ ତାଙ୍କୁ ପରାମର୍ଶ ଦେଇଥିଲେ। ଏହା ପରେ ନବୀନଙ୍କୁ ଛାଡି ତାଙ୍କ ପରିବାର ସଦସ୍ୟ ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଘରକୁ ଯାଇଥିଲେ। ଘର ନିକଟରେ ଗଣ୍ଡଗୋଳ ଆରମ୍ଭ ହେବାପରେ ନବୀନ ଘରର ପଛ ଦ୍ୱାର ଦେଇ ପ୍ରଥମ ମହଲାର ତୃତୀୟ କୋଠା ସାମ୍ନାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା।

ଦଙ୍ଗାକାରୀ ମାନେ ଫେସବୁକ୍ ପୋଷ୍ଟ କରିଥିବା ନବୀନଙ୍କ ଶ୍ୱଶୁର ବିଧାୟକ ଅଖଣ୍ଡ ଶ୍ରୀନିବାସ ମୂର୍ତ୍ତିଙ୍କ ଘର ପୋଡି ଦେଇଛନ୍ତି। ଯେତେବେଳେ ବରିଷ୍ଠ ଓକିଲ ନବୀନଙ୍କ ବିଷୟରେ ବିଧାୟକଙ୍କୁ ପଚାରିଥିଲେ, ସେ ଜାଣି ନାହାଁନ୍ତି ବୋଲି ବିଧାୟକ କହିଥିଲେ। ଏହାସହ ନବୀନଙ୍କ ଫୋନ ସ୍ବିଚ୍ଚଅଫ୍ ଥିବା କହିଥିଲେ। ବର୍ତ୍ତମାନର ଅଭିଯୁକ୍ତ ନବୀନଙ୍କ ଘରକୁ ପୋଲିସ ଯାଞ୍ଚ କରୁଛି। ଏହି ଯାଞ୍ଚ ସମୟରେ ପୋଲିସକୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ସୂଚନା ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.